୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ…

ବନ୍ତ,୯।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବଜାର ଥାନାଛକରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇବା ସମୟରେ ୨ ଯୁବକଙ୍କୁ ପୋଲିସର ମାଡ଼ ନେଇ ପ୍ରତିବାଦ କରାଯାଇଛି। ବନ୍ତ ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ତାଙ୍କର ବଦଳି କରାଯାଉ ବୋଲି ଶୁକ୍ରବାର ବନ୍ତ ବଜାରରେ ଆହୂତ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବନ୍ତ ଅଞ୍ଚଳରେ ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ଡ୍ରଗ୍ସ କାରବାର ବଢ଼ି ଚାଲିଥିବା […] The post ୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ… appeared first on Dharitri Odia News.

୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ…

ବନ୍ତ,୯।୨(ହରିନାରାୟଣ ମହାନ୍ତି): ଭଦ୍ରକ ଜିଲା ବନ୍ତ ବଜାର ଥାନାଛକରେ ଗୁରୁବାର ଦୁର୍ଘଟଣା ଘଟାଇଥିବା ଏକ ବାଲି ବୋଝେଇ ହାଇୱାକୁ ଅଟକାଇବା ସମୟରେ ୨ ଯୁବକଙ୍କୁ ପୋଲିସର ମାଡ଼ ନେଇ ପ୍ରତିବାଦ କରାଯାଇଛି। ବନ୍ତ ଥାନାଧିକାରୀଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିବା ସହ ତାଙ୍କର ବଦଳି କରାଯାଉ ବୋଲି ଶୁକ୍ରବାର ବନ୍ତ ବଜାରରେ ଆହୂତ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବନ୍ତ ଅଞ୍ଚଳରେ ବିପୁଳ ପରିମାଣର ମଦ, ଗଞ୍ଜେଇ ଓ ଡ୍ରଗ୍ସ କାରବାର ବଢ଼ି ଚାଲିଥିବା ବେଳେ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଥିବା ସେମାନେ ଅଭିଯୋଗ କରିଥିଲେ। ମାଡ଼ ମାରିଥିବା ଥାନାଧିକାରୀଙ୍କ ବଦଳି, ଶକ୍ତିଧର ରାଉତ ଓ ଗଣନାଥ ବେହେରାଙ୍କ ନାମରେ ହୋଇଥିବା ମିଥ୍ୟା ମାମଲା ପ୍ରତ୍ୟାହୃତ କରାଯିବାକୁ ଦାବି ହୋଇଛି। ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏସ୍‌ପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ଗଣନାଥ ବେହେରା, ଶକ୍ତିଧର ରାଉତ, ଗୟାଧର ସାହୁ, ମୁନ୍‌ତାଜ୍‌ ଅଲ୍ଲୀ ଖାଁ ପ୍ରମୁଖ ଚେତାବନୀ ଦେଇଛନ୍ତି। ପ୍ରକାଶଥାଉ କି, ଗୁରୁବାର ଏକ ବାଲି ବୋଝେଇ ହାଇୱା ଶ୍ରୀବନ୍ତପୁର ଛକଠାରେ ଜଣେ ସ୍କୁଲ ଛାତ୍ରଙ୍କୁ ଧକ୍କା ଦେଇ ପଳାଇ ଯାଉଥିବା ବେଳେ ବନ୍ତ ଥାନା ଛକଠାରେ ସ୍ଥାନୀୟ ଲୋକେ ଅଟକାଇଥିଲେ। ପୋଲିସ ପହଞ୍ଚତ୍ବା ପରେ ଯୁକ୍ତିତର୍କ ହେବା ସହ ଥାନାଧିକାରୀ ୨ ଯୁବକଙ୍କୁ ଧକ୍କା ମାରିବା ସହ ଲାଠିଚାର୍ଜ କରିଥିଲେ।

The post ୨ ଯୁବକଙ୍କୁ ମଡ଼ ମାରିଥିଲା ପୋଲିସ, ତାତିକି ଲୋକେ… appeared first on Dharitri Odia News.