ବିହାର ରାଜନୀତିରେ ନୂଆ ଚେହେରା ନିଶାନ୍ତ ! ପ୍ରଭାବିତ ହୋଇପାରେ ମେଣ୍ଟ ସମୀକରଣ
ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରାଜନୀତିରେ ଯୋଗ ଦେବେ ନିଶାନ୍ତ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ହେଉଛନ୍ତି ନିଶାନ୍ତ... The post ବିହାର ରାଜନୀତିରେ ନୂଆ ଚେହେରା ନିଶାନ୍ତ ! ପ୍ରଭାବିତ ହୋଇପାରେ ମେଣ୍ଟ ସମୀକରଣ appeared first on .
ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ରାଜନୀତିରେ ଯୋଗ ଦେବେ ନିଶାନ୍ତ କୁମାର। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପୁଅ ହେଉଛନ୍ତି ନିଶାନ୍ତ କୁମାର। ଜନତା ଦଳ ୟୁନାଇଟେଡରେ ଯୋଗ ଦେବେ ନୀତୀଶଙ୍କ ପୁଅ ନିଶାନ୍ତ କୁମାର। ନୀତୀଶଙ୍କ ପୁଅ ନିଶାନ୍ତଙ୍କ ରାଜନୀତିରେ ଏଣ୍ଟ୍ରି ନେଇ ଦଳର ଅନେକ ନେତା ବଡ଼ ବଡ଼ ଦାବି କରିଛନ୍ତି । ନିଶାନ୍ତକୁ ଦଳରେ ସ୍ଵାଗତ କରିବାକୁ ବିଭିନ୍ନ ସ୍ଥାନରେ ଲାଗିଛି ପୋଷ୍ଟର । ଦଳରେ ସାମିଲ ହେବାକୁ ନିଶାନ୍ତ ସହମତି ପ୍ରଦାନ କରିଥିବା ଜଣାପଡିଛି । ହୋଲି ଅବସରରେ ଦଳୀୟ ନେତାଙ୍କୁ ସାକ୍ଷାତ କରି ସ୍ଵୀକୃତି ପ୍ରଦାନ କରିଛନ୍ତି ନିଶାନ୍ତ ।
ଶନିବାର ଦିନ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ହୋଲି ମିଳନ କାର୍ଯ୍ୟକ୍ରମରେ ବେଶ ଆକ୍ଟିଭ ଥିଲେ ନିଶାନ୍ତ କୁମାର। ବାପା ନୀତୀଶ କୁମାରଙ୍କ ସହ ଦଳର ଅନେକ ପ୍ରମୁଖ ନେତାଙ୍କୁ ନିଶାନ୍ତ ସାକ୍ଷାତ କରିଥିବା ଦେଖିବାକୁ ମିଳିଥିଲା। ଜେଡିୟୁର ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ସଂଜୟ କୁମାର ଝା ଏବଂ ବରିଷ୍ଠ ନେତା ତଥା ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କ ସହ ନିଶାନ୍ତ ଅନେକ ସମୟ ଧରି ଆଲୋଚନା କରିଥିଲେ । ନିଶାନ୍ତ ରାଜନୀତୀକୁ ଆସିବେ ନା ନାହିଁ ଖୁବଶୀଘ୍ର ଘୋଷଣା କରିପାରନ୍ତି ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାର । ଆଉ ଦିନେ କି ଦୁଇ ଦିନ ମଧ୍ୟରେ ନିଶାନ୍ତ ଜେଡିୟୁରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ନିଶାନ୍ତଙ୍କ ରାଜନୀତିରେ ପ୍ରବେଶ ହେଲେ ବିଜେପିର ଚିନ୍ତା ବଢିଯାଇଛି । ଆଗରୁ ବିହାର ବିଧାନସଭା ନିର୍ବାଚନରେ ମେଣ୍ଟ ସମୀକରଣରେ ପରିବର୍ତ୍ତନ ସମ୍ଭାବନା ଦେଖାଦେଇପାରେ ।
The post ବିହାର ରାଜନୀତିରେ ନୂଆ ଚେହେରା ନିଶାନ୍ତ ! ପ୍ରଭାବିତ ହୋଇପାରେ ମେଣ୍ଟ ସମୀକରଣ appeared first on .