ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ ସେଠଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ଅଭିଷେକ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ଜଳୀୟ ପ୍ରାର୍ଥୀ ବୋଲି ଜିଲା କଂଗ୍ରେସ ସଭାପତି ହରଦୀପ ସିଂ କହିଛନ୍ତି। ଅଭିଷେକ ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଚେହେରା ଅଟନ୍ତି। କିନ୍ତୁ ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରିପୁନାଥ ସେଠଙ୍କ ପୁଅ। ଅଭିଷେକ ଜିଲାର […] The post ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ appeared first on Dharitri Odia News.

ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ)-କଂଗ୍ରେସ ରବିବାର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ବରଗଡ଼ ଜିଲା ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ଅଭିଷେକ ସେଠଙ୍କୁ ଦଳୀୟ ପ୍ରାର୍ଥୀ କରିଛି। ଅଭିଷେକ ଅତାବିରା ବିଧାନସଭା ନିର୍ବାଚନ ମଣ୍ଡଳୀର ଜଳୀୟ ପ୍ରାର୍ଥୀ ବୋଲି ଜିଲା କଂଗ୍ରେସ ସଭାପତି ହରଦୀପ ସିଂ କହିଛନ୍ତି। ଅଭିଷେକ ଅତାବିରା ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଚେହେରା ଅଟନ୍ତି। କିନ୍ତୁ ସେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରିପୁନାଥ ସେଠଙ୍କ ପୁଅ। ଅଭିଷେକ ଜିଲାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନ ବରପାଲି ବାସିନ୍ଦା ହୋଇଥିବା ବେଳେ ସେ ଗତ ୨୦୧୨ରୁ ଛାତ୍ର କଂଗ୍ରେସରେ ରହି ରାଜନୀତିରେ ପାଦ ଥାପିଥିଲେ। ଗତ ୨୦୧୯ରେ ଦଳ ତାଙ୍କୁ ବରଗଡ ଜିଲା ଯୁବ କଂଗ୍ରେସ ସଭାପତି ଦାୟିତ୍ୱ ଦେଇଥିଲା। ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଦଳୀୟ ସଂଗଠନ ସୁଦୃଢ କରିବାରେ ତାଙ୍କର ଭୂମିକା ରହିଛି। ଆଗାମୀ ନିର୍ବାଚନରେ ସେ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ପ୍ରାର୍ଥୀ ପାଇଁ ପ୍ରମୁଖ ଦାବିଦାର ଥିଲେ। ମାତ୍ର ଦଳ ବିଜେପୁର ନିର୍ବାଚନ ମଣ୍ଡଳୀରେ ତାଙ୍କୁ ପ୍ରାର୍ଥୀ କରି ନ ଥିଲା। ଏବେ ଦଳ ଅତାବିରା ନିର୍ବାଚନ ମଣ୍ଡଳୀରୁ ଅଭିଷେକଙ୍କୁ ପ୍ରାର୍ଥୀ କରିଛି। ଏଥିରୁ କଂଗ୍ରେସ କିଭଳି ଫାଇଦା ଉଠାଇବ, ତାହା ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ।

The post ବିଜେପୁର ଆଶାୟୀ ଥିଲେ, ଅତାବିରା ପାଇଁ ପ୍ରାର୍ଥୀ ହେଲେ appeared first on Dharitri Odia News.