ବଢ଼ିଲା ଖରାର ପ୍ରକୋପ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ମୌସୁମୀ ସିନା ଆଗୁଆ ଆସିଲା ହେଲେ, ଖରାର ଦାଉର କିନ୍ତୁ ଆଶ୍ବସ୍ତି ମିଳିଲାନି। କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଖରା।ବାଦଲକୁ ଚିରି ତାଉ ଦେଖାଉଛି ତାତି।ସୋମବାର ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ମିଳିଥିବା ତଥ୍ୟ ଅନୁସାରେ ସୋମବାର ବାଲେଶ୍ୱରରେ ୩୯.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁର ୩୯.୧, ହୀରାକୁଦ ୩୯.୧, ଚାନ୍ଦବାଲି ୩୮.୪, ରାଉରକେଲାରେ ୩୭.୭, ପାରାଦୀପ ୩୭.୫ ଏବଂ ପୁରୀରେ ୩୭.୦ ଡିଗ୍ରୀ ସେଲିସୟସ ତାପମାତ୍ରା ରେକର୍ଡ ହୋଇଛି।ସେପଟେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ପହଞ୍ଚିଛି । କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବ । କେବଳ ପଶ୍ଚିମ ଉପକୂଳ ଏବଂ ଉତ୍ତର ପୂର୍ବ ଭାରତରେ ଯାହା ବର୍ଷା ହେବ । ଓଡ଼ିଶାକୁ ବର୍ତ୍ତମାନ ପଶ୍ଚିମରୁ

ବଢ଼ିଲା ଖରାର ପ୍ରକୋପ, ବାଲେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ମୌସୁମୀ ସିନା ଆଗୁଆ ଆସିଲା ହେଲେ, ଖରାର ଦାଉର କିନ୍ତୁ ଆଶ୍ବସ୍ତି ମିଳିଲାନି। କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ଖରା।ବାଦଲକୁ ଚିରି ତାଉ ଦେଖାଉଛି ତାତି।ସୋମବାର ରାଜ୍ୟରେ ବିଭିନ୍ନ ସହରରେ ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। 

ମିଳିଥିବା ତଥ୍ୟ ଅନୁସାରେ ସୋମବାର ବାଲେଶ୍ୱରରେ ୩୯.୮ ଡିଗ୍ରୀ, ଭୁବନେଶ୍ୱରରେ ୩୯.୬, ଝାରସୁଗୁଡ଼ା ୩୯.୨, ସମ୍ବଲପୁର ୩୯.୧, ହୀରାକୁଦ ୩୯.୧, ଚାନ୍ଦବାଲି ୩୮.୪, ରାଉରକେଲାରେ ୩୭.୭, ପାରାଦୀପ ୩୭.୫ ଏବଂ ପୁରୀରେ ୩୭.୦ ଡିଗ୍ରୀ ସେଲିସୟସ ତାପମାତ୍ରା ରେକର୍ଡ ହୋଇଛି।

ସେପଟେ ପାଣିପାଗ ପୂର୍ବାନୁମାନ କହୁଛି, ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । କାଁ ଭାଁ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୪ ତାରିଖରୁ ଉପକୂଳ ଅଞ୍ଚଳରେ ଗରମ ସହିତ ଗୁଳୁଗୁଳି ଆହୁରି ବଢ଼ିବ, ଜନଜୀବନକୁ ଛଟପଟ କରିପାରେ । 

ମୋଟାମୋଟି କହିବାକୁ ଗଲେ, ମୌସୁମୀ ହଜିବା ସହ ରାଜ୍ୟକୁ ପୁଣି ଫେରିଛି ଗ୍ରୀଷ୍ମ ପ୍ରକୋପ । ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ପାଖାପାଖି ପହଞ୍ଚିଛି । 

କୃଷି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଓଡ଼ିଶା ସମେତ ଦେଶର ଅଧିକାଂଶ ସ୍ଥାନରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ମୌସୁମୀ ନିଷ୍କ୍ରିୟ ରହିବ । କେବଳ ପଶ୍ଚିମ ଉପକୂଳ ଏବଂ ଉତ୍ତର ପୂର୍ବ ଭାରତରେ ଯାହା ବର୍ଷା ହେବ । ଓଡ଼ିଶାକୁ ବର୍ତ୍ତମାନ ପଶ୍ଚିମରୁ ପବନ ଆସୁିଛି, ଯାହାକି ଗରମ ବଢ଼ାଉଛି । ମୌସୁମୀ ଟ୍ରଫ୍‌ ସୃଷ୍ଟି ହୋଇପାରୁନି । କୌଣସି ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ନାହିଁ । ପ୍ରଫେସର ପଶୁପାଳକଙ୍କ ଅନୁସାରେ ୧୦ ତାରିଖରୁ ବାୟୁର ଦିଗ ବଦଳିବ । 

୧୧ କିମ୍ବା ୧୨ ତାରିଖବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂଣ୍ଣି ର୍ବଳୟ ସୃଷ୍ଟି ହୋଇପାରେ । ଏହା ଘନୀଭୂତ ହୋଇ ଲଘୁଚାପ ରୂପ ନେବା ସହ ଓଡ଼ିଶା କିମ୍ବା ସଂଲଗ୍ନ ଉପକୂଳ ଦେଇ ସ୍ଥଳଭାଗକୁ ପ୍ରବେଶ କରିପାରେ । ଏହା ପ୍ରଭାବରେ ୪ ଦିନ ସାରା ରାଜ୍ୟରେ ବର୍ଷା ସମ୍ଭାବନା ଅଛି । ପ୍ରାଥମିକ ଆକଳନ ଅନୁସାରେ ବିସ୍ତୃତ ଭାରି ବର୍ଷାର ସମ୍ଭାବନା କମ୍‌ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଉପକୂଳ ଓ ଆଭ୍ୟନ୍ତରୀଣରେ ତାପମାତ୍ରା ୩୫ରୁ ୩୭ ଡିଗ୍ରୀ ସେଲସିୟସ୍‌ ରହିପାରେ । ୬ରୁ ୯ ତାରିଖ ପର୍ଯନ୍ତ ତାତି ଆଉ ୧ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି । ତେଣୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ରାଜ୍ୟରେ ଗୁଳୁଗୁଳି ଜାରି ରହିବ । 

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଗୁଳୁଗୁଳି ପ୍ରାୟ ଲାଗି ରହିବ । ୨-୩ ଦିନ ପରେ ତାପମାତ୍ରା ଓ ଗୁଳୁଗୁଳି ସାମାନ୍ୟ ବଢ଼ିପାରେ । ୭ ଦିନ ପର୍ଯ୍ୟନ୍ତ ବର୍ଷାର ବିଷେଷ ସମ୍ଭାବନା ନାହିଁ । ୪ ତାରିଖରୁ ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ରାଜ୍ୟରେ ଏବେ ବର୍ଷା ହଜିଯାଇଛି । କାଁ ଭାଁ ବର୍ଷା ହେଉଛି । ରବିବାର ସକାଳରୁ ସନ୍ଧ୍ୟା ଭିତରେ ବାରିପଦାରେ ୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାକି ଅଞ୍ଚଳ ପ୍ରାୟତଃ ଶୁଖିଲା ରହିଥିଲା । ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଟାଏଁ ଟାଏଁ ଖରା ଯୋଗୁ ଜନଜୀବନ ନାକେଦମ ହୋଇଛନ୍ତି।