ବାର୍ବାଡୋସରୁ ଭାରତ ଫେରୁଛନ୍ତି ବିଶ୍ବ ଚାମ୍ପିଅନ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଜରିଆରେ ବାର୍ବାଡୋସ୍ ବିମାନ ବନ୍ଦରରୁ ଘରକୁ ଫେରୁଛନ୍ତି ବିଜୟୀ ଭାରତୀୟ ଦଳ। ଘୂର୍ଣ୍ଣିଝଡ ବେରିଲ୍ ଯୋଗୁ ସେମାନଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନ ଥିଲା। ଯେଉଁଥିପାଇଁ ଖେଳାଳୀଙ୍କର ସ୍ୱଦେଶ ଫେରିବାରେ ବିଳମ୍ବ ହୋଇଥିଲା। ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଶେଷ ହୋଇଥିଲା। ବିଜୟ ପରଠାରୁ ଖରାପ ପାଣିପାଦ ଯୋଗୁ ଭାରତୀୟ ଦଳ ସେଠାରେ […]

ବାର୍ବାଡୋସରୁ ଭାରତ ଫେରୁଛନ୍ତି ବିଶ୍ବ ଚାମ୍ପିଅନ୍
team-india

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନ ଜରିଆରେ ବାର୍ବାଡୋସ୍ ବିମାନ ବନ୍ଦରରୁ ଘରକୁ ଫେରୁଛନ୍ତି ବିଜୟୀ ଭାରତୀୟ ଦଳ। ଘୂର୍ଣ୍ଣିଝଡ ବେରିଲ୍ ଯୋଗୁ ସେମାନଙ୍କୁ ହୋଟେଲରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ପାଣିପାଗକୁ ଦୃଷ୍ଟିରେ ରଖି ବିମାନ ଉଡ଼ାଣ କରିପାରି ନ ଥିଲା। ଯେଉଁଥିପାଇଁ ଖେଳାଳୀଙ୍କର ସ୍ୱଦେଶ ଫେରିବାରେ ବିଳମ୍ବ ହୋଇଥିଲା।

ଜୁନ୍ ୨୯ରେ ବାର୍ବାଡସରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଶେଷ ହୋଇଥିଲା। ବିଜୟ ପରଠାରୁ ଖରାପ ପାଣିପାଦ ଯୋଗୁ ଭାରତୀୟ ଦଳ ସେଠାରେ ରହିଥିଲା। ତେବ‌େ ପାଗ ଠିକ୍ ହେବାପରେ ବିସିସିଆଇ, ଭାରତୀୟ ଦଳକୁ ଘରକୁ ଫେରାଇ ଆଣିବା ପାଇଁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ​​ବିମାନର ବ୍ୟବସ୍ଥା କରିଥିଲା।

ଜୁଲାଇ ୪ ଗୁରୁବାର ଦିନ ନୂଆଦିଲ୍ଲୀ ବିମ‌ାନବନ୍ଦରରେ ପହଞ୍ଚିବେ। ଯେଉଁଠାରେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାର କାଯ୍ୟକ୍ରମ ରହିଛି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଐତିହାସିକ ବିଜୟ ପାଇଁ ଫୋନ୍ କଲ ମାଧ୍ୟମରେ ଦଳକୁ ଅଭିନନ୍ଦନ ଜଣାଇଥିଲେ।