ପୁତ୍ର ସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ ଚରଣ କୌର, ଫଟୋ ଶେୟାର କଲେ ପିତା
ଚଣ୍ଡିଗଡ଼,୧୭।୩: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସଓ୍ବୋଲଙ୍କ ଘରୁ ଏକ ଖୁସି ଖବର ଆସିଛି। ତାଙ୍କ ମାଆ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁସେୱାଲାଙ୍କ ପିତା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ସିଦ୍ଧୁ ମୁସୱାଲାଙ୍କ ପିତା ବଲକୌର ସିଂ ତାଙ୍କ ଛୋଟ ପୁଅରଫଟୋ ଶେୟାର କରିବାବେଳେ ଲେଖିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ପ୍ରାଣର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନଭାଇଙ୍କୁ ଆମ କୋଳରେ ଦେଇଛନ୍ତି। ଈଶ୍ବରଙ୍କ […] The post ପୁତ୍ର ସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ ଚରଣ କୌର, ଫଟୋ ଶେୟାର କଲେ ପିତା appeared first on Dharitri Odia News.
ଚଣ୍ଡିଗଡ଼,୧୭।୩: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସଓ୍ବୋଲଙ୍କ ଘରୁ ଏକ ଖୁସି ଖବର ଆସିଛି। ତାଙ୍କ ମାଆ ଚରଣ କୌର ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୁସେୱାଲାଙ୍କ ପିତା ବଲକୌର ସିଂ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି।
ସିଦ୍ଧୁ ମୁସୱାଲାଙ୍କ ପିତା ବଲକୌର ସିଂ ତାଙ୍କ ଛୋଟ ପୁଅରଫଟୋ ଶେୟାର କରିବାବେଳେ ଲେଖିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ପ୍ରାଣର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନଭାଇଙ୍କୁ ଆମ କୋଳରେ ଦେଇଛନ୍ତି। ଈଶ୍ବରଙ୍କ ଆଶୀର୍ବାଦ ସହିତ ପରିବାର ସୁସ୍ଥ ଅଛନ୍ତି ଏବଂ ସମସ୍ତ ଶୁଭେଚ୍ଛୁମାନଙ୍କ ଅପାର ପ୍ରେମ ପାଇଁ ମୁଁ କୃତଜ୍ଞ।
ସୂଚନାଯୋଗ୍ୟ, ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ୨୦୨୨ ରେ ଗୁଳି କରି ହତ୍ୟା କରାଯାଇଥିଲା। ସିଦ୍ଧୁ ମୁସେୱାଲା ତାଙ୍କ ମାତାପିତାଙ୍କର ଏକମାତ୍ର ସନ୍ତାନ ଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ମାତାପିତା ପରିବାରର ଉତ୍ତରାଧିକାରୀଙ୍କ ପାଇଁ ଆଇଭିଏଫ କୌଶଳ ମାଧ୍ୟମରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସିଦ୍ଧୁଙ୍କ ଭାଇଙ୍କ ଜନ୍ମ ଖବର ଆସିବା ମାତ୍ରେ ମୁସେୱାଲାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଗଲା। ଖବର ଲେଖିବା ପର୍ଯ୍ୟନ୍ତ, ସିଦ୍ଧୁଙ୍କ ପିତାଙ୍କ ଏହି ପୋଷ୍ଟକୁ ପ୍ରାୟ ୨ ଲକ୍ଷ ଲାଇକ ଏବଂ ୩୫୦୦ ରୁ ଅଧିକ କମେଣ୍ଟ ମିଳିଛି।
ସୂଚନାଯୋଗ୍ୟ, ୨୯ମେ ୨୦୨୨ରେ ପଞ୍ଜାବର ମାନସା ଜିଲାରେ ପ୍ରସିଦ୍ଧ ପଞ୍ଜାବୀ ଗାୟକ ଶୁଭଦୀପ ସିଂ ସିଦ୍ଧୁ ଓରଫ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ପୋଲିସର ସୂଚନାନୁସାରେ, ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ମହିନ୍ଦ୍ରା ବୋଲେରୋ ଏବଂ ଟୟୋଟା କରୋଲା ନାମକ ଦୁଇଟି ମଡ୍ୟୁଲ ବ୍ୟବହାର କରାଯାଇଥିଲା। ଏହି ହତ୍ୟାକାଣ୍ଡ ପାଇଁ ଗୋଲ୍ଡି ବ୍ରାର ଏବଂ ଲରେନ୍ସ ବିଷ୍ଣୋଇ ନିଜକୁ ଦାୟୀ କରିଥିଲେ।
The post ପୁତ୍ର ସନ୍ତାନର ଜନନୀ ହେଲେ ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ ଚରଣ କୌର, ଫଟୋ ଶେୟାର କଲେ ପିତା appeared first on Dharitri Odia News.