ଛତିଶଗଡ଼ରେ ପିକ୍ଅପ୍ ଭ୍ୟାନ୍ ଓଲଟି ୧୮ ଶ୍ରମିକଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ କଦିରଧାମ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୯ଜଣ ଶମ୍ରିକଙ୍କ ମୃତ୍ୟୁ ହୋଇଛି। ସେମାନେ ସମସ୍ତେ କେନ୍ଦୁପତ୍ର ତୋଳାଳି। କବୀରଧାମ ଜିଲ୍ଲାର ଏସ୍ପି ଡ ଅଭିଷେକ ପଲ୍ଲବ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କୁକଦୂର ଥାନା ଅଧୀନ ବହପାଣି ଅଞ୍ଚଳରେ ଆଜି ଭୋରରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ଯାତ୍ରୀ କେନ୍ଦୁପତ୍ର ତୋଳିବା କାର୍ଯ୍ୟରେ ନିୟୋଜିତ ଥିଲେ। ଜଙ୍ଗଲରୁ କେନ୍ଦୁପତ୍ର […]

ଛତିଶଗଡ଼ରେ ପିକ୍ଅପ୍ ଭ୍ୟାନ୍ ଓଲଟି ୧୮ ଶ୍ରମିକଙ୍କ ମୃତ୍ୟୁ

ରାୟପୁର: ଛତିଶଗଡ଼ କଦିରଧାମ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏକ ପିକ୍ଅପ୍ ଭ୍ୟାନ୍ ଓଲଟି ପଡ଼ିବା ଫଳରେ ୧୯ଜଣ ଶମ୍ରିକଙ୍କ ମୃତ୍ୟୁ ହୋଇଛି। ସେମାନେ ସମସ୍ତେ କେନ୍ଦୁପତ୍ର ତୋଳାଳି। କବୀରଧାମ ଜିଲ୍ଲାର ଏସ୍ପି ଡ ଅଭିଷେକ ପଲ୍ଲବ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ କୁକଦୂର ଥାନା ଅଧୀନ ବହପାଣି ଅଞ୍ଚଳରେ ଆଜି ଭୋରରେ ଏହି ଦୁର୍ଘଟଣା ହୋଇଛି। ସମସ୍ତ ଯାତ୍ରୀ କେନ୍ଦୁପତ୍ର ତୋଳିବା କାର୍ଯ୍ୟରେ ନିୟୋଜିତ ଥିଲେ। ଜଙ୍ଗଲରୁ କେନ୍ଦୁପତ୍ର ତୋଳିବା ପରେ ନିଜ ଘରକୁ ଫେରୁଥିବାବେଳେ ଦୁର୍ଘଟଣା ହୋଇଛି। ପିକ୍ଅପ୍ ଭ୍ୟାନ୍ରେ ଚାଳକ ସମେତ ୨୫ ଜଣ ବସିଥିଲେ। ୧୫ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଗୁରୁତର ୧୦ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଆଉ ୪ଜଣଙ୍କ ମୃତ୍ୟୁ ଘଟିଛି। ଘଟଣା ସମ୍ପର୍କରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଛି।