ଦୃଷ୍ଟି ଶକ୍ତି ଭଲ ରହିଲେ, ପାଠପଢାରେ ରହିବ ନାହିଁ ସମସ୍ୟା
ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ):ବିଦ୍ୟାର୍ଥୀଙ୍କ ଦୃଷ୍ଟି ଶକ୍ତି ବାଧିତ ହେଲେ ସେମାନଙ୍କ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି ହେବ। ବିଶେଷ କରି ପାଠପଢାରେ ବାଧା ସୃଷ୍ଟି ହେଉଥିବା ପାଠ ପଢିବା ଲେଖିବା ଭଳି ସମସ୍ୟା ସୃଷ୍ଟି ହେଉଛି। ଫଳରେ ସରକାର ଏଥିପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଦାରିଙ୍ଗବାଡିର ବିଭିନ୍ନ ବିଦ୍ୟାଳୟରେ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚଷମା ଓ ଆବଶ୍ୟକ ଔଷଧ ବଣ୍ଟନ ସହ ଅଧିକା ସମସ୍ୟା ରହିଥିବା ଛାତ୍ରୀଛାତ୍ରଙ୍କୁ ଅନ୍ୟତ୍ର […] The post ଦୃଷ୍ଟି ଶକ୍ତି ଭଲ ରହିଲେ, ପାଠପଢାରେ ରହିବ ନାହିଁ ସମସ୍ୟା appeared first on Dharitri Odia News.
ଦାରିଙ୍ଗବାଡି, ୩୦।୧ (ଅରୁଣ ସାହୁ):ବିଦ୍ୟାର୍ଥୀଙ୍କ ଦୃଷ୍ଟି ଶକ୍ତି ବାଧିତ ହେଲେ ସେମାନଙ୍କ ଭବିଷ୍ୟତରେ ଅନେକ ସମସ୍ୟା ସୃଷ୍ଟି ହେବ। ବିଶେଷ କରି ପାଠପଢାରେ ବାଧା ସୃଷ୍ଟି ହେଉଥିବା ପାଠ ପଢିବା ଲେଖିବା ଭଳି ସମସ୍ୟା ସୃଷ୍ଟି ହେଉଛି। ଫଳରେ ସରକାର ଏଥିପାଇଁ ଲଗାତାର ପ୍ରୟାସ ଜାରି ରଖିଛନ୍ତି। ଏହି କ୍ରମରେ ଦାରିଙ୍ଗବାଡିର ବିଭିନ୍ନ ବିଦ୍ୟାଳୟରେ ଦୃଷ୍ଟି ଶକ୍ତି ପରୀକ୍ଷା କରାଯାଇ ଛାତ୍ରୀଛାତ୍ରଙ୍କୁ ଚଷମା ଓ ଆବଶ୍ୟକ ଔଷଧ ବଣ୍ଟନ ସହ ଅଧିକା ସମସ୍ୟା ରହିଥିବା ଛାତ୍ରୀଛାତ୍ରଙ୍କୁ ଅନ୍ୟତ୍ର ଅଧିକା ଚିକିତ୍ସା ପାଇଁ ଯିବାର ପରାମର୍ଶ ଦିଆଯାଉଛି। ଏଭଳି ଦାରିଙ୍ଗବାଡିଠାରେ ଥିବା ଗ୍ରୀନବାଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ତତ୍ତ୍ୱାବଧାନରେ ମୋଟ ୧୬୬ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୪୯ ଜଣଙ୍କୁ ଚଷମା ଦିଆଯିବା ସହ ୪ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ସେହିପରି ବୁର୍ଜୁବାଡି ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୫୬ ଜଣ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୬୦ଜଣଙ୍କୁ ଚଷମା ଦିଆଯାଇଥିବାବେଳେ ଅଧିକା ଚିକିତ୍ସା ପାଇଁ ୩ ଜଣଙ୍କୁ ଅନ୍ୟତ୍ର ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ସବୁ ଛାତ୍ରୀଛାତ୍ରଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ମଧ୍ୟରେ ସନ୍ତୋଷ ବରାଡ଼,ସୁଶ୍ରୀ ଅର୍ଚ୍ଚନା ସ୍ବାଇଁ, ଅରବିନ୍ଦ ଦାସ, ଶୁଭାଶିଷ ପଣ୍ଡା ପ୍ରମୁଖ ଚିକିତ୍ସା କରିଥିଲେ। ଏହାକୁ ଗୋଷ୍ଠୀସମ୍ବଳ ଶିକ୍ଷକ ମାନସ କୁମାର ଷଡ଼ଙ୍ଗୀ, ରଶ୍ମିତା ସେନାପତି ପ୍ରମୁଖ ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷୟତ୍ରୀଶିକ୍ଷକ ମାନେ ସହଯୋଗ କରିଥିଲେ।
The post ଦୃଷ୍ଟି ଶକ୍ତି ଭଲ ରହିଲେ, ପାଠପଢାରେ ରହିବ ନାହିଁ ସମସ୍ୟା appeared first on Dharitri Odia News.