ରୋଷେଇ ଗ୍ୟାସ ଫାଟି ଜଳିଗଲା ଘର, ମା ସମେତ ଦୁଇ ଝିଅ ଗୁରୁତର
ଢେଙ୍କାନାଳ: ଗ୍ୟାସ ଟାଙ୍କି ଫାଟି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଘର ଜଳି ଯାଇଥିବା ବେଳେ ଗୋଟିଏ ପରିବାରର ମା' ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି। ତେବେ ସମ୍ପର୍କୀୟଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମା ଅବ୍ଦୁଇ ଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗୁରୁତର ତିନି ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଢେଙ୍କାନାଳ ସଦରବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧନୁଆଗାଁର ପବନା ନାୟକଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା। ପବନାଙ୍କ ପତ୍ନୀ ଶେଫାଳୀ ନାୟକ ୧୫ ବର୍ଷୀୟ ବଡ଼ ଝିଅ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ନାୟକ ଓ ୧୦ ବର୍ଷୀୟ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ ଗୁରୁତର ହୋଇଥିବା ଜଣାପଡିଛି। ମା ଶେଫାଳୀ ରୋଷେଇ କରୁଥିବା ବେଳେ ରୋଷେଇ ସିଲିଣ୍ଡର ହଠାତ ଫାଟି ଯାଇଥିଲା। ଫଳରେ ଗ୍ୟାସ ନିଆଁରେ ଜଳିଉଠିଥିଲା ଘର । ଘରେ ମା ଓ ଝିଅ ଦୁଇଜଣ ଥିଲେ। ମାଆ' କୁ ଉଦ୍ଧାର କରିବାକୁ ଯାଇ ଦୁଇ ଝିଅ ମଧ୍ୟ ନିଆଁରେ ପୋଡି ହୋଇଯାଇଥିଲେ। ନିଆଁ ଘରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଦେଖି ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିଲେ। Also read: ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀଙ୍କ ଅଣ୍ଟା, ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ ଭାଗ ଚାଷୀମା ଶେଫାଳି ଓ ସାନ ଝିଅ ଜୟଶ୍ରୀଙ୍କର ଶରୀରର ୬୦ ପ୍ରତିଶତ ପୋଡି ହୋଇ ଯାଇଥିବା ଜଣାପଡିଛି।ଉଭୟଙ୍କୁ ପ୍ରାଥମିକ ଚ
ଢେଙ୍କାନାଳ: ଗ୍ୟାସ ଟାଙ୍କି ଫାଟି ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ଘର ଜଳି ଯାଇଥିବା ବେଳେ ଗୋଟିଏ ପରିବାରର ମା' ଓ ଦୁଇ ଝିଅ ଗୁରୁତର ହୋଇଛନ୍ତି। ତେବେ ସମ୍ପର୍କୀୟଙ୍କ ସହାୟତାରେ ଗୁରୁତର ଅବସ୍ଥାରେ ମା ଅବ୍ଦୁଇ ଝିଅଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗୁରୁତର ତିନି ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଢେଙ୍କାନାଳ ସଦରବ୍ଲକ ବେଲଟିକିରି ପଞ୍ଚାୟତ ବନ୍ଧନୁଆଗାଁର ପବନା ନାୟକଙ୍କ ଘରେ ଘଟିଛି ଏଭଳି ଅଭାବନୀୟ ଘଟଣା।
ପବନାଙ୍କ ପତ୍ନୀ ଶେଫାଳୀ ନାୟକ ୧୫ ବର୍ଷୀୟ ବଡ଼ ଝିଅ ଶ୍ରଦ୍ଧାଶ୍ରୀ ପ୍ରିୟଦର୍ଶିନୀ ନାୟକ ଓ ୧୦ ବର୍ଷୀୟ ସାନ ଝିଅ ଜୟଶ୍ରୀ ପ୍ରିୟଦର୍ଶିନୀ ନାୟକ ଗୁରୁତର ହୋଇଥିବା ଜଣାପଡିଛି। ମା ଶେଫାଳୀ ରୋଷେଇ କରୁଥିବା ବେଳେ ରୋଷେଇ ସିଲିଣ୍ଡର ହଠାତ ଫାଟି ଯାଇଥିଲା। ଫଳରେ ଗ୍ୟାସ ନିଆଁରେ ଜଳିଉଠିଥିଲା ଘର । ଘରେ ମା ଓ ଝିଅ ଦୁଇଜଣ ଥିଲେ। ମାଆ' କୁ ଉଦ୍ଧାର କରିବାକୁ ଯାଇ ଦୁଇ ଝିଅ ମଧ୍ୟ ନିଆଁରେ ପୋଡି ହୋଇଯାଇଥିଲେ। ନିଆଁ ଘରେ ଲାଗି ଭୟଙ୍କର ଅଗ୍ନିକାଣ୍ଡ ଦେଖି ଗାଁ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ଡାକ୍ତର ଖାନାକୁ ପଠାଇଥିଲେ।
Also read: ଅଦିନିଆ ବର୍ଷା ଭାଙ୍ଗିଲା ଚାଷୀଙ୍କ ଅଣ୍ଟା, ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେଲେ ଭାଗ ଚାଷୀ
ମା ଶେଫାଳି ଓ ସାନ ଝିଅ ଜୟଶ୍ରୀଙ୍କର ଶରୀରର ୬୦ ପ୍ରତିଶତ ପୋଡି ହୋଇ ଯାଇଥିବା ଜଣାପଡିଛି।ଉଭୟଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଖବର ପାଇ ଢେଙ୍କାନାଳରୁ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହି ଅଗ୍ନିକାଣ୍ଡରେ ପବନା ନାୟକଙ୍କ ସମସ୍ତ ଆସବାପତ୍ର, ଲୁଗାପଟା ଓ ଧନ ଚାଉଳ ଆଦି ପୋଡି ଯାଇଥିବା ଜଣାପଡିଛି ।