କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ…
ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲୋକ ସଭାର ବିରୋଧୀଦଳର ନେତା ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବୈଠକରେ ବହୁତ ଅସନ୍ତୋଷ ଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଦଳରେ […] The post କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ… appeared first on Dharitri Odia News.
ନୂଆଦିଲ୍ଲୀ,୧୧।୧୦: ହରିୟାଣାରେ ନିଶ୍ଚିତ ବିଜୟ ପାଇଁ ସବୁଠାରୁ ବଡ ଦାବିଦାର ବିବେଚିତ ହୋଇଥିଲେ ମଧ୍ୟ କଂଗ୍ରେସ ଦଳ ରାଜ୍ୟରେ କ୍ଷମତା ହରାଇଛି। ହରିୟାଣାରେ ଦଳ କାହିଁକି ହାରିଲା ଏନେଇ ନିର୍ବାଚନ ପରେ ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ତେବେ ହରିୟାଣାରେ ତାଜୁବ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଲୋକ ସଭାର ବିରୋଧୀଦଳର ନେତା ତଥା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବୈଠକରେ ବହୁତ ଅସନ୍ତୋଷ ଥିବାର ଦେଖିବାକୁ ମିଳିଥିଲା। ନିର୍ବାଚନ ପୂର୍ବରୁ ଦଳରେ ଅନ୍ତକନ୍ଦଳ ପରାଜୟର ଏକ ପ୍ରମୁଖ କାରଣ ହେବ ବୋଲି କୁହାଯାଉଥିଲା। ବୈଠକ ଚାଲିଥିବାବେଳେ ଦେଖଇବାକୁ ମିଳିଥିଲା ରାହୁଲ ଗାନ୍ଧୀ ଶେଷ ଯାଏଁ ଚୁପ୍ ହୋଇ ବସି ରହିଥିଲେ। ଆଉ ଯେତେବେଳେ ତାଙ୍କ ପାଳି ଆସିଲା, ତାଙ୍କ ଅସନ୍ତୋଷ ଚେହେରା ଦେଖି ସମସ୍ତେ ଚମକି ଉଠିଥିଲେ।
ରାହୁଲ କହିଥିଲେ, ତୁମେମାନେ ସବୁ ସ୍ବାର୍ଥପର। ସେଥିଯୋଗୁ ଆମେ ହରିୟାଣାରେ ହାରିଛୁ। ଏତିକି କହି ସେ ବୈଠକ ଅଧାରୁ ଉଠି ଚାଲି ଯାଇଥିଲେ। ଏହି ସଭା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘରେ ବସିଥିଲା। ଯେଉଁଥିରେ ଅଜୟ ମାକେନ, ଅଶୋକ ଗେହଲୋଟ, ଦୀପକ ବାବରିଆ ଏବଂ କେସି ଭେନୁଗୋପାଳଙ୍କ ଭଳି ପର୍ଯ୍ୟବେକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ବଳକା ସଦସ୍ୟମାନେ ଅଧିକାଂଶ ସମୟରେ ବୈଠକରେ ନିଜର ମତ ରଖିଥିଲେ। ରାହୁଲ ମୂଳତଃ ଦୁଇଟି ପ୍ରସଙ୍ଗ ଉଠାଇଥିଲେ। ପ୍ରଥମ- ଦଳକୁ ଇଭିଏମ ଏବଂ ନିର୍ବାଚନ ଆୟୋଗର ତ୍ରୁଟିର ଭାର ବହନ କରିବାକୁ ପଡିଲା। ଦ୍ୱିତୀୟ- ଏହି ନିର୍ବାଚନ ଜିତା ଯାଇ ପାରିଥାନ୍ତା, ହେଲେ ସ୍ଥାନୀୟ ନେତାମାନେ ଦଳ ଅପେକ୍ଷା ସେମାନଙ୍କର ବ୍ୟକ୍ତିଗତ ପ୍ରଗତି ପାଇଁ ଅଧିକ ଆଗ୍ରହୀ ରହିଲେ। ରାହୁଲ ଗାନ୍ଧୀଙ୍କ ଏହି ବୟାନ ପରେ କୋଳହାଳ କରୁଥିବା ପୂରା ବୈଠକ ଚୂପ ହୋଇଯାଇଥିଲା।
ଯେତେବେଳେ ସମସ୍ତ ନେତା ଇଭିଏମ ଦୋଷ ଦେବାରେ ବ୍ୟସ୍ତ ଥିଲେ ସେତେବେଳେ ରାହୁଲ ଗାନ୍ଧୀ ଏପରି କହି ବୈଠକରେ ରାଗି ଯାଇଥିଲେ। ସେ କହିଥିଲେ, ନେତାମାନେ ନିଜ ମଧ୍ୟରେ ଯୁଦ୍ଧ କରିଥିଲେ, ଦଳ ବିଷୟରେ ଥରେ ହେଲେ ଚିନ୍ତା କରି ନ ଥିଲେ। ଏତିକି କହି ରାହୁଲ ବୈଠକ ମଝିରୁ ଉଠି ଚାଲି ଯାଇଥିଲେ। କହିରଖୁଛୁ ଯେ, ରାହୁଲଙ୍କ ଏହି ଅସନ୍ତୋଷ କେବଳ ଭୂପେନ୍ଦ୍ର ସିଂ ହୁଡା ଉପରେ ନୁହେଁ, ବରଂ ସମସ୍ତଙ୍କ ଉପରେ ହୋଇଥିଲା। ଏଥିପାଇଁ ପରାଜୟର କାରଣ ଆକଳନ କରିବାକୁ ଏକ କମିଟି ଗଠନ କରାଯାଇଥିଲା। ଆଭ୍ୟନ୍ତରୀଣ ବିବାଦ କାରଣରୁ କଂଗ୍ରେସ ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ଏହା ପ୍ରଥମ ଘଟଣା ନୁହେଁ। ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ଏହାର ସାମ୍ପ୍ରତିକ ଉଦାହରଣ ।।
ଏପରି ନୁହେଁ ଯେ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟରେ ଆଭ୍ୟନ୍ତରୀଣ କଳହ ବିଷୟରେ ଅବଗତ ନଥିଲେ। ହରିୟାଣାର ଗ୍ରାଉଣ୍ଡ ରିପୋର୍ଟ ଆଧାରରେ ରାହୁଲ ନିର୍ବାଚନ ସମୟରେ କୁମାରୀ ସେଲଜାଙ୍କୁ ଭେଟି ହୁଡାଙ୍କ ସହ ମିଶି କାମ କରିବା ବିଷୟରେ ମଧ୍ୟ ଆଲୋଚନା କରିଥିଲେ। ଏବେ ରାହୁଲ ମହାରାଷ୍ଟ୍ର ନିର୍ବାଚନକୁ କଡ଼ା ନଜର ରଖିଛନ୍ତି। ଏଠାରେ ମଧ୍ୟ କଂଗ୍ରେସ ଆଭ୍ୟନ୍ତରୀଣ ବିବାଦର ସମ୍ମୁଖୀନ ହୋଇଛି ଏବଂ ଦଳ ବର୍ତ୍ତମାନ କୌଣସି ରିସ୍କ ନେବାକୁ ଆଗଉ ନାହିଁ। ସମସ୍ୟା ହେଉଛି ଯେ ହରିୟାଣା ପରି ମହାରାଷ୍ଟ୍ରରେ କଂଗ୍ରେସ ଉଭୟ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏବଂ ଉଦ୍ଧବ ଠାକରେଙ୍କ ଶିବସେନା ସହ ମେଣ୍ଟ କରିଛି। ଆଭ୍ୟନ୍ତରୀଣ କଳହ କଂଗ୍ରେସକୁ କ୍ଷତି ପହଞ୍ଚାଇପାରେ ବୋଲି ସହଯୋଗୀ ଦଳ କଂଗ୍ରେସକୁ ସ୍ପଷ୍ଟ କରିସାରିଛନ୍ତି।
The post କଂଗ୍ରେସ ସହିପାରୁନି ହରିୟାଣା ପରାଜୟ, ରାଗିଲେ ରାହୁଲ, ସମୀକ୍ଷା ବୈଠକ ଅଧାରୁ… appeared first on Dharitri Odia News.