ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍ଶୀଘ୍ର ଏନ୍ଇପି
ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର […] The post ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍ଶୀଘ୍ର ଏନ୍ଇପି appeared first on Dharitri Odia News.
ଭୁବନେଶ୍ୱର,୩ା୧୦(ଶର୍ମିଷ୍ଠା ପାଣିଗ୍ରାହୀ):ଓଡ଼ିଶାରେ ଖୁବ୍ଶୀଘ୍ର ଜାତୀୟ ଶିକ୍ଷା ନୀତି (ଏନ୍ଇପି) ୨୦୨୦ କାର୍ଯ୍ୟକାରୀ ହେବାକୁ ଯାଉଛି। ଏନେଇ ରାଜ୍ୟର ବିଭିନ୍ନ ସରକାରୀ ବିଶ୍ୱବିଦ୍ୟାଳୟର ପ୍ରସ୍ତୁତି ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର କାର୍ଯ୍ୟ ନିର୍ବାହୀ ସଦସ୍ୟ ପ୍ରଫେସର ଡ. ସୁସ୍ମିତ ପ୍ରସାଦ ପାଣି ଏବଂ ପ୍ରଫେସର ଡ. ଅତନୁ ପତିଙ୍କ ସମେତ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ କୁଳପତିମାନେ ବୈଠକରେ ଯୋଗଦେଇଥିଲେ। ଆସନ୍ତା ୧ରୁ ୩ ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ଶୀର୍ଷସ୍ତରରେ ଆଲୋଚନା କରାଯାଇ ଖୁବ୍ଶୀଘ୍ର ରାଜ୍ୟରେ ଏହି ନୀତି ଲାଗୁ କରାଯିବା ଉପରେ ମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିସହ ଏହାର କାର୍ଯ୍ୟାନ୍ବୟନରେ ଯେଉଁ ସମସ୍ୟା ରହିବ, ତାହାକୁ ପର୍ଯ୍ୟାୟକ୍ରମେ ତତ୍କାଳ ସମାଧାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ବୈଠକ ପ୍ରାରମ୍ଭରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଅରବିନ୍ଦ କୁମାର ଅଗ୍ରୱାଲ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ବର୍ତ୍ତମାନ ବିଭିନ୍ନ ପାଠ୍ୟକ୍ରମର ସ୍ଥିତି, ଛାତ୍ରବୃତ୍ତି, ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ କାର୍ଯ୍ୟକାରୀ ହେବାକୁ ଥିବା ଜାତୀୟ ଶିକ୍ଷା ନୀତି -୨୦୨୦ରେ ରହିଥିବା ଉଲ୍ଲେଖନୀୟ ବ୍ୟବସ୍ଥାର ସାରାଂଶ ଉପରେ ଆଲୋକପାତ କରିଥିଲେ। ଏହି ନୀତି ଲାଗୁ ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନର ଆବଶ୍ୟକତା, ସମ୍ଭାବ୍ୟ ଅସୁବିଧା ଓ ସମାଧାନ ସମ୍ପର୍କରେ ମତ ରଖିଥିଲେ। ଏଥିପାଇଁ ପ୍ରସ୍ତୁତ ରୋଡ୍ ମ୍ୟାପ, ଏହା ଅଧୀନରେ ମଧ୍ୟମ ଓ ଦୀର୍ଘମିଆଦୀ କାର୍ଯ୍ୟାନୁଷ୍ଠାନ ଯୋଜନା ସମ୍ପର୍କରେ ମଧ୍ୟ ସେ ଉପସ୍ଥାପନ କରିଥିଲେ। ଏହି ଆଲୋଚନାରେ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ଶା ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ଫକୀରମୋହନ ବିଶ୍ୱବିଦ୍ୟାଳୟ, ଓଡ଼ିଆ ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ଆଦି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଅଂଶଗ୍ରହଣ କରି ପ୍ରସ୍ତୁତି ସମ୍ପର୍କରେ ମତ ରଖିବା ସହିତ ବିଭିନ୍ନ ପରାମର୍ଶ ଦେଇଥିଲେ।
The post ଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟରେ ଖୁବ୍ଶୀଘ୍ର ଏନ୍ଇପି appeared first on Dharitri Odia News.