ପଥର ଖାଦାନରେ ଅଘଟଣ; ଜଣେ ଶ୍ରମିକ ମୃତ, ୩ ନିଖୋଜ

ପଥର ଖୋଳୁ ଖୋଳୁ ତା’ ତଳେ ଚାପିହୋଇ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଆଉ ୩ ଜଣଙ୍କ ପତ୍ତା ମିଳୁନି।

ପଥର ଖାଦାନରେ ଅଘଟଣ; ଜଣେ ଶ୍ରମିକ ମୃତ, ୩ ନିଖୋଜ

ପଥର ଖାଦାନରେ ଘଟିଛି ଅଘଟଣ। ପଥର ଖୋଳୁ ଖୋଳୁ ତା’ ତଳେ ଚାପିହୋଇ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଡଙ୍କାରୀ କଳାପଥର ଖାଦାନରେ ଆଜି ଘଟିଛି ଏହି ଅଘଟଣ।

ଖାଦାନ ଭିତରେ ପଥର ତଳେ ଜଣେ ଶ୍ରମିକଙ୍କ ମୃତଦେହ ଚାପି ହୋଇ ରହିଥିବା ବେଳେ ଆଉ ୩ ଜଣଙ୍କ ପତ୍ତା ମିଳୁନି। ତେଣୁ ସେମାନେ ବି ପଥର ତଳେ ଫସି ଆଖି ବୁଜିଥିବା ଆଶଙ୍କା କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଘଟଣାସ୍ଥଳରେ ବିଜେପି ବିଧାୟିକା ପ୍ରାର୍ଥୀ ସ୍ମୃତିରେଖା ପହି ପହଞ୍ଚି ଖାଦାନ ଚଳାଉଥିବା ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପଥର ଖଣି ବେଆଇନ ଭାବେ ଚାଲୁଥିଲା। ତେଣୁ ତୁରନ୍ତ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରା ନ ଗଲେ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ସେ ଚେତାବନୀ ଦେଇଛନ୍ତି। ତେବେ ତାଙ୍କ ଅଭିଯୋଗ ନେଇ ପ୍ରଶାସନ କିମ୍ବା ଖାଦାନ ମାଲିକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।