ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି…
ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ ପରେ ଦୀର୍ଘ ସାଢ଼େ ୬ ଦଶନ୍ଧି ଧରି ଦେଶର ଆର୍ଥତ୍କ ସ୍ଥିତିକୁ ପରଖିବା ସହ ଅର୍ଥନୀତି କ୍ଷେତ୍ରରେ ବିପୁଳ ସଂସ୍କାର ଆଣିବାରେ ମନମୋହନଙ୍କ ଅବଦାନ ଥିଲା ଅତୁଳନୀୟ। ମିଷ୍ଟଭାଷୀ ଓ ନମ୍ର ସ୍ବଭାବର ମନମୋହନ ଏକାଧାରରେ ଥିଲେ ପ୍ରଶାସକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ରାଜନେତା। ରାଜନୀତି ପ୍ରତି ଆରମ୍ଭରୁ ବିଶେଷ […] The post ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୧୨: ଭାରତୀୟ ଇତିହାସ କଡ଼ ମୋଡ଼ୁଥିବାବେଳେ କ୍ୱଚିତ୍ ବ୍ୟକ୍ତିବିଶେଷ ଏହାର ସାକ୍ଷୀ ପାଲଟିଥିଲେ। ସେମାନଙ୍କ ମଧ୍ୟରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ଅନ୍ୟତମ। ବିଭାଜନ ପରେ ଦୀର୍ଘ ସାଢ଼େ ୬ ଦଶନ୍ଧି ଧରି ଦେଶର ଆର୍ଥତ୍କ ସ୍ଥିତିକୁ ପରଖିବା ସହ ଅର୍ଥନୀତି କ୍ଷେତ୍ରରେ ବିପୁଳ ସଂସ୍କାର ଆଣିବାରେ ମନମୋହନଙ୍କ ଅବଦାନ ଥିଲା ଅତୁଳନୀୟ। ମିଷ୍ଟଭାଷୀ ଓ ନମ୍ର ସ୍ବଭାବର ମନମୋହନ ଏକାଧାରରେ ଥିଲେ ପ୍ରଶାସକ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ରାଜନେତା। ରାଜନୀତି ପ୍ରତି ଆରମ୍ଭରୁ ବିଶେଷ ଆଗ୍ରହୀ ନ ଥିବା ଏହି ବ୍ୟକ୍ତିତ୍ୱ ଜୀବନରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ି ନ ଥିଲେ ମଧ୍ୟ ୨ ଥର ଦେଶର ସର୍ବୋଚ୍ଚ ଶାସନ ଭାର ସମ୍ଭାଳିବା ସହ ଉଦାରବାଦ ନୀତି ଆପଣାଇ ଦ୍ରୁତ ଆର୍ଥତ୍କ ଅଭିବୃଦ୍ଧି ଆଣିବାରେ ସଫଳ ହୋଇଥିଲେ। ସବୁ ଦଳର ନେତାଙ୍କ ସହ ସୁସମ୍ପର୍କ ରକ୍ଷା କରିବା ରାଜନୀତିରେ ତାଙ୍କ ଆଦୃତି ଓ ଗ୍ରହଣୀୟତାର ପରିସରକୁ ବଢ଼ାଇଦେଇଥିଲା। ଏହି ମହାନ୍ ବ୍ୟକ୍ତିତ୍ୱଙ୍କ ଅବର୍ତ୍ତମାନରେ କେବଳ କଂଗ୍ରେସ ନୁହେଁ, ତାଙ୍କୁ ଝୁରୁଛି ସାରା ଦେଶ।
ମନମୋହନ ୧୯୫୮ରେ ଗୁରଶରନ କୌରଙ୍କୁ ବିବାହ କରିଥିଲେ। ତାଙ୍କର ୩ ଝିଅ ଉପିନ୍ଦର ସିଂ, ଦାମନ ସିଂ ଏବଂ ଅମ୍ରିତ ସିଂ। ତାଙ୍କ ଝିଅ ଦାମନ ଓଡ଼ିଶାର ବୋହୂ। ସେ ଆଇପିଏସ୍ ଅଫିସର ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ଅଶୋକଙ୍କ ଘର କଟକରେ ହୋଇଥିବାବେଳେ ତାଙ୍କ ପରିବାର ଭୁବନେଶ୍ୱରର ଖାରବେଳନଗରରେ ରହୁଛନ୍ତି। ମନମୋହନଙ୍କ ପରିବାର ସଦସ୍ୟ ବହୁତ ସମୟରେ ଝିଅ ଘରକୁ ଆସିଥାନ୍ତି।
The post ମନମୋହନଙ୍କ ଓଡ଼ିଶା ସହ ଥିଲା ଗଭୀର ସମ୍ପର୍କ:ଜାଣନ୍ତୁ କେମିତି… appeared first on Dharitri Odia News.