ସିବିଆଇ ରିମାଣ୍ଡରେ କେଜ୍ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ
ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି। ରିମାଣ୍ଡ ସମୟରେ ସେ ନିଜର ଚଷମା, ଔଷଧ ନେବା, ଘରର ଖାଦ୍ୟ ଖାଇବା, ଗୀତାର ଗୋଟିଏ ବହି ରଖିବା ଏବଂ ନିଜ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ପ୍ରତ୍ୟେହ ଘଣ୍ଟାଇ ଲେଖାଏ ଭେଟି ପାରିବାର ଅନୁମତି […] The post ସିବିଆଇ ରିମାଣ୍ଡରେ କେଜ୍ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବୁଧବାର ୩ ଦିନ ସିବିଆଇ ରିମାଣ୍ଡରେ ପଠାଯାଇଛି। ଦିଲ୍ଲୀର ରାଉସ୍ ଆଭିନ୍ୟୁ କୋର୍ଟ ସିବିଆଇଙ୍କୁ କେଜରିଓ୍ବାଲଙ୍କ ରିମାଣ୍ଡ ଦେବା ସହ ତାଙ୍କର କିଛି ଅନୁରୋଧକୁ ସ୍ବୀକାର କରିନିଆଯାଇଛି। ରିମାଣ୍ଡ ସମୟରେ ସେ ନିଜର ଚଷମା, ଔଷଧ ନେବା, ଘରର ଖାଦ୍ୟ ଖାଇବା, ଗୀତାର ଗୋଟିଏ ବହି ରଖିବା ଏବଂ ନିଜ ପତ୍ନୀ ଏବଂ ସମ୍ପର୍କୀୟଙ୍କ ସହ ପ୍ରତ୍ୟେହ ଘଣ୍ଟାଇ ଲେଖାଏ ଭେଟି ପାରିବାର ଅନୁମତି ରହିଛି। କେବଳ ଏତିକି ନୁହେଁ ତାଙ୍କର ଗୋଟିଏ ବେଲ୍ଟ ଦରକାର ଥିବାରୁ ତାହା ଯୋଗାଇ ଦିଆଯାଇଛି।
ଇଡି ପକ୍ଷରୁ ରୁଜୁ ହୋଇଥିବା ମାମଲାରେ କେଜ୍ରିଓ୍ବାଲ ଜେଲରେ ଥିଲେ। ସେଠାରେ ସେ ଆବଶ୍ୟକ ଜିନିଷ ତାଲିକାରେ ନିଜର ବେଲ୍ଟ ଲେଖିବା ଭୁଲିଯାଇଥିଲେ। ଏଣୁ ତିହାଡ଼ ଜେଲ ଯିବା ସମୟରେ ତାଙ୍କ ପ୍ୟାଣ୍ଟ ଧରିବାକୁ ପଡ଼ିଥିଲା, ଯାହାକି ଲଜ୍ଜାଜନକ ବୋଧ ହୋଇଥିଲା। ଏଣୁ ଅଦାଲତ ତାଙ୍କର ବେଲ୍ଟ ରଖିବାର ଅନୁରୋଧକୁ ସ୍ବୀକାର କରିନେଇଛନ୍ତି। ତେବେ ଜୁନ ୨୯ରେ କେଜରିଓ୍ବାଲଙ୍କୁ ପୁଣିଥରେ କୋର୍ଟରେ ହାଜର କରାଯିବ।
The post ସିବିଆଇ ରିମାଣ୍ଡରେ କେଜ୍ରିଓ୍ବାଲ ମାଗିଲେ ଗୀତା, ଘରର ଖାଦ୍ୟ ଏବଂ ବେଲ୍ଟ appeared first on Dharitri Odia News.