ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ
ନୂଆଦିଲ୍ଲୀ,୯।୧୧: ନଭେମ୍ବର ୧୧, ସପ୍ତାହ ଆରମ୍ଭ ସହିତ ସୁପ୍ରିମକୋର୍ଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ୩୧୦୩ ଦିନର କାର୍ଯ୍ୟକାଳ ଶେଷ ହୋଇଛି। ଏହି ସମୟରେ ସେ ୭୩୨ ଦିନ (ନଭେମ୍ବର ୯, ୨୦୨୨ ରୁ ନଭେମ୍ବର ୧୦, ୨୦୨୪) ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରହିଥିଲେ। ସେ ସୁପ୍ରିମକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ଥିଲେ ଯିଏକି ଏସଏଚ କାପାଡିଏ(ମେ ୧୨, ୨୦୧୦ରୁ ସେପ୍ଟେମ୍ବର୨୮, ୨୦୧୨) ପରେ ଦୀର୍ଘ […] The post ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ appeared first on Dharitri Odia News.
ନୂଆଦିଲ୍ଲୀ,୯।୧୧: ନଭେମ୍ବର ୧୧, ସପ୍ତାହ ଆରମ୍ଭ ସହିତ ସୁପ୍ରିମକୋର୍ଟରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି । ସୁପ୍ରିମକୋର୍ଟରେ ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ୩୧୦୩ ଦିନର କାର୍ଯ୍ୟକାଳ ଶେଷ ହୋଇଛି। ଏହି ସମୟରେ ସେ ୭୩୨ ଦିନ (ନଭେମ୍ବର ୯, ୨୦୨୨ ରୁ ନଭେମ୍ବର ୧୦, ୨୦୨୪) ପର୍ଯ୍ୟନ୍ତ ଭାରତର ପ୍ରଧାନ ବିଚାରପତି ରହିଥିଲେ। ସେ ସୁପ୍ରିମକୋର୍ଟର ପ୍ରଥମ ପ୍ରଧାନ ବିଚାରପତି ଥିଲେ ଯିଏକି ଏସଏଚ କାପାଡିଏ(ମେ ୧୨, ୨୦୧୦ରୁ ସେପ୍ଟେମ୍ବର୨୮, ୨୦୧୨) ପରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ। ତେବେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ କାର୍ଯ୍ୟକାଳ କେବଳ ଏଥିପାଇଁ ମନେ ରହିବ ନାହିଁ।
ତାଙ୍କ ବିଦାୟ ସମାରୋହରେ ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ସେ ହେଉଛନ୍ତି ସବୁଠାରୁ ଅଧିକ ଟ୍ରୋଲ ହୋଇଥିବା ପ୍ରଧାନ ବିଚାରପତି। ସେ ଏହା ମଧ୍ୟ କହିଛନ୍ତି ଯେ ଅବସର ପରେ ସେହି ଟ୍ରୋଲରମାନେ ବେକାର ହୋଇଯିବେ। ସେ ‘ଟ୍ରୋଲ’ ହେବାର କାରଣ ମଧ୍ୟ ବୁଝାଇ କହିଛନ୍ତି ଯେ ଯେତେବେଳେ ତୁମେ ତୁମର ବ୍ୟକ୍ତିଗତ ଜୀବନକୁ ଲୋକଙ୍କ ସାମ୍ନାରେ ଆଣିବ, ସୋସିଆଲ ମିଡିଆ ଯୁଗରେ ଟ୍ରୋଲ ହେବାର ଆଶଙ୍କା ରହିବ। ଜଷ୍ଟିସ ଚନ୍ଦ୍ରଚୂଡ଼ ତାଙ୍କ ଭାବମୂର୍ତ୍ତିକୁ ପରିବର୍ତ୍ତନ କରିବାର ଆହ୍ବାନର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ସେ ମଧ୍ୟ ଯଥାସମ୍ଭବ ଚେଷ୍ଟା କରିଥିଲେ। କେବଳ କୋର୍ଟରେ ସିଜେଆଇ ଭାବରେ କାର୍ଯ୍ୟ ମାଧ୍ୟମରେ ନୁହେଁ, ମାମଲା ଉପରେ ଦିଆଯାଇଥିବା ନିଷ୍ପତ୍ତି ମାଧ୍ୟମରେ ନୁହେଁ, ବରଂ ବାହାରକୁ ଯାଇ ମଧ୍ୟ । ସୁପ୍ରିମକୋର୍ଟଙ୍କ ଅନେକ ନିଷ୍ପତ୍ତିକୁ ଦର୍ଶାଇ ସେ ଦାବି କରିଛନ୍ତି ଯେ ସରକାରଙ୍କ କୌଣସି ଚାପ ବିନା ନ୍ୟାୟପାଳିକା ସମ୍ପୂର୍ଣ୍ଣ ସ୍ବାଧୀନ ଭାବରେ କାର୍ଯ୍ୟ କରୁଛି। ସେ ମିଡିଆ ପ୍ଲାଟଫର୍ମରୁ ସ୍ପଷ୍ଟ ଭାବରେ କହିଥିଲେ, ‘ଯଦି ଚାପ ଥାଏ, ତେବେ ଆପଣ ଏପରି ନିଷ୍ପତ୍ତି ଆଶା କରିଥାନ୍ତେ କି?’
ଜଷ୍ଟିସ ଚନ୍ଦ୍ରଚୂଡ଼ ନିଜକୁ ଗଣମାଧ୍ୟମ ପାଇଁ ‘ଖୋଲା’ ରଖିଥିଲେ। ‘ମିଡିଆ ଫ୍ରେଣ୍ଡଲି ପ୍ରଧାନ ବିଚାରପତି’ ଭାବରେ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ବୋଧହୁଏ ଅଧିକ ମନେ ରଖାଯିବ। ପ୍ରଧାନ ବିଚାରପତି ଥିବାବେଳେ ସେ ଗଣମାଧ୍ୟମର ନିମନ୍ତ୍ରଣ ଉପରେ ଅନେକ କାର୍ଯ୍ୟକ୍ରମରେ ସାକ୍ଷାତକାର ଦେଉଥିବାର ନଜର ଆସିଥିଲେ। ତାଙ୍କର ଏହି ରୂପ ନ୍ୟାୟପାଳିକାର ଏକ ନୂତନ ଚେହେରା ଉପସ୍ଥାପନ କରୁଥିଲା।
ଚନ୍ଦ୍ରଚୂଡ଼ ଅବସର ଗ୍ରହଣ କରିବା ପରେ ଏଭଳି ପରିବେଶରେ ସୁପ୍ରିମକୋର୍ଟଙ୍କ ସମ୍ମୁଖରେ ପୁଣିଥରେ ସମାନ ପରିସ୍ଥିତି ଉପୁଜିଛି, ଯେତେବେଳେ ସେ ସିଜେଆଇ ଆଇ ପଦବୀ ପାଇଥିଲେ। ତାଙ୍କ ସ୍ଥାନରେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ଏହି ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ତାଙ୍କୁ ନ୍ୟାୟପାଳିକାର ବିଶ୍ୱସନୀୟତାକୁ ଦୃଢ କରିବାକୁ ଆହ୍ବାନର ସମ୍ମୁଖୀନ ହେବାକୁ ପଡିବ। ମାତ୍ର, ୬ମାସ ମଧ୍ୟରେ ଏହା କରିବା ତାଙ୍କ ପାଇଁ ସହଜ ହେବ ନାହିଁ ।
The post ନୂଆ ସିଜେଆଇଙ୍କ ଟେନସନ ବଢାଇ ଦେଇ ଯାଉଛନ୍ତି ଚନ୍ଦ୍ରଚୂଡ଼? ଅବସର ନେଉ ନେଉ ଉଠୁଛି ପ୍ରଶ୍ନ appeared first on Dharitri Odia News.