MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର
ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ ଦଳରେ ଯୋଗ ଦେବା ପରେ ସୂର୍ଯ୍ୟକୁମାର ମଧ୍ୟ ସମାନ ବାଟ ବାଛିପାରନ୍ତି ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏମ୍ସିଏ ପକ୍ଷରୁ ରିପୋର୍ଟକୁ ଖଣ୍ଡନ କରାଯାଇଛି। ସୂର୍ଯ୍ୟକୁମାର ମୁମ୍ବାଇ ବଦଳରେ ଗୋଆ ପାଇଁ ଆଗାମୀ […] The post MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର appeared first on Dharitri Odia News.
ମୁମ୍ବାଇ,୩ା୪: ଭାରତୀୟ ଟି୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଛାଡ଼ି ଯାଉ ନାହାନ୍ତି। ମୁମ୍ବାଇ କ୍ରିକେଟ ଆସୋସିଏଶନ (ଏମ୍ସିଏ) ପକ୍ଷରୁ ଗୁରୁବାର ଏହି ସୂଚନା ଦିଆଯାଇଛି। ଜଶସ୍ବି ଜୟସ୍ବାଲ ଆଗାମୀ ଘରୋଇ ସିଜନ ଲାଗି ମୁମ୍ବାଇ ଛାଡ଼ି ଗୋଆ ଦଳରେ ଯୋଗ ଦେବା ପରେ ସୂର୍ଯ୍ୟକୁମାର ମଧ୍ୟ ସମାନ ବାଟ ବାଛିପାରନ୍ତି ବୋଲି କିଛି ରିପୋର୍ଟ ପ୍ରକାଶ ପାଇଥିଲା। ହେଲେ ଏମ୍ସିଏ ପକ୍ଷରୁ ରିପୋର୍ଟକୁ ଖଣ୍ଡନ କରାଯାଇଛି।
ସୂର୍ଯ୍ୟକୁମାର ମୁମ୍ବାଇ ବଦଳରେ ଗୋଆ ପାଇଁ ଆଗାମୀ ଘରୋଇ ସିଜନରେ ଖେଳିବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ହେଉଥିବା ଗୁଜବ ସମ୍ପର୍କରେ ଏମ୍ସିଏକୁ ଜଣାଅଛି। ଏମ୍ସିଏ ଅଧିକାରୀ ଗୁରୁବାର ସକାଳେ ସୂର୍ଯ୍ୟଙ୍କ ସହ କଥା ହୋଇଥିଲେ ଏବଂ ଏସବୁ ରିପୋର୍ଟରେ କୌଣସି ସତ୍ୟତା ନ ଥିବା ସେ ସ୍ପଷ୍ଟ କରିଛନ୍ତି। ସୂର୍ଯ୍ୟକୁମାର ମୁମ୍ବାଇ ପାଇଁ ଖେଳିବା ଲାଗି ପ୍ରତିଶ୍ରୁତିବଦ୍ଧ ଏବଂ ମୁମ୍ବାଇ ଲାଗି ଖେଳୁଥିବାରୁ ଗର୍ବିତ। ଆମେ ସଭିଙ୍କୁ ମିଥ୍ୟା ଖବର ପ୍ରସାର କରିବାଠାରୁ ଦୂରେଇ ରହିବାକୁ ଅନୁରୋଧ କରୁଛୁ ବୋଲି ଏମ୍ସିଏ ସମ୍ପାଦକ ଅଭୟ ହଡପ କହିଛନ୍ତି।
The post MCAର ବଡ଼ ସୂଚନା: ମୁମ୍ବାଇ ଛାଡ଼ି ଯିବେ ନାହିଁ ସୂର୍ଯ୍ୟକୁମାର appeared first on Dharitri Odia News.