ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତଙ୍କ ଉତ୍ପାତ, ରାଜରାସ୍ତାରେ ମାଡ଼ ମାରି ଯୁବକଙ୍କୁଠୁ ଲୁଟିନେଲେ ଟଙ୍କା

ପାଟଣା: ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ। ରାଜରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଲୁଟିନେଲେ ସାଢ଼େ ୪ ଲକ୍ଷ ଟଙ୍କା। ଘଟଣା ଘଟିଛି ଏନ୍‌ଏଚ୍‌ ୪୯ ଡାବରଚୁଆ ନିକଟରେ। ଜଣେ ବଳଦ ବ୍ୟବସାୟୀଙ୍କୁ ମାଡ଼ମାରି ସାଢ଼େ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥବା ଅଭିଯୋଗ ହୋଇଛି।ସୂଚନା ଅନୁଯାୟୀ, ସଂକୀର୍ତ୍ତନ ହାତୀ ନାମକ ଜଣେ ବ୍ୟବସାୟୀ ବେଲଦା ହାଟରୁ ବଳଦ ବିକ୍ରି କରି ଫେରୁଥିଲେ। ହେଲେ ଏନ୍‌ଏଚ୍‌ ୪୯ ଡାବରଚୁଆ ନିକଟରେ ୬ ଦୁର୍ବୃତ୍ତ କେଉଁଆଡ଼ୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହା ସହ ତାଙ୍କ ପାଖରେ ଥିବା ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି କରି ଫେରାର ମାରିଥିଲେ। ଯେଉଁଥିରେ ଗୁରୁତର ହୋଇପଡ଼ିଥିଲେ ସେ।ତେବେ ଗୁରୁତର ଅବସ୍ଥାରେ ସଂକୀର୍ତ୍ତନଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ, ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରହିଛି।

ଦିନ ଦ୍ବିପ୍ରହରରେ ଦୁର୍ବୃତ୍ତଙ୍କ ଉତ୍ପାତ, ରାଜରାସ୍ତାରେ ମାଡ଼ ମାରି ଯୁବକଙ୍କୁଠୁ ଲୁଟିନେଲେ ଟଙ୍କା

ପାଟଣା: ଦିନ ଦ୍ବିପ୍ରହରରେ ମାତିଲେ ଦୁର୍ବୃତ୍ତ। ରାଜରାସ୍ତାରେ ଯୁବକଙ୍କୁ ମାଡ଼ ମାରି ଲୁଟିନେଲେ ସାଢ଼େ ୪ ଲକ୍ଷ ଟଙ୍କା। ଘଟଣା ଘଟିଛି ଏନ୍‌ଏଚ୍‌ ୪୯ ଡାବରଚୁଆ ନିକଟରେ। ଜଣେ ବଳଦ ବ୍ୟବସାୟୀଙ୍କୁ ମାଡ଼ମାରି ସାଢ଼େ ୪ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ସଂକୀର୍ତ୍ତନ ହାତୀ ନାମକ ଜଣେ ବ୍ୟବସାୟୀ ବେଲଦା ହାଟରୁ ବଳଦ ବିକ୍ରି କରି ଫେରୁଥିଲେ। ହେଲେ ଏନ୍‌ଏଚ୍‌ ୪୯ ଡାବରଚୁଆ ନିକଟରେ ୬ ଦୁର୍ବୃତ୍ତ କେଉଁଆଡ଼ୁ ଆସି ତାଙ୍କୁ ଆକ୍ରମଣ କରିଥିଲେ। ଏହା ସହ ତାଙ୍କ ପାଖରେ ଥିବା ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି କରି ଫେରାର ମାରିଥିଲେ। ଯେଉଁଥିରେ ଗୁରୁତର ହୋଇପଡ଼ିଥିଲେ ସେ।

ତେବେ ଗୁରୁତର ଅବସ୍ଥାରେ ସଂକୀର୍ତ୍ତନଙ୍କୁ କେନ୍ଦୁଝର ମେଡିକାଲ ସ୍ଥାନାନ୍ତର କରାଯାଇଥିବାବେଳେ, ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରହିଛି।