ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍, ଚାଲିଗଲା ଜୀବନ
ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ ଦୁଖଃଦ ଘଟଣା ଘଟିଛି ସଂକୁରୁ-ବୁଗୁଡ଼ା ରାସ୍ତାର ବେତାରସିଂ ଗ୍ରାମ ନିକଟରେ। ମୃତକ ହେଲେ ସଂକୁରୁ ପଞ୍ଚାୟତର ଓ୍ବାର୍ଡମେମ୍ବର ବିଧାନ ଶିଖାର ପ୍ରଧାନ(୫୫ )। ସଂକୁରୁ ଗ୍ରାମର ବିଧାନ ସବୁ ଦିନ ଭଳି ବୁଧବାର ମଧ୍ୟ ନିଜ ଟାଟା ମ୍ୟାଜିକ୍ ଗାଡ଼ି ଧରି ସକାଳ ୫ ଟାରେ ବୁଗୁଡ଼ା ଅଭିମୁଖେ ଆସୁଥିଲେ। […] The post ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍, ଚାଲିଗଲା ଜୀବନ appeared first on Dharitri Odia News.
ବୁଗୁଡ଼ା,୧ା୫(କାଳିଚରଣ ଦାଶ): ଗାଡ଼ି ଚଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ହୋଇଗଲା ହାର୍ଟ ଆଟାକ୍। ଆଉ ଗାଡ଼ି ଭିତରେ ହିଁ ଚାଲିଗଲା ଜୀବନ ଏମିତି ଏକ ଦୁଖଃଦ ଘଟଣା ଘଟିଛି ସଂକୁରୁ-ବୁଗୁଡ଼ା ରାସ୍ତାର ବେତାରସିଂ ଗ୍ରାମ ନିକଟରେ। ମୃତକ ହେଲେ ସଂକୁରୁ ପଞ୍ଚାୟତର ଓ୍ବାର୍ଡମେମ୍ବର ବିଧାନ ଶିଖାର ପ୍ରଧାନ(୫୫ )। ସଂକୁରୁ ଗ୍ରାମର ବିଧାନ ସବୁ ଦିନ ଭଳି ବୁଧବାର ମଧ୍ୟ ନିଜ ଟାଟା ମ୍ୟାଜିକ୍ ଗାଡ଼ି ଧରି ସକାଳ ୫ ଟାରେ ବୁଗୁଡ଼ା ଅଭିମୁଖେ ଆସୁଥିଲେ। ବୁଗୁଡ଼ା ପହଞ୍ଚିବା ପରେ ଭଡ଼ାରେ ଯାଇଥାନ୍ତେ। ହେଲେ ଗାଡ଼ି ଚଳାଇ ଆସୁଥିବା ବେଳେ ହେଲା ହାର୍ଟ ଆଟାକ୍। ଆଉ ଗାଡ଼ିକୁ ସ୍ଲୋ କରି ରାସ୍ତା କଡ଼ରେ ରଖିବା ବେଳକୁ ଗାଡ଼ି ରାସ୍ତା ତଳକୁ ସାମାନ୍ୟ ଖସି ପଡ଼ିଥିଲା ଏବଂ ଗାଡ଼ି ଭିତରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲ ଅଣାଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନିଜ ଗାଡ଼ି ଚଳାଇ ପରିବାର ପ୍ରତିପୋଷଣ କରୁଥିବା ବିଧାନ ଓ୍ବାର୍ଡମେମ୍ବର ମଧ୍ୟ ଥିଲେ l ତାଙ୍କ ବିୟୋଗରେ ଡ୍ରାଇଭର ମହାସଂଘ ପକ୍ଷରୁ ଶୋକ ପ୍ରକାଶ କରାଯିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
The post ଗାଡ଼ି ଚଳାଉଥିବା ବେଳେ ରାସ୍ତାରେ ହେଲା ହାର୍ଟ ଆଟାକ୍, ଚାଲିଗଲା ଜୀବନ appeared first on Dharitri Odia News.