ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ ଚାଳିଶା ପଠନ କରିଥିଲେ। ପରେ ବିରାଟ ବାଇକ୍‌ ଶୋଭାଯାତ୍ରାରେ ବାହାରି ପ୍ରଥମେ ଡବେରୀ ସେଠାରୁ ଫେରି ଲକ୍ଷ୍ମୀବଜାର ତିନି ଛକ, ଚାରିଛକ ଦେଇ ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡ଼ି ଦେଇ କିରିକୁଟିରେ ପହଞ୍ଚିଥିଲେ। ସେଠାରେ କିରିକୁଟି ବାସିନ୍ଦା ଶୋଭାଯାତ୍ରାକାରୀଙ୍କୁ ଭବ୍ୟ ସ୍ବାଗତ କରିବା ସହ ପଣା ବଣ୍ଟନ କରିଥିଲେ। ପରେ […] The post ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି appeared first on Dharitri Odia News.

ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୬ା୪(ଅରୁଣ ସାହୁ): ଦାରିଙ୍ଗବାଡ଼ିରେ ରବିବାର ଶ୍ରୀରାମ ନବମୀ ପାଳିତ ହୋଇଯାଇଛି। ଏହି ଅବସରରେ ଶିବମନ୍ଦିର ପ୍ରାଙ୍ଗଣରେ ଏକତ୍ରିତ ହୋଇ ପ୍ରଥମେ ପୂଜାର୍ଚ୍ଚନା ସହ ସାମୁହିକ ହନୁମାନ ଚାଳିଶା ପଠନ କରିଥିଲେ। ପରେ ବିରାଟ ବାଇକ୍‌ ଶୋଭାଯାତ୍ରାରେ ବାହାରି ପ୍ରଥମେ ଡବେରୀ ସେଠାରୁ ଫେରି ଲକ୍ଷ୍ମୀବଜାର ତିନି ଛକ, ଚାରିଛକ ଦେଇ ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡ଼ି ଦେଇ କିରିକୁଟିରେ ପହଞ୍ଚିଥିଲେ। ସେଠାରେ କିରିକୁଟି ବାସିନ୍ଦା ଶୋଭାଯାତ୍ରାକାରୀଙ୍କୁ ଭବ୍ୟ ସ୍ବାଗତ କରିବା ସହ ପଣା ବଣ୍ଟନ କରିଥିଲେ। ପରେ ଶୋଭାଯାତ୍ରା ସେଠାରୁ ବିଭିନ୍ନ ସ୍ଥାନ ଅଭିମୁଖେ ଯାତ୍ରା କରିଥିଲେ। ଆଇନଶୃଙ୍ଖଳା ପାଇଁ ଦାରିଙ୍ଗବାଡ଼ି ଆଇଆଇସି କନକ କୁମାର ମାଝୀଙ୍କ ନେତୃତ୍ୱରେ ଏଏସ୍‌ଆଇ ଶ୍ରୀନିବାସ ରାଓ ସଦଳବଳ ଶାନ୍ତିଶୃଙ୍ଖଳାକୁ ତଦାରଖ କରିଥିଲେ। ଶତାଧିକ ବାଇକ୍‌ ଶୋଭାଯାତ୍ରାରେ ସାମିଲ ହୋଇଥିଲା। ଶାନ୍ତି, ମୈତ୍ରୀ ଓ ଭାଇଚାରାର ପର୍ବ ବୋଲି ନାରା ଦେବା ସହ ଜୟ ଶ୍ରୀରାମରେ ପ୍ରକମ୍ପିତ ହୋଇଥିଲା ଶୋଭାଯାତ୍ରା।

The post ଜୟ ଶ୍ରୀରାମ ଧ୍ୱନିରେ କମ୍ପିଲା ଦାରିଙ୍ଗବାଡ଼ି appeared first on Dharitri Odia News.