ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କଲେ ଏନ୍‌ଡିଏ ସହଯୋଗୀ ଦଳ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା ହୋଇଥିଲା। ଏନ୍‌ଡିଏ ସରକାର ଗଠନ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ। […] The post ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କଲେ ଏନ୍‌ଡିଏ ସହଯୋଗୀ ଦଳ appeared first on Dharitri Odia News.

ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କଲେ ଏନ୍‌ଡିଏ ସହଯୋଗୀ ଦଳ

ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ମଧ୍ୟ ଉପସ୍ଥତି ରହିଥିଲେ। ବୈଠକରେ ମୋଦି ସରକାର ୩.୦ ପାଇଁ ଆଲୋଚନା ହୋଇଥିଲା। ଏନ୍‌ଡିଏ ସରକାର ଗଠନ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ ଭାଜପାକୁ ସମର୍ଥନ ପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନ୍‌ଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ।

ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଚିରାଗ ପାଶଓ୍ବାନଙ୍କ ସମେତ ଏନ୍‌ଡିଏର ସମସ୍ତ ସହଯୋଗୀ ଉପସ୍ଥିତ ରହିଥିଲେ।

The post ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ମନୋନୀତ କଲେ ଏନ୍‌ଡିଏ ସହଯୋଗୀ ଦଳ appeared first on Dharitri Odia News.