‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି। ହିମନ୍ତ କହିଛନ୍ତି, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ […] The post ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’ appeared first on Dharitri Odia News.

‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’

ଭୁବନେଶ୍ୱର,୧୬।୫: ପାଣ୍ଡିଆନଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଜଟଣୀ ଛତାବରରେ ଭାଜପା ପରିବର୍ତ୍ତନ ସଭାରେ ହିମନ୍ତ ବିଶ୍ୱଶର୍ମାଙ୍କ ଏଭଳି ମନ୍ତବ୍ୟକୁ ଚର୍ଚ୍ଚା ଜୋର ଧରିଛି। ହିମନ୍ତ କହିଛନ୍ତି, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ଲୁଚାଇ ରଖିଛନ୍ତି। କମିଶନ ତଦନ୍ତ କଲେ, ବିଧାନସଭାରେ ରିପୋର୍ଟ ସାର୍ବଜନୀନ ହେଲାନି।

ହିମନ୍ତ କହିଛନ୍ତି, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ପାତାଳରେ ଥିଲେ ବି ଖୋଜି ବାହାର କରିବୁ। ଅଯୋଧ୍ୟାରେ ରାମ ମନ୍ଦିର ହେବନି ଭାବୁଥିଲେ, ହେଲେ ତାହା ମୋଦିଙ୍କ ପାଇଁ ସମ୍ଭବ ହେଲା। ସେହିଭଳି ରତ୍ନଭଣ୍ଡାର ଚାବି ମୋଦି ବାହାର କରିବେ। ରାଜନୀତିରେ ଠକାମୀ ପାଇଁ ନୋବେଲ ଥିଲେ ପାଣ୍ଡିଆନଙ୍କୁ ମିଳିଥାଆନ୍ତା। ମୋଦି ମାଗଣା ଚାଉଳ ଦେଉଛନ୍ତି, ଦମ୍‌ ଅଛି ତ ଅଧ କିଲୋ ଡାଲି ଦିଅ। ତେବେ ହିମନ୍ତଙ୍କ ମନ୍ତବ୍ୟ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନାହିଁ।

The post ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ, ୧୦ ଜୁନ୍‌ ପୂର୍ବରୁ ଚାବି ଫେରାନ୍ତୁ, ନ ହେଲେ…’ appeared first on Dharitri Odia News.