ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର
କୋରାପୁଟ,୫।୨(ଅମିତାଭ ବେହେରା): କୋରାପୁଟ ଜିଲାର ଲମତାପୁଟ ବ୍ଲକର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାରର ତଳ ପାର୍ଶ ନଦୀରେଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଳିତ ଅପରେଶନର ୭୦ ଘଣ୍ଟା ପରେ ମଙ୍ଗଳବାର ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ପୂର୍ବାହ୍ନରେ ନିଖୋଜ ଶିବ ହନ୍ତାଳଙ୍କ ଶବ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଶନିବାର ସଂଧ୍ୟା ସମୟରେ […] The post ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.
କୋରାପୁଟ,୫।୨(ଅମିତାଭ ବେହେରା): କୋରାପୁଟ ଜିଲାର ଲମତାପୁଟ ବ୍ଲକର ସୀମାନ୍ତ ଜଲାପୁଟ ଜଳ ଭଣ୍ଡାରର ତଳ ପାର୍ଶ ନଦୀରେଡ଼ଙ୍ଗା ବୁଡି ଘଟଣାର ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । କୋରାପୁଟ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମିଳିତ ଅପରେଶନର ୭୦ ଘଣ୍ଟା ପରେ ମଙ୍ଗଳବାର ନାବାଳକ ଅମିତ ହନ୍ତାଳଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବୁଧବାର ପୂର୍ବାହ୍ନରେ ନିଖୋଜ ଶିବ ହନ୍ତାଳଙ୍କ ଶବ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ, ଶନିବାର ସଂଧ୍ୟା ସମୟରେ ଜଲାପୁଟ ଗ୍ରାମର ତିନି ଜଣ ନାବାଳକ ମୋବାଇଲରେ ସେଲଫି ନେବା ପାଇଁ ଜଳଭଣ୍ଡାର କୂଳରେ ଥିବା ଦେଶୀ ଡ଼ଙ୍ଗା ନେଇ ମଝି ନଈକୁ ଚାଲିଯାଇଥିଲେ । ସେଠାରେ କୌଣସି କାରଣ ବଶତଃ ଡ଼ଙ୍ଗାଟି ବୁଡି ଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ନାବାଳକ ପହଁରି ଆସିଥିଲା । କିନ୍ତୁ ଅନ୍ୟ ଦୁଇ ନାବାଳକ ନିଖୋଜ ହୋଇଯାଇଥିଲେ । ୪ଦିନ ଜଲାପୁଟ ଗ୍ରାମ ବାସି ଏବଂ ପରିବାର ବର୍ଗ ଜଳଭଣ୍ଡାର କୂଳରେ ଅପେକ୍ଷା କରି ରହିଥିଲେ । ନିଖୋଜ ହେବାର ୭୦ ଘଣ୍ଟା ପରେ ନାବାଳକ ଅମିତ ହନ୍ତାଳ ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮୪ ଘଣ୍ଟା ପରେ ନାବାଳକ ଶିବା ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଛି । ଉଭୟଙ୍କ ମୃତଦେହ ଉଦ୍ଧାର ପରେ ପରିବାରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
The post ଡଙ୍ଗାବୁଡି ଘଟଣା: ୮୪ ଘଣ୍ଟା ପରେ ନାବାଳକଙ୍କ ମୃତଦେହ ଉଦ୍ଧାର appeared first on Dharitri Odia News.