ପାତାଳୀ ଶ୍ରୀକ୍ଷେତ୍ର ଆଡପ ମଣ୍ଡପରେ ପାତାଳୀ ଠାକୁରଙ୍କ ବିଭିନ୍ନ ଅବତାର ସହିତ ହେରା ପଞ୍ଚମୀ ପାଳିତ
ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପରେ ପାତାଳୀ ଠାକୁରଙ୍କ ବିଭିନ୍ନ ଅବତାର ଏବଂ ହେରା ପଞ୍ଚମୀ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ମତ୍ସ୍ୟ , କଚ୍ଛପ , ବରାହ , ନୃସିଂହ ପରେ ଆଜି ବାମନ ଅବତାରରେ ମହାପ୍ରଭୁ ଦର୍ଶନ ଦେଇଥିଲେ ଭକ୍ତ ତଥା ଦର୍ଶନାର୍ଥି ଙ୍କୁ I ଆଜି ପବିତ୍ର ହେରା ପଞ୍ଚମୀ ରେ ବହୁ ଦର୍ଶକ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। […] The post ପାତାଳୀ ଶ୍ରୀକ୍ଷେତ୍ର ଆଡପ ମଣ୍ଡପରେ ପାତାଳୀ ଠାକୁରଙ୍କ ବିଭିନ୍ନ ଅବତାର ସହିତ ହେରା ପଞ୍ଚମୀ ପାଳିତ appeared first on Odisha.News.

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷେତ୍ର ଆଡ଼ପ ମଣ୍ଡପରେ ପାତାଳୀ ଠାକୁରଙ୍କ ବିଭିନ୍ନ ଅବତାର ଏବଂ ହେରା ପଞ୍ଚମୀ ବହୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି l ମତ୍ସ୍ୟ , କଚ୍ଛପ , ବରାହ , ନୃସିଂହ ପରେ ଆଜି ବାମନ ଅବତାରରେ ମହାପ୍ରଭୁ ଦର୍ଶନ ଦେଇଥିଲେ ଭକ୍ତ ତଥା ଦର୍ଶନାର୍ଥି ଙ୍କୁ I ଆଜି ପବିତ୍ର ହେରା ପଞ୍ଚମୀ ରେ ବହୁ ଦର୍ଶକ ତଥା ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ଶ୍ରୀ ଗୁଣ୍ଡିଚା ରଥଯାତ୍ରାରେ ମା ମହାଲକ୍ଷ୍ମୀଙ୍କୁ ଛାଡ଼ି ଭାଇ ଭଉଣୀ ମାଉସୀ ଘରକୁ ଆସିଥିବାରୁ କ୍ରୋଧ ଜର୍ଜରିତ ହୋଇ ଛଲିଆ କନ୍ଦରରୁ ଏକ ବିରାଟ ପଟୁଆରରେ ଓହ୍ଲାଇ ଆସିଥିଲେ ମହାଲକ୍ଷ୍ମୀ l ଶ୍ରୀ ଜଗନ୍ନାଥଙ୍କ ସହିତ କରିଥିଲେ କଳି । ମହାପ୍ରଭୁ ଚାରି ଦିନ କଣ୍ଟ ଦେବାପରେ ମଧ୍ୟ କ୍ରୋଧ ଶାନ୍ତ ନ ହୋଇ ନନ୍ଦିଘୋଷ ଭାଙ୍ଗି ଶ୍ରୀମନ୍ଦିର ଫେରି ଆସିଥିଲେ। ବରିଷ୍ଟ ସେବାୟତ ଚିତ୍ତରଞ୍ଜନ ପାଢ଼ୀ ଏବଂ ଗୁଣାକର ପଣ୍ଡା ବେଶ କାର୍ଯ୍ୟ ରେ ନିୟୋଜିତ ହୋଇଛନ୍ତି। ଘଣ୍ଟ , ଶଙ୍ଖ, ସଂକୀର୍ତ୍ତନ, ହରିବୋଲ, ହୁଳହୁଳି ଶବ୍ଦରେ ପ୍ରକମ୍ପିତ ପାତାଳୀ ଶ୍ରୀକ୍ଷେତ୍ର। ଭଜନ ଜଣାଣ ରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି ପାତାଳୀ ଶ୍ରୀକ୍ଷେତ୍ର । ପଣ୍ଡିତ ବିଶେଶ୍ୱର ପାଢ଼ୀ ଲକ୍ଷ୍ମୀ ନାରୟଣ ଗୀତ ବୋଲି ଥିଲେ।ଆଗାମୀ ତା ୧୫.୦୭.୨୪ ବାହୁଡା଼ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
The post ପାତାଳୀ ଶ୍ରୀକ୍ଷେତ୍ର ଆଡପ ମଣ୍ଡପରେ ପାତାଳୀ ଠାକୁରଙ୍କ ବିଭିନ୍ନ ଅବତାର ସହିତ ହେରା ପଞ୍ଚମୀ ପାଳିତ appeared first on Odisha.News.