ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା

ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ ପରିବାର ମଧ୍ୟରେ ଖେଳିଯାଇଛି ଶୋକାକୂଳ ପରିବେଶ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ରାଲେଗଡା ପଞ୍ଚାୟତର ବୁନ୍ଦୁଲପାଡୁ ଗାଁରେ ବସବାସ କରୁଥିବା ରାମଚନ୍ଦ୍ର ତାମାଲଙ୍କ ପରିବାରରେ ଦୁଃଖ ଭାଙ୍ଗି ପଡିଛି । ସୂଚନା ମୁତାବକ, ଉକ୍ତ ଗ୍ରାମର ରାମଚନ୍ଦ୍ରଙ୍କ ନାବାଳିକା ମାରିଆ ତାମାଲ ଗାଁର କିଛି ଦୂରରେ […] The post ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା appeared first on Dharitri Odia News.

ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା

ପଟ୍ଟାଙ୍ଗି,୧୪।୬(ଶରତ ଧଳ): ଶୁକ୍ରବାର ରଜ ଉତ୍ସବ ପାଳନ ହେଉଥିବାବେଳେ ଏହାରି ଭିତରେ ଘଟିଯାଇଛି ଏକ
ଦୁଃଖଦ ଘଟଣା । ଯାହାକୁ ନେଇ ବୁନ୍ଦୁଲପାଡୁ ଗ୍ରାମରେ ଗୋଟିଏ ପରିବାର ମଧ୍ୟରେ ଖେଳିଯାଇଛି ଶୋକାକୂଳ ପରିବେଶ । କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ତଥା ରାଲେଗଡା ପଞ୍ଚାୟତର ବୁନ୍ଦୁଲପାଡୁ ଗାଁରେ ବସବାସ କରୁଥିବା ରାମଚନ୍ଦ୍ର ତାମାଲଙ୍କ ପରିବାରରେ ଦୁଃଖ ଭାଙ୍ଗି ପଡିଛି ।

ସୂଚନା ମୁତାବକ, ଉକ୍ତ ଗ୍ରାମର ରାମଚନ୍ଦ୍ରଙ୍କ ନାବାଳିକା ମାରିଆ ତାମାଲ ଗାଁର କିଛି ଦୂରରେ ରହିଥିବା ଏକ ଖୋଲା ସ୍ଥାନରେ ଗାଇ ଚରାଉଥିବାବଳେ ହଠାତ୍‌ ଘଡଘଡି ସହ ବିଜୁଳି ମାରିଥିଲା । ଏହି ସମୟରେ ନାବାଳିକା ଜଣକ ଉକ୍ତ
ଖୋଲା ସ୍ଥାନରୁ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ତାଙ୍କ ଉପରେ ବିଜୁଳି ଆଘାତ ଲାଗିଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଅଚେତ ହୋଇ ପଡିଥିଲେ ମାରିଆ। ଆଖପାଖରେ ଥିବା ଗାଁଲୋକେ ଘଟଣା ସ୍ଥଳରେ ପହଞ୍ଚି ଅଚେତ ମାରିଆଙ୍କୁ ଉଧାର କରି ଘରକୁ ଆଣିଥିଲେ। ହେଲେ ସେତେବେଳେ ତାଙ୍କ ଜୀବନ ଚାଲି ଯାଇଥିଲା । ଯାହାକୁ ନେଇ ଗାଁରେ ଓ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ମୃତ ନାବାଳିକାଙ୍କ ବାପା ରାମଚନ୍ଦ୍ର ସ୍ଥାନୀୟ ପୋଲିସ ନିକଟରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ସେପଟେ ମୃତ ନାବାଳିକାଙ୍କ ଏହିପରି ଦୁଃଖଦ ଘଟଣାରେ ସ୍ଥାନୀୟ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ଶୋକ ପ୍ରକାଶ କରିଥିବା ବେଳେ ପୋଲିସର ତଦନ୍ତ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତୁରନ୍ତ ପରିବାର ବର୍ଗଙ୍କୁ ସରକାରୀ ନିୟମ ଅନୁସାରେ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ମୃତ ନାବାଳିକାଙ୍କ ବାପାଙ୍କ ଲିଖିତ ଅଭିଯୋଗକୁ ଆଧାର କରି ଥାନାଧିକାରୀ ଚତୁର୍ଭୁଜ ନାୟକଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ସୂଚନାଥାଉ କି, ମୃତ ମାରିଆ କାଉଁଗୁଣ୍ଠା ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲେ ।

The post ବିଜୁଳି ଆଘାତରେ ନାବାଳିକାଙ୍କ ମୃତ, ପୋଲିସ ନିକଟରେ ଅଭିଯୋଗ କଲେ ବାପା appeared first on Dharitri Odia News.