କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଲୋକ ସଭା ପାଇଁ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ପରେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଜିଲାବାସୀ ମଧ୍ୟ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିଲେ। ଫଳରେ ପୁଣି ଥରେ ଆଶା ରଖିଖିବା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌ କଟିଗଲା। ଧନୁର୍ଜୟ ୨୦୦୪ରେ ଚମ୍ପୁଆ ସଂରକ୍ଷିତ […] The post କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ appeared first on Dharitri Odia News.

କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ

କେନ୍ଦୁଝର,୩ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଳମ୍ବରେ ହେଉ ପଛେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର କେନ୍ଦୁଝର ଲୋକ ସଭା ପାଇଁ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଘୋଷଣା ପରେ ଦୀର୍ଘଦିନ ଧରି ଅପେକ୍ଷା କରିଥିବା ତାଙ୍କ ସମର୍ଥକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ଜିଲାବାସୀ ମଧ୍ୟ ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରିଥିଲେ। ଫଳରେ ପୁଣି ଥରେ ଆଶା ରଖିଖିବା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌ କଟିଗଲା।

ଧନୁର୍ଜୟ ୨୦୦୪ରେ ଚମ୍ପୁଆ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଦଳର ପ୍ରାର୍ଥୀ ହୋଇ ବିଧାୟକ ହୋଇଥିଲେ। ଉକ୍ତ ସିଟ୍‌ଟି ଅଣ ସଂରକ୍ଷିତ ହେବା ପରେ ସେ ୨୦୦୯ ସାଧାରଣ ନିର୍ବାଚନରେ କେନ୍ଦୁଝର ଲୋକ ସଭା ପାଇଁ କଂଗ୍ରେସ ଟିକେଟ୍‌ରୁ ଲଢ଼ି ୨୯.୪୫ ପ୍ରତିଶତ ଭୋଟ୍‌ ପାଇ ବିଜେଡିର ଯଶୋବନ୍ତ ସିଂ ଲାଗୁରୀଙ୍କ ଠାରୁ ହାରିଯାଇଥିଲେ। ପରବର୍ତ୍ତୀ ସମୟରେ ସେ ତେଲକୋଇ ଆସି କଂଗ୍ରେସ ପରେ ଭାଜପା ଦଳରେ ସାମିଲ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଭାଜପା ଟିକେଟ୍‌ରୁ ଲଢ଼ି ୨୬.୧୧ ପ୍ରତିଶତ ଭୋଟ ପାଇ ହାରିଯାଇଥିଲେ। ପରେ ଦଳ ତାଙ୍କୁ ଅଣଦେଖା କରିବାରୁ ସେ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ସେ କେନ୍ଦୁଝର ଲୋକ ସଭା କିମ୍ବା ତେଲକୋଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ଦଳ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଉପରୁ ଆସ୍ଥା ହରାଇ ଧନୁର୍ଜୟଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଧନୁର୍ଜୟଙ୍କ ପାଇଁ ବହୁ ଚ୍ୟାଲେଞ୍ଜ ରହିଛି। ବାରମ୍ବାର ଦଳ ପରିବର୍ତନ କରି ବିଫଳ ହେବା ଏବଂ ଭାଜପାରୁ ବିଜେଡି ଦଳକୁ ଆସି କିଛି ବର୍ଷ ପରେ ଲୋକ ସଭା ପାଇଁ ଟିକେଟ୍‌ ପାଇବା ତାଙ୍କ ପାଇଁ ପ୍ରମୁଖ ସମସ୍ୟା ହେବ।
ଅନ୍ୟପକ୍ଷରେ ତାଙ୍କର ପ୍ରତିଦ୍ୱନ୍ଦ୍ୱିତା ସିଧାସଳଖ ଭାଜପାର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକଙ୍କ ସହିତ ହେବ। ମୋଦିଙ୍କ ଗ୍ୟାରେଣ୍ଟି ଓ ବିଜେଡିର ଜନ କଲ୍ୟାଣ କାର୍ଯ୍ୟ ମଧ୍ୟରେ ଲଢ଼େଇ ହେବାକୁ ଯାଉଥିବା ବେଳେ ଭୋଟର କାହାକୁ ଭରସିବେ ତାହା ନିର୍ବାଚନ ଫଳାଫଳ ଘୋଷଣା ପରେ ଜଣାପଡ଼ିବ।

The post କଟିଲା ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟ୍‌, ଏଥର ଧନୁର୍ଜୟ ସିଦ୍ଧୁ କେନ୍ଦୁଝର ବିଜେଡି ଏମ୍‌ପି ପ୍ରାର୍ଥୀ appeared first on Dharitri Odia News.