କର୍ମଚାରୀଙ୍କୁ LICର ହୋଲି ଉପହାର, ବେତନରେ ହେଲା ୧୬% ବୃଦ୍ଧି
ନୂଆଦିଲ୍ଲୀ ୧୫।୩: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ତାଙ୍କ କର୍ମଚାରୀଙ୍କୁ ହୋଲି ଉପହାର ଦେଇଛନ୍ତି। ଏଲଆଇସିରେ କାମ କରୁଥିବା ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ମୂଳ ବେତନରେ ୧୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। କର୍ମଚାରୀଙ୍କ ଏହି ବେତନ ବୃଦ୍ଧି ଆଗଷ୍ଟ ୨୦୨୨ରୁ ପ୍ରଭାବି ହେବ ଓ ଭତ୍ତା ସହିତ ବେତନ ବୃଦ୍ଧି ୨୨ ପ୍ରତିଶତ ହେବ। ବେତନ ବୃଦ୍ଧିକୁ ସରକାରଙ୍କ ମଞ୍ଜୁରୀ ପରେ ୩୦,୦୦୦ରୁ ଅଧିକ ପେନସନ ଭୋଗୀ ମଧ୍ୟ ଉପକୃତ ହେବେ। ରିପୋର୍ଟ ଅନୁସାରେ ଏଲଆଇସିର ବେତନ ବୃଦ୍ଧିର ବାର୍ଷିକ ପ୍ରଭାବ ପାଖାପାଖି ୪,୦୦୦ କୋଟି ଦେଖାଯାଉଛି। ମାର୍ଚ୍ଚ ୧୫ ତାରିଖ ଦିନ ବିଏସଇରେ ଏଲଆଇସି ସେୟାର ୩.୪ ପ୍ରତିଶତ ହ୍ରାସ ହୋଇ ୯୨୬ ଟଙ୍କାରେ କାରବାର ବନ୍ଦ ହୋଇଛି। ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର କର୍ମଚାରୀଙ୍କ ନିମନ୍ତେ ମହଙ୍ଗା ଭତ୍ତା ୧ ଜାନୁୟାରୀରୁ ୪୬ ପ୍ରତିଶତ ହାରରୁ ବୃଦ୍ଧି କରି ମୂଳ ବେତନର ୫୦ ପ୍ରତିଶତ କରିଦେଇଛନ୍ତି। ଫଳରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଲାଭାନ୍ୱୀତ ହୋଇଛନ୍ତି। ଗତମାସରେ ଏଲଆଇସି ଡିସେମ୍ବର ୨୦୨୩ରେ ସମାପ୍ତ ତ୍ରୈମାସିକରେ ନିଟ ଲାଭ ୪୯ ପ୍ରତିଶତ ବୃଦ୍ଧି ସହ ୯,୪୪୪କୋଟି ଟଙ୍କାର ଅଭିବୃଦ୍ଧି ରେକର୍ଡ କରିଛି। ଦେଶର ସର୍ବ ବୃହତ୍ତ ବୀମା କମ୍ପାନୀ ଠିକ ୧ବର୍ଷ ପୂର୍ବେ ସମାନ ଅବଧିରେ ୬,୩୩୪ କୋଟି ଟଙ୍କା ନିଟ୍ ଲାଭ ରୋକର୍ଡ କରି
ନୂଆଦିଲ୍ଲୀ ୧୫।୩: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ତାଙ୍କ କର୍ମଚାରୀଙ୍କୁ ହୋଲି ଉପହାର ଦେଇଛନ୍ତି। ଏଲଆଇସିରେ କାମ କରୁଥିବା ୧ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ମୂଳ ବେତନରେ ୧୬ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। କର୍ମଚାରୀଙ୍କ ଏହି ବେତନ ବୃଦ୍ଧି ଆଗଷ୍ଟ ୨୦୨୨ରୁ ପ୍ରଭାବି ହେବ ଓ ଭତ୍ତା ସହିତ ବେତନ ବୃଦ୍ଧି ୨୨ ପ୍ରତିଶତ ହେବ। ବେତନ ବୃଦ୍ଧିକୁ ସରକାରଙ୍କ ମଞ୍ଜୁରୀ ପରେ ୩୦,୦୦୦ରୁ ଅଧିକ ପେନସନ ଭୋଗୀ ମଧ୍ୟ ଉପକୃତ ହେବେ।
ରିପୋର୍ଟ ଅନୁସାରେ ଏଲଆଇସିର ବେତନ ବୃଦ୍ଧିର ବାର୍ଷିକ ପ୍ରଭାବ ପାଖାପାଖି ୪,୦୦୦ କୋଟି ଦେଖାଯାଉଛି। ମାର୍ଚ୍ଚ ୧୫ ତାରିଖ ଦିନ ବିଏସଇରେ ଏଲଆଇସି ସେୟାର ୩.୪ ପ୍ରତିଶତ ହ୍ରାସ ହୋଇ ୯୨୬ ଟଙ୍କାରେ କାରବାର ବନ୍ଦ ହୋଇଛି। ଚଳିତ ମାସ ଆରମ୍ଭରେ କେନ୍ଦ୍ର ସରକାର କର୍ମଚାରୀଙ୍କ ନିମନ୍ତେ ମହଙ୍ଗା ଭତ୍ତା ୧ ଜାନୁୟାରୀରୁ ୪୬ ପ୍ରତିଶତ ହାରରୁ ବୃଦ୍ଧି କରି ମୂଳ ବେତନର ୫୦ ପ୍ରତିଶତ କରିଦେଇଛନ୍ତି। ଫଳରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ୧ କୋଟିରୁ ଅଧିକ ସରକାରୀ କର୍ମଚାରୀ ଓ ପେନସନ ଭୋଗୀ ଲାଭାନ୍ୱୀତ ହୋଇଛନ୍ତି।
ଗତମାସରେ ଏଲଆଇସି ଡିସେମ୍ବର ୨୦୨୩ରେ ସମାପ୍ତ ତ୍ରୈମାସିକରେ ନିଟ ଲାଭ ୪୯ ପ୍ରତିଶତ ବୃଦ୍ଧି ସହ ୯,୪୪୪କୋଟି ଟଙ୍କାର ଅଭିବୃଦ୍ଧି ରେକର୍ଡ କରିଛି। ଦେଶର ସର୍ବ ବୃହତ୍ତ ବୀମା କମ୍ପାନୀ ଠିକ ୧ବର୍ଷ ପୂର୍ବେ ସମାନ ଅବଧିରେ ୬,୩୩୪ କୋଟି ଟଙ୍କା ନିଟ୍ ଲାଭ ରୋକର୍ଡ କରିଥିଲା। ଜାରି ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଏହାର ନିଟ୍ ପ୍ରିମିୟମ ଆୟ ୧,୧୭,୦୧୭ କୋଟି ଟଙ୍କା ହୋଇଛି, ଯାହା ବର୍ଷକ ପୂର୍ବର ଏହି ଅବଧିରେ ୧,୧୧,୭,୮୮ କୋଟି ଟଙ୍କା ଥିଲା।