‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ
ନୂଆଦିଲ୍ଲୀ,୧।୮: ବୁଧବାର ଅର୍ଥାତ୍ ୩୧ ଜୁଲାଇରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ସଂସଦ ଭବନରେ ମଧ୍ୟ ଓ୍ବାଟର ଲିକେଜ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ପରେ ସଂସଦର ଛାତରୁ ପାଣି ଝରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଏହାକୁ ପୁରୁଣା ସଂସଦ ଭବନ ସହିତ ତୁଳନା କରୁଛନ୍ତି, କଂଗ୍ରେସ ମଧ୍ୟ ଏ ସମ୍ପର୍କରେ ନୋଟିସ ଦେଇଛି। ସେପଟେ ଟିଏମସି ଏମପି ମହୁଆ ମୋଇତ୍ରା […] The post ‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ appeared first on Dharitri Odia News.
ନୂଆଦିଲ୍ଲୀ,୧।୮: ବୁଧବାର ଅର୍ଥାତ୍ ୩୧ ଜୁଲାଇରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ସଂସଦ ଭବନରେ ମଧ୍ୟ ଓ୍ବାଟର ଲିକେଜ ଦେଖିବାକୁ ମିଳିଥିଲା। ଦିଲ୍ଲୀରେ ବର୍ଷା ପରେ ସଂସଦର ଛାତରୁ ପାଣି ଝରିଥିବାର ମଧ୍ୟ ଦେଖିବାକୁ ମିଳିଥିଲା।
ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିରୋଧୀ ଦଳ ଏହାକୁ ପୁରୁଣା ସଂସଦ ଭବନ ସହିତ ତୁଳନା କରୁଛନ୍ତି, କଂଗ୍ରେସ ମଧ୍ୟ ଏ ସମ୍ପର୍କରେ ନୋଟିସ ଦେଇଛି। ସେପଟେ ଟିଏମସି ଏମପି ମହୁଆ ମୋଇତ୍ରା ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ମୋଦି ସରକାରଙ୍କୁ ଲକ୍ଷ୍ୟ କରି ମହୁଆ କହିଛନ୍ତି ଯେ ଏହି ସରକାର ଓ୍ବାଟର ଲିକେଜ ସରକାର। ଏହା ସଂସଦ ଗୃହ ନୁହେଁ, ଏହା ନରେନ୍ଦ୍ର ମୋଦିଙ୍କ ଇଗୋ। ଆପଣ ଦେଖିଥିବେ ଯେ କୌଣସି ଦେଶର ସଂସଦ ଗୃହରେ ପାଣି ଭରି ରହିଛି। ପ୍ରଥମ ଦିନରୁ, ଆମେ କହୁଛୁ ଏହା ଶୀଘ୍ର ନିର୍ମିତ ହୋଇଛି, ଏହି ଦେଶର ଲୋକମାନେ ସେମାନଙ୍କୁ ଏକ ଶିକ୍ଷା ଦେଇଛନ୍ତି, ବର୍ତ୍ତମାନ ପ୍ରକୃତି ମଧ୍ୟ ସେମାନଙ୍କୁ କିଛି ଦେଖାଇବାକୁ ଚେଷ୍ଟା କରୁଛି।
The post ‘ଏହା ସଂସଦ ଭବନ ନୁହେଁ ମୋଦିଙ୍କ ଇଗୋ’, ଓ୍ବାଟର ଲିକେଜକୁ ନେଇ ମହୁଆଙ୍କ ଟାର୍ଗେଟ appeared first on Dharitri Odia News.