ଖାଦ୍ୟ ଦୂର କରିବ ଷ୍ଟ୍ରେସ୍
ଆଜିକାଲିର ଜୀବନଶୈଳୀ କାରଣରୁ ଅନେକ ଲୋକଙ୍କୁ ଷ୍ଟ୍ରସରେ ରହିବାକୁ ପଡୁଛି । ଏଥିପାଇଁ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମେ ଆମର ଷ୍ଟ୍ରେସ ଲେବଲ କମ କରିପାରିବା । ଆସନ୍ତୁ ଜାଣିବା ସେହିଭଳି ଡାଏଟ୍ ସମ୍ପର୍କରେ ଯାହାକୁ ଖାଇବା ଦ୍ୱାରା ଆମର ଷ୍ଟ୍ରେସ ଲେବଲ କମିବ । ଏହି ଡାଏଟ୍କୁ ମେଡିଟେରିଆନ ଡାଏଟ୍ କୁହାଯାଇଥାଏ । ଏହି ଡାଏଟ୍ରେ ଅଧିକ ମାତ୍ରାରେ […]

ଆଜିକାଲିର ଜୀବନଶୈଳୀ କାରଣରୁ ଅନେକ ଲୋକଙ୍କୁ ଷ୍ଟ୍ରସରେ ରହିବାକୁ ପଡୁଛି । ଏଥିପାଇଁ ସମସ୍ତେ ଅନେକ ସମସ୍ୟାର ସମ୍ମୁଖୀନ ମଧ୍ୟ ହେଉଛନ୍ତି । ତେବେ ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମେ ଆମର ଷ୍ଟ୍ରେସ ଲେବଲ କମ କରିପାରିବା । ଆସନ୍ତୁ ଜାଣିବା ସେହିଭଳି ଡାଏଟ୍ ସମ୍ପର୍କରେ ଯାହାକୁ ଖାଇବା ଦ୍ୱାରା ଆମର ଷ୍ଟ୍ରେସ ଲେବଲ କମିବ । ଏହି ଡାଏଟ୍କୁ ମେଡିଟେରିଆନ ଡାଏଟ୍ କୁହାଯାଇଥାଏ । ଏହି ଡାଏଟ୍ରେ ଅଧିକ ମାତ୍ରାରେ ଫଳ, ପନିପରିବା, ମଞ୍ଜି ଜାତୀୟ ଦ୍ରବ୍ୟ ଆଦି ସାମିଲ ଥାଏ । ଯାହା ଆମର ଷ୍ଟ୍ରେସ ମ୍ୟାନେଜ୍ କରିବାରେ ସାହାଯ୍ୟ ହୋଇଥାଏ । ଏହା ଆମକୁ ମାନସିକ ସ୍ତରରେ ଶାନ୍ତି ଦେଇ ଷ୍ଟ୍ରେସ ଲେବଲ କମାଇଥାଏ । ତେଣୁ ଖାଦ୍ୟରେ ସବୁବେଳେ ଫଳ ଓ ପନିପରିବା ସାମିଲ କରନ୍ତୁ । ଏହା ଆମର ମନର ନେଗେଟିଭିଟିକୁ ଦୂର କରିଥାଏ । ମନରେ ଶାନ୍ତି ଆଣିଥାଏ । ତେଣୁ ଷ୍ଟ୍ରେସ ଦୂର କରିବାକୁ ସବୁବେଳେ ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । କେଉଁଭଳି ଖାଦ୍ୟ ଖାଉଛନ୍ତି ଏହା ମଧ୍ୟ ଆମର ଷ୍ଟ୍ରେସ ଲେବଲକୁ ନିୟନ୍ତ୍ରଣ କରିଥାଏ ।