ଅଲ୍ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ
ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ସ୍ବତନ୍ତ୍ର ଅନାବରଣ ଉତ୍ସବରେ ଏହାର ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ କମ୍ପାନୀର ଭି-୧୦,ଭି-୨୦, ଭି-୩୦ ଏବଂ ଭି-୫୦ର ସଫଳତା ପରେ କମ୍ପାନୀ ଭୁବନେଶ୍ୱରରେ ଇଣ୍ଟ୍ରା ରେଞ୍ଜର ୫ମ ଭାରିଆଣ୍ଟର ଶୁଭାରମ୍ଭ କରିଛି। ଖୁବ୍ଶୀଘ୍ର ଏହି ମଡେଲ ସମଗ୍ର ରାଜ୍ୟରେ […] The post ଅଲ୍ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ appeared first on Dharitri Odia News.
ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା ୟୁନିଟ୍ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ସ୍ବତନ୍ତ୍ର ଅନାବରଣ ଉତ୍ସବରେ ଏହାର ଉନ୍ମୋଚନ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ କମ୍ପାନୀର ଭି-୧୦,ଭି-୨୦, ଭି-୩୦ ଏବଂ ଭି-୫୦ର ସଫଳତା ପରେ କମ୍ପାନୀ ଭୁବନେଶ୍ୱରରେ ଇଣ୍ଟ୍ରା ରେଞ୍ଜର ୫ମ ଭାରିଆଣ୍ଟର ଶୁଭାରମ୍ଭ କରିଛି। ଖୁବ୍ଶୀଘ୍ର ଏହି ମଡେଲ ସମଗ୍ର ରାଜ୍ୟରେ ଉପଲବ୍ଧ ହେବାକୁ ଯାଉଛି ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ଟାଟା ମୋଟର୍ସ ଲିମିଟେଡ୍ର ଏରିଆ ମ୍ୟାନେଜର ଓଡ଼ିଶା ଦୀପ୍ତେଶ ସୁବ୍ବା କହିଛନ୍ତି, କମ୍ପାନୀର ନୂତନ ଇଣ୍ଟ୍ରା ଭି-୭୦ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣାକରି ଆମେ ବେଶ୍ ଉତ୍ସାହିତ ଅଛୁ। ଦୀର୍ଘ ଦଶନ୍ଧି ଧରି ଆମର ଗ୍ରାହକମାନେ ସେମାନଙ୍କ ଦୃଢ଼ବିଶ୍ୱାସ ଏବଂ ସମର୍ଥନ ଆମକୁ ଦେଉଛନ୍ତି। ତେଣୁ ଗ୍ରାହକମାନଙ୍କୁ ସୁରକ୍ଷା, ନିିର୍ଭରଯୋଗ୍ୟ ଏବଂ ଉଚ୍ଚକ୍ଷମତା ସମ୍ପନ୍ନ ଯାତାୟାତ ସୁବିଧା ଯୋଗାଇଦେବାକୁ ଆମେ ପ୍ରୟାସ କରିଛୁ। ଆମର ଗ୍ରାହକମାନଙ୍କୁ ଅନ୍ୟ ପ୍ରତିଯୋଗୀ ଯାନ ଅପେକ୍ଷା ଏକ ଉତ୍ତମ ଟିସିଓ ପ୍ରଦାନ ସହ ସେମାନଙ୍କୁ ବିନିଯୋଗ ଉପରେ ଭଲ ଲାଭ ଦେବା ସହ ଉଚ୍ଚକ୍ଷମତା,ରେଞ୍ଜ ଏବଂ ଗ୍ରେଡେବିଲିଟି ଯୋଗାଇବା ଆମର ପ୍ରାଥମିକତା ହୋଇଥିବାବେଳେ ଗ୍ରାହକମାନଙ୍କ ପାଇଁ ଆମେ ବିକ୍ରୟ ପରେ ୨୪ଘଣ୍ଟିଆ ବିକ୍ରୟ ସୁବିଧା ସେବା ଯୋଗାଇ ଦେଉଛୁ।
The post ଅଲ୍ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ appeared first on Dharitri Odia News.