କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ
ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି): କେବେ ଶେଷ ହେବ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜନନୀ ଯନ୍ତ୍ରଣାର ଦୁଃଖ। ପୁଣି ଗର୍ଭବତୀଙ୍କୁ ଖଟିରେ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତାଘାଟ ନ ଥିବା ଯୋଗୁ ଗ୍ରାମବାସୀଙ୍କୁ ମିଳିପାରୁ ନାହିଁ ମୌଳିକ ସୁବିଧା ସାଙ୍ଗକୁ ଆବଶ୍ୟକ ଚିକିତ୍ସା ସେବା। ଫଳରେ ଜରୁରୀ ସମୟରେ ଭାରରେ ଏବଂ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏହି ସବୁ ଘଟଣା କୁନେଇ ଗ୍ରାମବାସୀ […] The post କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.
ଥୁଆମୂଳ ରାମପୁର,୬।୬(ଦୁର୍ଗା କୀର୍ତ୍ତି): କେବେ ଶେଷ ହେବ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳର ଜନନୀ ଯନ୍ତ୍ରଣାର ଦୁଃଖ। ପୁଣି ଗର୍ଭବତୀଙ୍କୁ ଖଟିରେ ବୁହା ହେବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଦୁର୍ଗମ ଅଞ୍ଚଳରେ ଭଲ ରାସ୍ତାଘାଟ ନ ଥିବା ଯୋଗୁ ଗ୍ରାମବାସୀଙ୍କୁ ମିଳିପାରୁ ନାହିଁ ମୌଳିକ ସୁବିଧା ସାଙ୍ଗକୁ ଆବଶ୍ୟକ ଚିକିତ୍ସା ସେବା। ଫଳରେ ଜରୁରୀ ସମୟରେ ଭାରରେ ଏବଂ ଷ୍ଟ୍ରେଚରରେ ବୁହା ହେଉଛନ୍ତି ରୋଗୀ। ଏହି ସବୁ ଘଟଣା କୁନେଇ ଗ୍ରାମବାସୀ ଭୋଟ ବର୍ଜନ ମଧ୍ୟ କରିଥିଲେ l ବ୍ଲକ ପ୍ରଶାସନ ପହଞ୍ଚି ତାଙ୍କୁ ବୁଝାସୁଝା କରିଥିଲେ। ଏପରି କି ରାସ୍ତା ନିମାଣ ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ଓଡ଼ିଶାର ସାଧାରଣ ନିର୍ବାଚନ ଶେଷ ହୋଇ ବର୍ତ୍ତମାନ ନୂଆ ସରକାର ଗଠନ ହେବା ପୂର୍ବରୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣାର ଚିତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଥୁଆମୂଳ ପଞ୍ଚାୟତ ସ୍ଥିତ ଡେଙ୍ଗଫାର୍ସ ଗ୍ରାମରେ।
ମିଳିଥିବା ସୂଚନା ମୁତାବକ, ଗୁରୁବାର ଡେଙ୍ଗଫାର୍ସ ଗ୍ରାମର ଭଗିନ୍ଦ୍ର ମାଝିଙ୍କ ସ୍ତ୍ରୀ ସାଇବନି ମାଝିଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରାଯାଇଥିଲା। ଅନ୍ୟପକ୍ଷେ ଗାଁକୁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚିବାରେ ଆଶଙ୍କା କରି ଗ୍ରାମର ୩ଜଣ ଯୁବକ ବାଧ୍ୟ ହୋଇ ଗର୍ଭବତୀଙ୍କୁ ଖଟିଆରେ ବୋହି ୨ କି.ମି. ପର୍ଯ୍ୟନ୍ତ ଚାଲିଥିଲେ। ଏଭଳି ସ୍ଥିତିରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ସାଇବନି ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ପରବର୍ତ୍ତୀ ସମୟରେ ଆମ୍ବୁଲାନ୍ସ ପହଞ୍ଚି ମା’ ଛୁଆଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ବର୍ତ୍ତମାନ ମା’ ଓ ଛୁଆ ସୁସ୍ଥ ଥିବା ଚିକିତ୍ସା କରୁଥିବା ଡାକ୍ତର ଶକ୍ତି ସାଗର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ଗ୍ରାମର ୱାର୍ଡ ମେମ୍ବର ଦୂର୍ଯ୍ୟଧନ ମାଝି ଏବଂ ସଚେତନ ଯୁବକ ଯଶବନ୍ତ ମାଝି ଜନପ୍ରତିନିଧିଠାରୁ ଆରମ୍ଭ କରି ବ୍ଲକ ଓ ଜିଲା ପ୍ରଶାସନ ଅଧିକାରୀଙ୍କୁ ତୁରନ୍ତ ଗ୍ରାମବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି କରିଛନ୍ତି।
The post କେବେ ଶେଷ ହେବ ଜନନୀ ଯନ୍ତ୍ରଣା: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ appeared first on Dharitri Odia News.