ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା
କୋଲକାତା,୭।୧୦: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାର ପଟାଶପୁରରେ ଶୁକ୍ରବାର ଜଣେ ମହିଳାଙ୍କୁ ବଳାତ୍କାର ଓ କୀଟନାଶକ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ପରେ ଗାଁର ମହିଳାମାନେ ଅଭିଯୁକ୍ତଙ୍କୁ ଘରୁ ବାହାର କରି ପିଟିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ନ୍ୟୁଜ ଏଜେନ୍ସି ଆଇଏଏନଏସର ରିପୋର୍ଟ ଅନୁଯାୟୀ, ମୃତକଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ମହିଳା ଜଣକ ଅକ୍ଟୋବର ୪ ଅପରାହ୍ନରେ ଘର ପଛରେ ଥିବା କ୍ଷେତରେ […] The post ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା appeared first on Dharitri Odia News.
କୋଲକାତା,୭।୧୦: ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲାର ପଟାଶପୁରରେ ଶୁକ୍ରବାର ଜଣେ ମହିଳାଙ୍କୁ ବଳାତ୍କାର ଓ କୀଟନାଶକ ଖାଇବାକୁ ଦେବା ଘଟଣା ସାମ୍ନାକୁ ଆସିଛି। ରବିବାର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ପରେ ଗାଁର ମହିଳାମାନେ ଅଭିଯୁକ୍ତଙ୍କୁ ଘରୁ ବାହାର କରି ପିଟିଥିଲେ। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ନ୍ୟୁଜ ଏଜେନ୍ସି ଆଇଏଏନଏସର ରିପୋର୍ଟ ଅନୁଯାୟୀ, ମୃତକଙ୍କ ପରିବାର ସଦସ୍ୟଙ୍କ କହିବାନୁସାରେ, ମହିଳା ଜଣକ ଅକ୍ଟୋବର ୪ ଅପରାହ୍ନରେ ଘର ପଛରେ ଥିବା କ୍ଷେତରେ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ଅଭିଯୁକ୍ତ ତାଙ୍କୁ ସେଠାରୁ ନେଇ ଯାଇଥିଲେ। ସେ ତାଙ୍କୁ ବଳାତ୍କାର କରି ତା’ପରେ ବିଷ ଦେଇ ସେଠାରେ ଛାଡି ଦେଇଥିଲା। ଲୋକମାନେ ଉକ୍ତ ମହିଳାଙ୍କୁ ଉଲଗ୍ନ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ତାଙ୍କ ପାଟିରୁ ଫେଣ ବାହାରୁଥିଲା। ମହିଳାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରୁ ତାଙ୍କୁ ଚିକିତ୍ସା ପାଇଁ ତାମଲୁକର ଏକ ଘରୋଇ ନର୍ସିଂହୋମକୁ ନିଆଯାଇଥିଲା। ତେବେ ରବିବାର ସକାଳେ ସେଠାରେ ମହିଳାଙ୍କର ମୃତ୍ୟୁ ହୋଇଥିଲା।
ମୃତକଙ୍କ ସମ୍ପର୍କୀୟମାନେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମହିଳାଙ୍କ ଦୂର ସମ୍ପର୍କୀୟ ଏବଂ ପାଖରେ ରହୁଥିଲେ। ଅଭିଯୋଗ ହୋଇଛି ଯେ ଶୁକ୍ରବାର ମହିଳାଙ୍କୁ ଏକୁଟିଆ ପାଇବା ପରେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରି କୀଟନାଶକ ଖାଇବାକୁ ଦେଇ ହତ୍ୟା କରିବାକୁ ଉଦ୍ୟମ କରିଥିଲା।
ପୋଲିସ ସୂତ୍ର ଅନୁଯାୟୀ ଅଭିଯୁକ୍ତଙ୍କ ନାମ ସୁଖଚାନ୍ଦ ମୌତି। ଏହି ଘଟଣା ଜଣାପଡିବା ପରେ ଗାଁର ମହିଳାମାନେ ତାଙ୍କୁ ଘରୁ ରାସ୍ତାରେ ଟାଣି ନେଇ ମାଡ ମାରିବା ଆରମ୍ଭ କରିଥିଲେ। ପରେ ସୂଚନା ପାଇବା ପରେ ପୋଲିସ ଆସି ତାଙ୍କୁ ଗୁରୁତର ଅବସ୍ଥାରେ ଏଗ୍ରା ସୁପର ସ୍ପେସିଆଲିଟି ହସ୍ପିଟାଲକୁ ନେଇଥିଲା ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିଯୁକ୍ତଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଉଛି।
ପୂର୍ବ ମେଦିନୀପୁର ପୋଲିସ ଅଧୀକ୍ଷକ ସୌମ୍ୟଦୀପ ଭଟ୍ଟାଚାର୍ଯ୍ୟ କହିଛନ୍ତି, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ। ଆଇନଗତ ପ୍ରକ୍ରିୟା ଅନୁଯାୟୀ ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହୋଇସାରିଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
The post ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା appeared first on Dharitri Odia News.