ଥାନା ସମ୍ମୁଖରେ ମହିଳାଙ୍କ ଆତ୍ମାହୂତୀ ଉଦ୍ୟମ : ନ୍ୟାୟ ଦାବିରେ ଉପ-ଆରକ୍ଷୀଙ୍କ ଦ୍ୱାରସ୍ଥ ହେଲେ ବାପା
ସାଲେପୁର ୨୦।୮: ସାଲେପୁରରେ ଗତ ୧୬ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଅର୍ଦ୍ଧଦଗ୍ଧ ହୋଇଥିଲେ ମହିଳା । ନ୍ୟାୟ ଦାବିରେ କଟକ ଉପ ଆରକ୍ଷୀ ଅଧିକାରୀ ସାଲେପୁର ଏବଂ ଅରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ବାପା ଧୀରେନ୍ଦ୍ର ବେହେରା ଏବଂ ପରିବାର l ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ବିଳମ୍ବିତ ରାତିରେ ମହିଳାଙ୍କ ସ୍ୱାମୀଙ୍କୁ ଏକ ଚୋରି ଅଭିଯୋଗରେ ମାହାଙ୍ଗା ପୋଲିସ ଉଠାଇ ଆଣିଥିଲା l ମହିଳା ୧୬ ତାରିଖ ଦିନ ସକାଳୁ ଥାନାକୁ ଆସି ତାଙ୍କ ସ୍ୱାମୀକୁ ନିର୍ଦୋଷ କହି ଛାଡି ଦେବାକୁ ପୋଲିସକୁ କହୁଥିଲେ । ପରିବାର ଅଭିଯୋଗ ଅନୁସାରେ ପୋଲିସ ମହିଳାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାକୁ ସହ୍ୟ କରି ନପାରି ମହିଳା ଜଣଙ୍କ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୂତୀ ଉଦ୍ୟମ କରିଥିଲେ l ଏବେ ସେ କଟକ ବଡ଼ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି l ଏହି ଘଟଣା ପାଇଁ ମାହାଙ୍ଗା ଥାନା ଅଧିକାରୀ ଏବଂ ଏସ୍ଆଇକୁ ଦାୟୀ ବୋଲି କହିବା ସହ ଘଟଣା ସମୟର ସିସିଟିଭି ଯାଞ୍ଚ କରି ଉକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉପ ଆରକ୍ଷୀ ଅଧିକାରୀ, ସାଲେପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ବାପା ଧୀରେନ୍ଦ୍ର ଏବଂ ପର
ସାଲେପୁର ୨୦।୮: ସାଲେପୁରରେ ଗତ ୧୬ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଅର୍ଦ୍ଧଦଗ୍ଧ ହୋଇଥିଲେ ମହିଳା । ନ୍ୟାୟ ଦାବିରେ କଟକ ଉପ ଆରକ୍ଷୀ ଅଧିକାରୀ ସାଲେପୁର ଏବଂ ଅରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡିତାଙ୍କ ବାପା ଧୀରେନ୍ଦ୍ର ବେହେରା ଏବଂ ପରିବାର l
ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖ ବିଳମ୍ବିତ ରାତିରେ ମହିଳାଙ୍କ ସ୍ୱାମୀଙ୍କୁ ଏକ ଚୋରି ଅଭିଯୋଗରେ ମାହାଙ୍ଗା ପୋଲିସ ଉଠାଇ ଆଣିଥିଲା l ମହିଳା ୧୬ ତାରିଖ ଦିନ ସକାଳୁ ଥାନାକୁ ଆସି ତାଙ୍କ ସ୍ୱାମୀକୁ ନିର୍ଦୋଷ କହି ଛାଡି ଦେବାକୁ ପୋଲିସକୁ କହୁଥିଲେ । ପରିବାର ଅଭିଯୋଗ ଅନୁସାରେ ପୋଲିସ ମହିଳାଙ୍କ କଥାକୁ କର୍ଣ୍ଣପାତ ନକରି ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏହାକୁ ସହ୍ୟ କରି ନପାରି ମହିଳା ଜଣଙ୍କ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୂତୀ ଉଦ୍ୟମ କରିଥିଲେ l ଏବେ ସେ କଟକ ବଡ଼ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି l ଏହି ଘଟଣା ପାଇଁ ମାହାଙ୍ଗା ଥାନା ଅଧିକାରୀ ଏବଂ ଏସ୍ଆଇକୁ ଦାୟୀ ବୋଲି କହିବା ସହ ଘଟଣା ସମୟର ସିସିଟିଭି ଯାଞ୍ଚ କରି ଉକ୍ତ ପୋଲିସ ଅଧିକାରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଉପ ଆରକ୍ଷୀ ଅଧିକାରୀ, ସାଲେପୁରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ରଶ୍ମିତାଙ୍କ ବାପା ଧୀରେନ୍ଦ୍ର ଏବଂ ପରିବାର ଲୋକ l
You Can Read:
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍, ୨୦ରୁ ଅଧିକ ଯାତ୍ରୀ ଆହତ