ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଦୋୖଡ ଚର୍ଚ୍ଚାରେ ୩ ଆଇଏଏସ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୋୖଡରେ ଅଛନ୍ତି ୩ ଆଇଏଏସ ଅଫିସର । ଯୁବ ଆଇଏଏସ୍ ଅନୁପମ ଶାହା, ଅରବିନ୍ଦ ଡାକୁଆ ଓ ଦିଲ୍ଲୀପ ରାଉତରାୟଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଚର୍ଚ୍ଚାର ଏହି ପଦବୀ ଦୌଡ଼ରେ ସବୁଠୁ ଆଗରେ ଯୁବ ଆଇଏଏସ୍ ଅନୁପମ ଶାହା ରହିଛନ୍ତି। ୨୦୧୨ରେ ସେ ୟୁପିଏସ୍ସି ଓଡ଼ିଶା ଟପ୍ପର ହୋଇଥିଲେ। ସର୍ବଭାରତୀୟସ୍ତରରେ ୩୪ ନମ୍ବର ସ୍ଥାନ ହାସଲ […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କିଏ ବ୍ୟକ୍ତିଗତ ସଚିବ ହେବେ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଦୋୖଡରେ ଅଛନ୍ତି ୩ ଆଇଏଏସ ଅଫିସର । ଯୁବ ଆଇଏଏସ୍ ଅନୁପମ ଶାହା, ଅରବିନ୍ଦ ଡାକୁଆ ଓ ଦିଲ୍ଲୀପ ରାଉତରାୟଙ୍କ ନାମ ଚର୍ଚ୍ଚାକୁ ଆସୁଛି। ହେଲେ ଚର୍ଚ୍ଚାର ଏହି ପଦବୀ ଦୌଡ଼ରେ ସବୁଠୁ ଆଗରେ ଯୁବ ଆଇଏଏସ୍ ଅନୁପମ ଶାହା ରହିଛନ୍ତି। ୨୦୧୨ରେ ସେ ୟୁପିଏସ୍ସି ଓଡ଼ିଶା ଟପ୍ପର ହୋଇଥିଲେ। ସର୍ବଭାରତୀୟସ୍ତରରେ ୩୪ ନମ୍ବର ସ୍ଥାନ ହାସଲ କରି ଥିବାବେଳେ ବର୍ତ୍ତମାନ ଜଗତସିଂପୁର ଜିଲ୍ଲାପାଳ ଅଛନ୍ତି । ବାଲିଗୁଡ଼ାର ଉପ-ଜିଲ୍ଲାପାଳ ଭାବେ ସେ କାମ ଆରମ୍ଭ କରିଥିଲେ। ପୂର୍ବରୁ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିଲେ। ଗଜପତିର ଜିଲ୍ଲାପାଳ ଭାବେ ମଧ୍ୟ ସେ କାମ କରିଛନ୍ତି।
ସୂଚନାନୁସାରେ,ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବିଧିବଦ୍ଧ ଭାବେ କାମ ଆରମ୍ଭ କରିବା ପରେ ଏବେ ବ୍ୟକ୍ତିଗତ ସଚିବଙ୍କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।