ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ

ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସୁଛି। କୁହାଯାଉଛି ଯେ ତାଙ୍କର ଏନଗେଜମେଣ୍ଟ ହୋଇସାରିଛି ଏବଂ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆମେ ଏହା କହୁନାହୁଁ, କିନ୍ତୁ ତାଙ୍କର ଭାଇରାଲ ଫଟୋ ଏପରି କହୁଛି, ଯେଉଁଥିରେ ସେ […] The post ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ appeared first on Dharitri Odia News.

ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ

ଓ୍ବାଶିଂଟନ: ଆମେରିକୀୟ ଗାୟିକା, ଗୀତିକାର ଏବଂ ଅଭିନେତ୍ରୀ ଲେଡି ଗାଗାଙ୍କର ରହିଛନ୍ତି ଅନେକ ପ୍ରଶଂସକ। ୩୮ ବର୍ଷିୟା ଲେଡି ଗାଗା ତାଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ରହିଥାଆନ୍ତି। ବର୍ତ୍ତମାନ ତାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସୁଛି।

କୁହାଯାଉଛି ଯେ ତାଙ୍କର ଏନଗେଜମେଣ୍ଟ ହୋଇସାରିଛି ଏବଂ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ଆମେ ଏହା କହୁନାହୁଁ, କିନ୍ତୁ ତାଙ୍କର ଭାଇରାଲ ଫଟୋ ଏପରି କହୁଛି, ଯେଉଁଥିରେ ସେ ଏକ ଏନଗେଜମେଣ୍ଟ ରିଙ୍ଗ ପିନ୍ଧିଛନ୍ତି ।
ଲେଡି ଗାଗାଙ୍କ ନାମ ଦୀର୍ଘ ଦିନ ଧରି ଉଦ୍ୟୋଗୀ ମାଇକେଲ ପୋଲାନସ୍କି ସହିତ ଯୋଡା ଯାଇଥିଲା । ଏହି ଦମ୍ପତି ପରସ୍ପରକୁ ଡେଟ କରୁଛନ୍ତି । ଏଭଳି ସମୟରେ ଖବର ଅଛି ଯେ ଏହି ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୋସିଆଲ ମିଡିଆରେ ଲେଡି ଗାଗାଙ୍କ ଫଟୋ ଭାଇରାଲ ହେଉଛି, ଯେଉଁଥିରେ ତାଙ୍କ ହାତରେ ଏକ ଏଗେଜମେଣ୍ଟ ରିଙ୍ଗ ଦୃଶ୍ୟମାନ ହେଉଛି।
ଏହାସହ ସେ ଫୁଲ୍‌ କଳା ପୋଷାକରେ ନଜର ଆସିଥାନ୍ତି । ସେ ମୁହଁରେ କଳା ଚଷମା ଏବଂ ପାଦରେ ହାଇ ହିଲ ପିନ୍ଧିଛନ୍ତି। ତାଙ୍କ ହାତ ରିଙ୍ଗ ଥିବା କୋଟର ହାତରୁ ଦୃଶ୍ୟମାନ ହେଉଥିଲା, ଯେଉଁଥିରେ ବଡ ଡାଇମଣ୍ଡ ରିଙ୍ଗ ସମସ୍ତ ଲାଇମ ଲାଇଟ ଚୋରି କରିଥିଲା। ତେବେ ଏପର୍ଯ୍ୟନ୍ତ ଅଭିନେତ୍ରୀଙ୍କଠାରୁ କୌଣସି ଅଫିସିୟାଲ ଘୋଷଣା ହୋଇନାହିଁ।

ସୂଚନାଯୋଗ୍ୟ, ଲେଡି ଗାଗା କେବେ ବି ବିବାହ କରିନାହାଁନ୍ତି, ଯଦିଓ ତାଙ୍କର ଦୁଇଥର ଏନଗେଜମେଣ୍ଟ ହୋଇଛି। ୨୦୧୧ରେ, ସେ ଚିକାଗୋ ଫାୟାର ତାରକା ଟେଲର କିନ୍ନିଙ୍କୁ ଡେଟ କରିବା ଆରମ୍ଭ କରିଥିଲେ, ଯିଏକି ତାଙ୍କ ଗୀତ ‘ୟୁ ଆଣ୍ଡ ଆଇ’ ପାଇଁ ଭିଡିଓରେ ଅଭିନୟ କରିଥିଲେ ଏବଂ ଏହି ଦମ୍ପତି ଭାଲେଣ୍ଟାଇନ୍ସ ଡେ ୨୦୧୫ରେ ଏନଗେଜମେଣ୍ଟ କରିଥିଲେ।
ଏହି ଅବସରରେ କିନ୍ନି ଗାଗାଙ୍କୁ ହୃଦୟ ଆକୃତିର ରିଙ୍ଗ ଦେଇଥିଲେ, କିନ୍ତୁ ୨ ବର୍ଷ ପରେ ଦୁହେଁ ଅଲଗା ହୋଇଗଲେ। ଏହା ପରେ ସେ ହଲିଉଡର ଟ୍ୟାଲେଣ୍ଟ ଏଜେଣ୍ଟ ଖ୍ରୀଷ୍ଟିଆନ କାରିନୋଙ୍କ ସହ ଡେଟ କରିଥିଲେ । ଏହି ସମ୍ପର୍କ ମଧ୍ୟ ବେଶୀ ଦିନ ରହିଲା ନାହିଁ ଏବଂ ସେମାନେ ୨୦୧୯ର ଆରମ୍ଭରେ ଅଲଗା ହୋଇଗଲେ।

The post ଲୁଚିଛପି ବିବାହ କଲେ ଲେଡି ଗାଗା? ଭାଇରାଲ ହେଉଛି ସିଙ୍ଗରଙ୍କ ଫଟୋ appeared first on Dharitri Odia News.