କ୍ଷମା ମାଗିଲେ ଜାଡେଜା, କହିଲେ ମୋର ଭୁଲ ଥିଲା…

ନୂଆଦିଲ୍ଲୀ, ୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯାଉଛି। ଏହି ଟେଷ୍ଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟର ସରଫରାଜ ଖାନ ଡେବ୍ୟୁ କରିଛନ୍ତି। ସରଫରାଜ ନିଜର ଡେବ୍ୟୁ ଟେଷ୍ଟରେ ୬୨ ରନ୍‌ର ଭଲ ଇନିଂସ ଖେଳିଛନ୍ତି, କିନ୍ତୁ ଏହି ବ୍ୟାଟର ଆଉଟ ହେବା ପରେ ପାଭିଲିୟନକୁ ଫେରିବାକୁ ପଡିଲା। ଯାହା ପରେ ସରଫରାଜ ବହୁତ ନିରାଶ ହୋଇଯାଇଥିଲେ। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରବିନ୍ଦ୍ର ଜାଡେଜାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। […] The post କ୍ଷମା ମାଗିଲେ ଜାଡେଜା, କହିଲେ ମୋର ଭୁଲ ଥିଲା… appeared first on Dharitri Odia News.

କ୍ଷମା ମାଗିଲେ ଜାଡେଜା, କହିଲେ ମୋର ଭୁଲ ଥିଲା…

ନୂଆଦିଲ୍ଲୀ, ୧୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ରାଜକୋଟରେ ଖେଳାଯାଉଛି। ଏହି ଟେଷ୍ଟରେ ଟିମ ଇଣ୍ଡିଆର ଯୁବ ବ୍ୟାଟର ସରଫରାଜ ଖାନ ଡେବ୍ୟୁ କରିଛନ୍ତି। ସରଫରାଜ ନିଜର ଡେବ୍ୟୁ ଟେଷ୍ଟରେ ୬୨ ରନ୍‌ର ଭଲ ଇନିଂସ ଖେଳିଛନ୍ତି, କିନ୍ତୁ ଏହି ବ୍ୟାଟର ଆଉଟ ହେବା ପରେ ପାଭିଲିୟନକୁ ଫେରିବାକୁ ପଡିଲା। ଯାହା ପରେ ସରଫରାଜ ବହୁତ ନିରାଶ ହୋଇଯାଇଥିଲେ। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ରବିନ୍ଦ୍ର ଜାଡେଜାଙ୍କ ଉପରେ କ୍ରୋଧ ପ୍ରକାଶ କରିଥିଲେ। ସୋସିଆଲ ମିଡିଆରେ ପ୍ରଶଂସକମାନେ କହିଛନ୍ତି ଯେ, ରବିନ୍ଦ୍ର ଜାଡେଜାଙ୍କ ଭୁଲ ହେତୁ ସରଫରାଜ ପାଭିଲିୟନକୁ ଫେରିବାକୁ ପଡିଲା।

ତେବେ ଖବରଦାତା ସମ୍ମିଳନୀରେ ସରଫରାଜ ନିଜେ ପୁରା କାହାଣୀ କହିଛନ୍ତି। ସରଫରାଜ କହିଛନ୍ତି ଯେ ସେହି ସମୟରେ ଭୁଲ ବୁଝାମଣା ହେତୁ ଏଭଳି ଘଟିଛି, କିନ୍ତୁ ଏସବୁ ଖେଳର ଏକ ଅଂଶ। କିନ୍ତୁ ଏହି ରନ ଆଉଟ ହେବାରେ ଜାଡେଜାଙ୍କ ପ୍ରତିକ୍ରିୟା କ’ଣ ଥିଲା ବୋଲି ପଚାରିବାରୁ ସରଫରାଜ ଖାନ କହିଛନ୍ତି ଯେ ଜାଡେଜା କହିଛନ୍ତି, ଟିକିଏ ଭୁଲ ବୁଝାମଣା ହେତୁ ଏସବୁ ଘଟିଛି, କିନ୍ତୁ ମୁଁ କହିଲି ଠିକ୍‌ ଅଛି। ତେବେ ସରଫରାଜ ରନ୍‌ ଆଉଟ୍‌ ହେବା ପରେ ଅଧିନାୟକ ରୋହିତ କ୍ରୋଧରେ ତାଙ୍କ କ୍ୟାପ୍‌ ଫିଙ୍ଗିଦେଇଥିଲେ।

The post କ୍ଷମା ମାଗିଲେ ଜାଡେଜା, କହିଲେ ମୋର ଭୁଲ ଥିଲା… appeared first on Dharitri Odia News.