ଏମ୍‌ପି ରମେଶ ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଉମରକୋଟ ୧୧।୨ (ସନ୍ତୋଷ ଶତପଥୀ): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଓ ଚିକଲପଦର ମଝିରେ ଗାଡ଼ିଟି ରାସ୍ତାକଡରେ ଥିବା ଏକ ଖାଲ ଭିତରକୁ ପଶିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଏମ୍‌ପି ମାଝି ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଶେଷ ଅଧିବେଶନ ସାରି ଏମ୍‌ପି ମାଝି […] The post ଏମ୍‌ପି ରମେଶ ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.

ଏମ୍‌ପି ରମେଶ ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଉମରକୋଟ ୧୧।୨ (ସନ୍ତୋଷ ଶତପଥୀ): ନବରଙ୍ଗପୁର ଏମ୍‌ପି ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଓ ଚିକଲପଦର ମଝିରେ ଗାଡ଼ିଟି ରାସ୍ତାକଡରେ ଥିବା ଏକ ଖାଲ ଭିତରକୁ ପଶିଯିବାରୁ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ଏମ୍‌ପି ମାଝି ଓ ତାଙ୍କ ଡ୍ରାଇଭରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି। ଉମରକୋଟ ଡାକ୍ତରଖାନାରେ ଚିକିତ୍ସା ପରେ ସମସ୍ତେ ଘରକୁ ଫେରିଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ପାର୍ଲାମେଣ୍ଟ ଶେଷ ଅଧିବେଶନ ସାରି ଏମ୍‌ପି ମାଝି ଶନିବାର ରାତିରେ ଦିଲ୍ଲୀରୁ ବିମାନ ଯୋଗେ ଛତିଶଗଡ଼ ରାଜ୍ୟର ରାୟପୁର ଆସିଥିଲେ । ସେଠାରୁ ସେ ନିଜ ବ୍ୟକ୍ତିଗତ ଗାଡ଼ିରେ ଉମରକୋଟ ଫେରୁଥିବା ସମୟରେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁ ଶନିବାର ରାତି ପ୍ରାୟ ୧ଟା ୩୦ ମିନିଟରେ ଗାଡ଼ିଟି ରାସ୍ତାକଡରେ ଥିବା ଏକ ଖାଲ ଭିତରକୁ ପଶିଯାଇଥିଲା । ଫଳରେ ଗାଡ଼ିର ଆଗ ଚକ ଫାଟିବା ସହ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏହି ସମୟରେ ଗାଡ଼ିରେ ଏମ୍‌ପି ମାଝିଙ୍କ ସହ ତାଙ୍କ ସୁରକ୍ଷାକର୍ମୀ ବସିଥିଲେ। ସମସ୍ତେ ସିଟ୍‌ ବେଲ୍ଟ ବାନ୍ଧିଥିବାରୁ ଅଳ୍ପକେ ବଞ୍ଚତ୍ୟାଇଥିବା ମାଝି କହିଛନ୍ତି। ଦୁର୍ଘଟଣାରେ ତାଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିବାବେଳେ ଡ୍ରାଇଭର ଓ ସୁରକ୍ଷାକର୍ମୀ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଏମ୍‌ପି ମାଝି ସୂଚନା ଦେଇଛନ୍ତି।

The post ଏମ୍‌ପି ରମେଶ ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ appeared first on Dharitri Odia News.