ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସୈନୀ, ଖଟ୍ଟରଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ: ହରିୟାଣାରେ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସୈନୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୨୩ରେ ତାଙ୍କୁ ହରିୟାଣା ବିଜେପିର ଦାୟିତ୍ୱ ଦିଆଯାଇଥିଲା । ଶପଥ ଗ୍ରହଣ ପରେ ସେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ସିଏମଙ୍କ ସହ କନୱରପାଲ ଗୁର୍ଜର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କନୱରପାଲ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ।   #WATCH | Haryana BJP president Nayab Singh Saini takes oath as the Chief Minister of Haryana, at the Raj Bhavan in Chandigarh.Former Haryana CM Manohar Lal Khattar also present. pic.twitter.com/9se0rPBvWx— ANI (@ANI) March 12, 2024ନାୟବ ସୈନୀ ମନ୍ତ୍ରିମଣ୍ଡଳର ତୃତୀୟ ଚେହେରା ମୂଳଚନ୍ଦ ଶର୍ମା । ଖଟ୍ଟର ସରକାରରେ ମନ୍ତ୍ରୀ ଥିବା ମୂଳଚନ୍ଦ ମଧ୍ୟ ଆଜି ଶପଥ ନେଇଛନ୍ତି । ତାଙ୍କ ବ୍ୟତୀତ ରଣଜିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଜୟପ୍ରକାଶ ଦଲାଲ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।ପଢନ୍ତୁ: ଜୀବନ ଦେଇଦେବି ପଛେ ଶରଣାର୍ଥୀ ଶିବିର କରିବିନି: ସିଏଏ ଲାଗୁ ହେବା ପରେ ମମତାଙ୍କ ଚେତାବନୀଅନ୍ୟପଟେ ଉପମୁଖ

ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସୈନୀ, ଖଟ୍ଟରଙ୍କ ପାଦ ଛୁଇଁ ନେଲେ ଆଶୀର୍ବାଦ

ନୂଆଦିଲ୍ଲୀ: ହରିୟାଣାରେ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା ପରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସୈନୀ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ ତାଙ୍କୁ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ନାୟବ ସୈନୀ ୨୦୧୪ରେ ପ୍ରଥମ ଥର ବିଧାୟକ ହୋଇଥିଲେ । ୨୦୨୩ରେ ତାଙ୍କୁ ହରିୟାଣା ବିଜେପିର ଦାୟିତ୍ୱ ଦିଆଯାଇଥିଲା । ଶପଥ ଗ୍ରହଣ ପରେ ସେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି । ସିଏମଙ୍କ ସହ କନୱରପାଲ ଗୁର୍ଜର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । କନୱରପାଲ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ ଥିଲେ ।   




ନାୟବ ସୈନୀ ମନ୍ତ୍ରିମଣ୍ଡଳର ତୃତୀୟ ଚେହେରା ମୂଳଚନ୍ଦ ଶର୍ମା । ଖଟ୍ଟର ସରକାରରେ ମନ୍ତ୍ରୀ ଥିବା ମୂଳଚନ୍ଦ ମଧ୍ୟ ଆଜି ଶପଥ ନେଇଛନ୍ତି । ତାଙ୍କ ବ୍ୟତୀତ ରଣଜିତ ସିଂ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି ଜୟପ୍ରକାଶ ଦଲାଲ ମଧ୍ୟ ମନ୍ତ୍ରୀ ପଦର ଶପଥ ନେଇଛନ୍ତି ।

ପଢନ୍ତୁ: ଜୀବନ ଦେଇଦେବି ପଛେ ଶରଣାର୍ଥୀ ଶିବିର କରିବିନି: ସିଏଏ ଲାଗୁ ହେବା ପରେ ମମତାଙ୍କ ଚେତାବନୀ

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଅନିଲ ବିଜ୍ ଏବେ ସୁଦ୍ଧା ରାଜଭବନ ପହଞ୍ଚିନାହାନ୍ତି । କୁହାଯାଉଛି ଯେ ସେ ନିଜଠାରୁ ସାନ ନାୟବ ସୈନୀଙ୍କ ଅଧିନରେ କାମ କରିବାକୁ ପ୍ରସ୍ତୁତ ନାହାନ୍ତି । ଶପଥ ଗ୍ରହଣରେ ଜେଜେପିର ୪ ବିଧାୟକ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ପୂର୍ବାହ୍ମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ସହ ତାଙ୍କ ପୂରା କ୍ୟାବିନେଟ୍ ଇସ୍ତଫା ଦେଇଥିଲା । ଏହାପରେ ବିଧାୟକ ଦଳ ବୈଠକ ହୋଇଥିଲେ, ଯେଉଁଥିରେ ବିଜେପି ସାଂସଦ ନାୟବ ସୈନୀ ନେତା ଚୟନ ହୋଇଥିଲେ । ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପିର ୪୧ ବିଧାୟକ ଅଛନ୍ତି ଏବଂ ୬ ନିର୍ଦଳୀୟ ବିଧାୟକଙ୍କ ସମର୍ଥନ ରହିଛି । ଏପରି ସ୍ଥିତିରେ ବିଜେପି ୪୭ ବିଧାୟକଙ୍କ ସହ ସରକାର କରିବ ।