ବାକି ଟଙ୍କା ମାଗିବାରୁ ମାରିଦେଲେ..
ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ମାଗିବାରୁ ମର୍ଡର। ପାନ ଦୋକାନୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା... The post ବାକି ଟଙ୍କା ମାଗିବାରୁ ମାରିଦେଲେ.. appeared first on .
ନନ୍ଦିଘୋଷ ବ୍ୟୁରୋ: ବାକି ଟଙ୍କା ମାଗିବାରୁ ମର୍ଡର। ପାନ ଦୋକାନୀଙ୍କ ମାଡରେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ବଜାରରେ ଘଟିଛି ଏଭଳି ଘଟଣା। ମୃତକ ହେଲେ ଖଇରା ପଂଚାୟତ ପୁରୁଷୋତ୍ତମପୁର ଗାଁର ଜୟକୃଷ୍ଣ ସାହୁ।। ଅଭିଯୁକ୍ତ ଦୋକାନୀ ବସନ୍ତ ବେହେରା ଓ ସେଠାରେ ଥିବା ଅନ୍ୟ ଜଣେ ସହଯୋଗୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି ଖଇରା ପୋଲିସ। କିଛି ଦିନ ତଳେ ଜୟକୃଷ୍ଣଙ୍କ ଠାରୁ ବସନ୍ତ କିଛି ଟଙ୍କା ଧାର ସୂତ୍ରରେ ଆଣିଥିଲେ l ଉକ୍ତ ଟଙ୍କା ମାଗିବାକୁ ବସନ୍ତଙ୍କ ଦୋକାନକୁ ଯାଇଥିଲେ ଜୟକୃଷ୍ଣ। ସେଠାରେ ବାକି ଟଙ୍କା ନେଇ ଉଭୟଙ୍କ ମଧ୍ୟରେ ବଚସା ଓ ଗଣ୍ଡଗୋଳ ହୋଇଥିଲା। ପରେ ଜୟକୃଷ୍ଣକୁ ମାଡ଼ ମାରି ତଳେ ପକାଇଦେଇଥିଲେ ଦୋକାନୀ। ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଜୟକୃଷ୍ଣଙ୍କୁ ଖଇରା ମେଡିକାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ବାକି ଟଙ୍କା ମାଗିବାରୁ ମାରିଦେଲେ.. appeared first on .