ନିରଞ୍ଜନଙ୍କ ଘରୁ ଚୋରିକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ... The post ନିରଞ୍ଜନଙ୍କ ଘରୁ ଚୋରିକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ appeared first on .

ନିରଞ୍ଜନଙ୍କ ଘରୁ ଚୋରିକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ

ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ପୁଣି ଥରେ ଚୋରି ଉଦ୍ୟମକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସୋସିଆଲ ମିଡିଆରେ ନବୀନ ଉଲ୍ଲେଖ କରିଛନ୍ତି, ନିରଞ୍ଜନ ପଟ୍ଟନାୟକଙ୍କ ଘରେ ୩ ଦିନ ଭିତରେ ପୁଣି ଥରେ ଚୋରି ଉଦ୍ୟମ ହେବା ମତେ ବିଚଳିତ କରିଛି। କିଛି ଦିନ ତଳେ ପ୍ରବାସୀ ଭାରତୀୟ ଦିବସ ବେଳେ ସାରା ବିଶ୍ଵରୁ ଭାରତୀୟମାନେ ଭୁବନେଶ୍ଵର ଆସିଥିବା ବେଳଏ ରାଜଧାନୀ ଛାତି ଉପରେ ଏକ ବୀଭତ୍ସ ହତ୍ଯାକାଣ୍ଡ ହେଲା। ଏବେ ଏତେ ବଡ଼ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ସବୁଠୁ ସୁରକ୍ଷିତ ଗଣାଯାଉଥିବା ଅଞ୍ଚଳରୁ ଚୋରି ହେବା ଲୋକେ ଦେଖୁଛନ୍ତି। ଏଥିରୁ ଲାଗୁଛି ପୋଲିସ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଅସାମାଜିକ ବ୍ୟକ୍ତିଙ୍କ ଆଉ କୌଣସି ଡର, ଭୟ ନାହିଁ। ବର୍ତ୍ତମାନ ଲୋକେ ଭୟରେ ରହୁଛନ୍ତି। ଧନ ଜୀବନ ସୁରକ୍ଷା ପାଇଁ ପୋଲିସ ଉପରେ ଥିବା ବିଶ୍ଵାସ ଏବେ ଭାଙ୍ଗିବାକୁ ଲାଗିଛି। ବିଜେପି ସରକାର ଏଥିପ୍ରତି ଦୃଷ୍ଟି ଦିଅନ୍ତୁ। ଭବିଷ୍ଯତରେ ଏପରି ଘଟଣାର ପୁନରାବୃତ୍ତି ନ ହେଉ। ତେବେ ଯାଇ ଲୋକେ ନିଜକୁ ପୁଣି ଥରେ ସୁରକ୍ଷିତ ମନେ କରିବେ ବୋଲି ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ।

The post ନିରଞ୍ଜନଙ୍କ ଘରୁ ଚୋରିକୁ ନେଇ ଉଦବେଗ ପ୍ରକାଶ କଲେ ନବୀନ appeared first on .