ଦଣ୍ଡପାଟ ଅଞ୍ଚଳ ରେ ଥମୁନାହିଁ ଦାଦନ ଦୁଃଖ,ଗାଁ କୁ ଫେରିଲା ମୃତ ଦେହ।
କୋକସରା:୨୨/୦୫ ଦାଦନ ଶବ୍ଦକୋଷ ରୁ ଦଣ୍ଡପାଟ ଅଞ୍ଚଳ ଯେମିତି ସବୁବେଳେ ଅପବାଦ ମୁଣ୍ଡେଇ ଆସିଛି।ଦଣ୍ଡପାଟ ଅଞ୍ଚଳ ରେ ଦାଦନ ସମସ୍ୟା ଯେମିତି ଥମିବାର ନାଁ ଧରୁନାହିଁ। ପୁଣି ଜଣେ ଦାଦନ ଶବ ହୋଇ ଗାଁ କୁ ଫେରିଛି।ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ନିଜାମ ଠାରେ ଜଣେ ଦାଦନ ଙ୍କ ମୃତ୍ୟୁ ଘଟିଛି। ମୃତ ଦାଦନ ଶ୍ରମିକ ଜଣକ ଧର୍ମଗଡ ବ୍ଲକ ଛଞ୍ଚାଣ ବାହେଲି ପଞ୍ଚାୟତ ପଲସପାଣି ଗ୍ରାମର ନାବାଳକ ଯୁବକ ପୂର୍ଣ୍ଣଚନ୍ଦ୍ର ପୁଝାରି (୧୬)ବୋଲି ଜଣାପଡିଛି।ଗତ ତିନି […] The post ଦଣ୍ଡପାଟ ଅଞ୍ଚଳ ରେ ଥମୁନାହିଁ ଦାଦନ ଦୁଃଖ,ଗାଁ କୁ ଫେରିଲା ମୃତ ଦେହ। appeared first on Odisha.News.

କୋକସରା:୨୨/୦୫
ଦାଦନ ଶବ୍ଦକୋଷ ରୁ ଦଣ୍ଡପାଟ ଅଞ୍ଚଳ ଯେମିତି ସବୁବେଳେ ଅପବାଦ ମୁଣ୍ଡେଇ ଆସିଛି।ଦଣ୍ଡପାଟ ଅଞ୍ଚଳ ରେ ଦାଦନ ସମସ୍ୟା ଯେମିତି ଥମିବାର ନାଁ ଧରୁନାହିଁ। ପୁଣି ଜଣେ ଦାଦନ ଶବ ହୋଇ ଗାଁ କୁ ଫେରିଛି।ମିଳିଥିବା ସୂଚନା ଅନୁସାରେ ଆନ୍ଧ୍ରପ୍ରଦେଶ ନିଜାମ ଠାରେ ଜଣେ ଦାଦନ ଙ୍କ ମୃତ୍ୟୁ ଘଟିଛି। ମୃତ ଦାଦନ ଶ୍ରମିକ ଜଣକ ଧର୍ମଗଡ ବ୍ଲକ ଛଞ୍ଚାଣ ବାହେଲି ପଞ୍ଚାୟତ ପଲସପାଣି ଗ୍ରାମର ନାବାଳକ ଯୁବକ ପୂର୍ଣ୍ଣଚନ୍ଦ୍ର ପୁଝାରି (୧୬)ବୋଲି ଜଣାପଡିଛି।ଗତ ତିନି ମାସ ତଳେ ପରିବାରର ବାରଣ ସ୍ଵତ୍ତ୍ୱେ ସେ ସାଙ୍ଗସାଥି ଙ୍କ ସାଥିରେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ରାଜ୍ୟର ର ନିଜାମ କୁ ଯାଇଥିଲେ। ଗତ ୧୯ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିଥିଲା।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସାଥି ଶ୍ରମିକ ମାନେ ସ୍ଥାନୀୟ ଏକ ବେସରକାରୀ କ୍ଲିନିକ ରେ ଚିକିତ୍ସା କରାଇଥିଲେ।ହେଲେ ସ୍ୱାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଲା।ଏହାପରେ ଯୁବକ ଙ୍କ।ପରିବାର କୁ ଖବର ଦେଇଥିଲେ, ତେବେ ପରିବାର ଲୋକ ପହଞ୍ଚିବା ପୂର୍ବରୁ ଯୁବକ ଙ୍କ ମୃତ୍ୟୁ ହୋଇଥିଲା। ପରେ ଠିକାଦାର ଙ୍କ ସହଯୋଗ ରେ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗାଁ ପଲସପାନି ଗ୍ରାମ କୁ ବୁଧବାର ଦିନ ମୃତଦେହ ପହଞ୍ଚି ଥିଲା।ମୃତ ଶରୀର ପହଞ୍ଚିବା ପରେ ଗାଁରେ ଶୋକାକୁଳ ପରିସ୍ଥିତି ଉପଜିଥିଲା।ତେବେ ଦୈନଦିନ ଦଣ୍ଡପାଟ ଅଞ୍ଚଳରେ ଦାଦନ ମୃତ ହାର ବୃଦ୍ଧି ପାଉଥିବା ବେଳେ ଶ୍ରମ ବିଭାଗ ର ନିଘା ରହୁ ନ ଥିବା ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି। ତାଜା ତାଜା ନିର୍ବାଚନ ସରିଛି ହେଲେ ଭୋଟ ବେଳକୁ ନେତା ନେତ୍ରୀ ସମସ୍ତେ ଜନସାଧାରଣ ପାଖରେ ପହଞ୍ଚିଥିବା ବେଳେ ଦାଦନ ସମସ୍ୟା କୁନେଇ କେଉଁ ନେତା ଙ୍କ ପାଟିରୁ ଶବ୍ଦ ଟିଏ ମଧ୍ୟ ବାହାରିନଥିଲା।ଦଣ୍ଡପାଟ ଅଞ୍ଚଳ ର ପରିଚୟ କେବଳ ଦାଦନ ଅଞ୍ଚଳ ପରିଚୟ ଭିତରେ ସୀମିତ ରହିବ ନା ଆଗକୁ ସୂର୍ଯୋଦୟ ହେବ ଓ ଦାନା ପାଇଁ ଦାଦନ ଖଟୁଥିବା ଦଣ୍ଡପାଟ ଅଞ୍ଚଳ ର ଭାଗ୍ୟ ପରିବର୍ତ୍ତନ ହେବ ତାହା ଦେଖିବାକୁ ବାକି ରହିଛି।
The post ଦଣ୍ଡପାଟ ଅଞ୍ଚଳ ରେ ଥମୁନାହିଁ ଦାଦନ ଦୁଃଖ,ଗାଁ କୁ ଫେରିଲା ମୃତ ଦେହ। appeared first on Odisha.News.