ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ବଲାଙ୍ଗୀର,୨ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ର ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଶହଶହ ଛାତ୍ରୀଛାତ୍ର। ଏକା ଥରକେ ଏହି ବର୍ଷରେ ୩ରୁ ୪ ହଜାର ଟଙ୍କା ହଷ୍ଟେଲ ଫି’ ବୃଦ୍ଧି କରାଯାଇଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ହଷ୍ଟେଲ ଅନ୍ତେବାସୀ। ହଷ୍ଟେଲ ଛାତ୍ରୀଛାତ୍ରଙ୍କଠାରୁ ଯେତିକି ଫି’ ନେଉଛନ୍ତି ହଷ୍ଟେଲରେ ସେଭଳି କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ। ବହୁ ଅସୁବିଧାରେ ହଷ୍ଟେଲ ଛାତ୍ରୀଛାତ୍ର ରହୁଥିବା […] The post ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର appeared first on Dharitri Odia News.

ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର

ବଲାଙ୍ଗୀର,୨ା୭(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ର ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ବିଶ୍ୱବିଦ୍ୟାଳୟ ଭି. ସିଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଥିଲେ ଶହଶହ ଛାତ୍ରୀଛାତ୍ର। ଏକା ଥରକେ ଏହି ବର୍ଷରେ ୩ରୁ ୪ ହଜାର ଟଙ୍କା ହଷ୍ଟେଲ ଫି’ ବୃଦ୍ଧି କରାଯାଇଥିବାରୁ ଏହାକୁ ପ୍ରତିବାଦ କରିଛନ୍ତି ହଷ୍ଟେଲ ଅନ୍ତେବାସୀ। ହଷ୍ଟେଲ ଛାତ୍ରୀଛାତ୍ରଙ୍କଠାରୁ ଯେତିକି ଫି’ ନେଉଛନ୍ତି ହଷ୍ଟେଲରେ ସେଭଳି କୌଣସି ସୁବିଧା ଯୋଗାଇ ଦିଆଯାଉନାହିଁ। ବହୁ ଅସୁବିଧାରେ ହଷ୍ଟେଲ ଛାତ୍ରୀଛାତ୍ର ରହୁଥିବା ଅଭିଯୋଗ କରିଛନ୍ତି l

ବଲାଙ୍ଗୀର ଜିଲା ଏକ ଦାଦନ ପ୍ରବଣ ଜିଲା। ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଅଧିକାଂଶ ଗରିବ ପିଲା ରହି ପାଠ ପଢୁଛନ୍ତି। ତେଣୁ ହଷ୍ଟେଲ ଫି’ ବୃଦ୍ଧି କରା ନ ଯାଉ ବୋଲି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛାତ୍ର। ଅନ୍ୟ ପାଖ ଜିଲା କଳାହାଣ୍ଡି ଓ ସମ୍ବଲପୁର ଜିଲାରେ ହଷ୍ଟେଲ ଫି’ କମ୍‌ ଥିବା ବେଳେ ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ କେମିତି ଫି’ ବଢିଲା ପ୍ରଶ୍ନ କରିଛନ୍ତି। ଏହି ଆନ୍ଦୋଳନକୁ ବିଭିନ୍ନ ରାଜନୈତିକ ଛାତ୍ର ସଂଗଠନ ସମର୍ଥନ କରି ଧାରଣାରେ ବସିଛନ୍ତି। ଅନ୍ୟପଟେ ନିୟମ ଅନୁଯାୟୀ ଫି’ ନିଆଯାଉଛି। ଏ ବର୍ଷ ହଷ୍ଟେଲ ଫି’ ସେତିକି ରଖାଯାଇଛି l ହଷ୍ଟେଲ ସୁରକ୍ଷା ବଢାଇବା ପାଇଁ ଗତ ବର୍ଷଠାରୁ ଫି’ବଢ଼ା ଯାଇଥିବା କହିଛନ୍ତି। ଛାତ୍ରୀଛାତ୍ରଙ୍କ ସହ ଆଲୋଚନା ମାଧ୍ୟମରେ ଏହାର ସମାଧାନ କରାଯିବ ବୋଲି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଉମାଭଲ୍ଳଭ ମହାପାତ୍ର କହିଛନ୍ତି।

The post ହଷ୍ଟେଲ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲେ ଛାତ୍ରୀଛାତ୍ର appeared first on Dharitri Odia News.