ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ
ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍ରୁ ୧୦୦ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍ରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ମେଣ୍ଟର ଯୁବରାଜ ଏହାକୁ ଭଲ ଆରମ୍ଭ ବୋଲି କହିଥିଲେ। ତେବେ ରବିବାରର ଇନିଂସ […] The post ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ appeared first on Dharitri Odia News.
ହରାରେ,୯ା୭: ଜିମ୍ବାଓ୍ବେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଶତକ ହାସଲ କରିବା ପରେ ବର୍ତ୍ତମାନ ଯୁବରାଜ ସିଂ ତାଙ୍କୁ ନେଇ ଗର୍ବ କରୁଥିବେ ବୋଲି କହିଛନ୍ତି କ୍ରିକେଟର ଅଭିଷେକ ଶର୍ମା। ଭାରତ ପାଇଁ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଅଭିଷେକ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୪୭ ବଲ୍ରୁ ୧୦୦ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍ରେ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିବା ବେଳେ ମେଣ୍ଟର ଯୁବରାଜ ଏହାକୁ ଭଲ ଆରମ୍ଭ ବୋଲି କହିଥିଲେ। ତେବେ ରବିବାରର ଇନିଂସ ନିଶ୍ଚିତ ଭାବରେ ଯୁବରାଜଙ୍କୁ ଗର୍ବିତ କରିଥିବ ବୋଲି କହିଛନ୍ତି ଅଭିଷେକ। ଭାରତର ୨୦୧୧ ବିଶ୍ୱକପ ବିଜୟର ହିରୋ ଯୁବରାଜଙ୍କୁ ନିଜ କ୍ୟାରିୟରର ଉନ୍ନତିର ଶ୍ରେୟ ପ୍ରଦାନ କରିଛନ୍ତି ଅଭିଷେକ। କେବଳ ଅନ ଫିଲ୍ଡ ନୁହେଁ ଫିଲ୍ଡ ବାହାରେ ମଧ୍ୟ ଯୁବରାଜ ତାଙ୍କୁ ବହୁତ ସହାୟତା କରିଥିବା କହିଛନ୍ତି ଅଭିଷେକ। ବିଗତ ୩ ବର୍ଷ ଧରି ଯୁବରାଜ ତାଙ୍କ ସହ ମିଶି କ୍ରିକେଟ ଦକ୍ଷତାର ଉନ୍ନତି ଉପରେ କାମ କରିଛନ୍ତି ବୋଲି କୁହନ୍ତି ଅଭିଷେକ।
ପଦାର୍ପଣ ମ୍ୟାଚ୍ରେ ଅଭିଷେକ ଖାତା ଖୋଲିବା ଆଗରୁ ଆଉଟ ହୋଇଥିଲେ ମଧ୍ୟ ରବିବାର ଦ୍ୱିତୀୟ ମ୍ୟାଚ୍ ଥିବାରୁ ପରାଜୟ ସମ୍ପର୍କରେ ଚିନ୍ତା କରିବାକୁ ସମୟ ମିଳି ନ ଥିବା କହିଥିଲେ ଅଭିଷେକ। ବିସିସିଆଇ ପକ୍ଷରୁ ଜାରି କରାଯାଇଥିବା ଏକ ଭିଡିଓରେ ଅଭିଷେକ ଏହି ସୂଚନା ଦେଇଛନ୍ତି। ସେହିପରି ଶତକ ପାଇଁ ପଞ୍ଜାବ ଦଳର ସାଥୀ ଖେଳାଳି ତଥା ବର୍ତ୍ତମାନ ଅଧିନାୟକ ଶୁବମନ ଗିଲ୍ଙ୍କୁ ଧନ୍ୟବାଦ ଦେଇଛନ୍ତି ଅଭିଷେକ। ଖରାପ ଫର୍ମରେ ଥିବା ସମୟରେ ହିଁ ସେ ଗିଲ୍ଙ୍କ ବ୍ୟାଟ ବ୍ୟବହାର କରିଥାନ୍ତି। ୧୪ ବର୍ଷରୁ କମ୍ ବୟସ କ୍ରିକେଟରୁ ଏହି ଧାରା ଜାରି ରହିଛି। ପ୍ରଥମ ମ୍ୟାଚ୍ରେ ୦ରେ ଆଉଟ ହେବା ପରେ ଗିଲ୍ଙ୍କ ବ୍ୟାଟ ବ୍ୟବହାର କରି ଶତକ ହାସଲ କରିଥିଲେ ଅଭିଷେକ।
The post ଯୁବରାଜ ମୋ ପାଇଁ ଗର୍ବ କରୁଥିବେ: ଅଭିଷେକ appeared first on Dharitri Odia News.