ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ୨୦୨୫ ମାର୍ଚ୍ଚ ଯାଏ ୭୮୨ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ହେବନି ବୃଦ୍ଧି
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଔଷଧ ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୁରୁବାର କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪-୨୫ରେ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ କୌଣସି ବୃଦ୍ଧି ହେବ ନାହିଁ । ସେ କହିଛନ୍ତି ଯେ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତିରେ ଅତି ସାମାନ୍ୟ ବୃଦ୍ଧିକୁ ଦେଖି ଆର୍ଥିକ ବର୍ଷ ୨୦୨୪-୨୫ର ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ବୃଦ୍ଧି ପାଇଁ କୌଣସି ଔଷଧ କମ୍ପାନିକୁ ଅନୁମତି ଦିଆଯିବ ନାହିଁ ।ଉଲ୍ଲେଖଯୋଗ୍ୟ ଯେ ଏନପିପିଏ ନିକଟରେ ଜାରି କରିଥିବା ବିଜ୍ଞପ୍ତିରେ କହିଥିଲା ଯେ କ୍ୟାଲେଣ୍ଡର ବର୍ଷ ୨୦୨୨ ତୁଳନାରେ ୨୦୨୩ରେ ଡବ୍ଲୁପିଆଇରେ ବାର୍ଷିକ ପରିବର୍ତ୍ତନ ୦.୦୦୫ ପ୍ରତିଶତ ହୋଇପାରେ । ଏଥିପାଇଁ ଆବଶ୍ୟକ ଔଷଧଙ୍କ ରାଷ୍ଟ୍ରୀୟ ସୂଚୀ (NLEM)ରେ ସାମିଲ ଔଷଧର ମୂଲ୍ୟ ସ୍ଥିର ରହିବ ।ଉଲ୍ଲେଖଯୋଗ୍ୟ ଯେ ଏନପିପିଏ ଡବ୍ଲୁପିଆଇ ଆଧାରରେ ଅନୁସୂଚିତ ଔଷଧଙ୍କ ସର୍ବାଧିକ ମୂଲ୍ୟରେ ସଂଶୋଧନ କରିଥାଏ । ଏବଂ ଭାରତ ସରକାରର ରସାୟନ ଏବଂ ଉର୍ବରକ ମନ୍ତ୍ରଣାଳୟର ରସାୟନ ଏବଂ ମେଟ୍ରୋରସାୟନ ରିପାର୍ଟମେଣ୍ଟ ଅଧିନରେ କାମ କରିଥାଏ ।ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ ୨୦୧୩ର ପାରା ୧୬(୨) ଅନୁସାରେ ଡବ୍ଲୁପିଆଇ ଆଧାରରେ ଔଷଧ ନିର୍ମାତା କମ୍ପାନି ଲିଷ୍ଟେଡ ଔଷଧର ଏମଆରପି ସ୍ଥିର କରିଥାନ୍ତି । ଔଷଧଗୁଡ଼ିକୁ ଦୁଇଟି ଭାଗ-ସିଡ୍ୟୁଲ୍ ଏବଂ ନନ୍-ସିଡ୍ୟୁଲ ଫର୍ମୁଲେସନ ରୂପ
ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଔଷଧ ଗ୍ରାହକଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗୁରୁବାର କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୪-୨୫ରେ ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ କୌଣସି ବୃଦ୍ଧି ହେବ ନାହିଁ । ସେ କହିଛନ୍ତି ଯେ ପାଇକାରୀ ମୂଲ୍ୟ ଆଧାରିତ ମୁଦ୍ରାସ୍ଫୀତିରେ ଅତି ସାମାନ୍ୟ ବୃଦ୍ଧିକୁ ଦେଖି ଆର୍ଥିକ ବର୍ଷ ୨୦୨୪-୨୫ର ଅତିଆବଶ୍ୟକୀୟ ଔଷଧର ମୂଲ୍ୟରେ ବୃଦ୍ଧି ପାଇଁ କୌଣସି ଔଷଧ କମ୍ପାନିକୁ ଅନୁମତି ଦିଆଯିବ ନାହିଁ ।
ଉଲ୍ଲେଖଯୋଗ୍ୟ ଯେ ଏନପିପିଏ ନିକଟରେ ଜାରି କରିଥିବା ବିଜ୍ଞପ୍ତିରେ କହିଥିଲା ଯେ କ୍ୟାଲେଣ୍ଡର ବର୍ଷ ୨୦୨୨ ତୁଳନାରେ ୨୦୨୩ରେ ଡବ୍ଲୁପିଆଇରେ ବାର୍ଷିକ ପରିବର୍ତ୍ତନ ୦.୦୦୫ ପ୍ରତିଶତ ହୋଇପାରେ । ଏଥିପାଇଁ ଆବଶ୍ୟକ ଔଷଧଙ୍କ ରାଷ୍ଟ୍ରୀୟ ସୂଚୀ (NLEM)ରେ ସାମିଲ ଔଷଧର ମୂଲ୍ୟ ସ୍ଥିର ରହିବ ।
ଉଲ୍ଲେଖଯୋଗ୍ୟ ଯେ ଏନପିପିଏ ଡବ୍ଲୁପିଆଇ ଆଧାରରେ ଅନୁସୂଚିତ ଔଷଧଙ୍କ ସର୍ବାଧିକ ମୂଲ୍ୟରେ ସଂଶୋଧନ କରିଥାଏ । ଏବଂ ଭାରତ ସରକାରର ରସାୟନ ଏବଂ ଉର୍ବରକ ମନ୍ତ୍ରଣାଳୟର ରସାୟନ ଏବଂ ମେଟ୍ରୋରସାୟନ ରିପାର୍ଟମେଣ୍ଟ ଅଧିନରେ କାମ କରିଥାଏ ।
ଔଷଧ ମୂଲ୍ୟ ନିୟନ୍ତ୍ରଣ ଆଦେଶ ୨୦୧୩ର ପାରା ୧୬(୨) ଅନୁସାରେ ଡବ୍ଲୁପିଆଇ ଆଧାରରେ ଔଷଧ ନିର୍ମାତା କମ୍ପାନି ଲିଷ୍ଟେଡ ଔଷଧର ଏମଆରପି ସ୍ଥିର କରିଥାନ୍ତି । ଔଷଧଗୁଡ଼ିକୁ ଦୁଇଟି ଭାଗ-ସିଡ୍ୟୁଲ୍ ଏବଂ ନନ୍-ସିଡ୍ୟୁଲ ଫର୍ମୁଲେସନ ରୂପେ ବିଭକ୍ତ କରାଯାଇଛି ।
ସରକାରୀ ବୟାନ ଅନୁସାରେ, ଡବ୍ଲୁପିଆଇ ଆଧାରରେ ୭୮୨ ଔଷଧ ପାଇଁ ବର୍ତ୍ତମାନ ସିଲିଂରେ କୌଣସି ପରିବର୍ତ୍ତନ ହେବ ନାହିଁ । ଏବଂ ବର୍ତ୍ତମାନର ସିଲିଂରେ ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ଲାଗୁ ରହିବ । ୯୦ ଟଙ୍କାରୁ ୨୬୧ ଟଙ୍କା ଯାଏ ୫୪ ଔଷଧର ସର୍ବୋଚ୍ଚ ମୂଲ୍ୟରେ ୦.୦୧ ଟଙ୍କାର ସାମାନ୍ୟ ବୃଦ୍ଧି ହେବ । ଔଷଧ ମୂଲ୍ୟକୁ ନେଇ ସରକାରଙ୍କ ଆଭିମୁଖ୍ୟ କଡ଼ା ରହିଛି । ଆବଶ୍ୟକୀୟ ଔଷଧର ରାଷ୍ଟ୍ରୀୟ ସୂଚୀରେ ସାମିଲ ୬୫୧ ଔଷଧର ମୂଲ୍ୟ ଏପ୍ରିଲ ୧, ୨୦୨୩ରୁ ୬.୭୩ ପ୍ରତିଶତ କମ ହୋଇଛି । କାରଣ ସରକାର ଏହି ଔଷଧଗୁଡ଼ିକ ମୂଲ୍ୟରେ ଅଙ୍କୁଶ ଲଗାଇ ଦେଇଥିଲେ ।