ତିନି ଦିନ ହେବ ନିଖୋଜ ଥିଲେ ଶୈଳ, ଏବେ କୂଅରୁ ମିଳିଲା ମୃତଦେହ
ବୌଦ୍ଧ ୦୨।୦୭ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଅଘଟଣ । କ୍ଷେତ ମଝିରେ ଥିବା କୂଅରୁ ମିଳିଲା ଜଣେ ମହିଳାଙ୍କ ମୃତଦେହ । ମୃତକ ଖଲିଗାଁ ଗାଁର ଶୈଳ ରଣା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ଖଲିଗାଁ ଶୈଳ ରଣା ତିନି ଦିନ ହେବ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗାଁର କ୍ଷେତ ମଝିରେ ଥିବା ଏକ କୂଅରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେହି କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଉ ମୃତକ ଖଲିଗାଁ ଗାଁର ଶୈଳ ରଣା ବୋଲି ଜଣାପଡିଛି । ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ବୌଦ୍ଧ ୦୨।୦୭ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅଞ୍ଚଳରେ ଅଘଟଣ । କ୍ଷେତ ମଝିରେ ଥିବା କୂଅରୁ ମିଳିଲା ଜଣେ ମହିଳାଙ୍କ ମୃତଦେହ । ମୃତକ ଖଲିଗାଁ ଗାଁର ଶୈଳ ରଣା ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ଖଲିଗାଁ ଶୈଳ ରଣା ତିନି ଦିନ ହେବ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ କୌଣସି ପତ୍ତା ମିଳିନଥିଲା । ଶେଷରେ ଗାଁର କ୍ଷେତ ମଝିରେ ଥିବା ଏକ କୂଅରେ ଜଣେ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସେହି କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଆଉ ମୃତକ ଖଲିଗାଁ ଗାଁର ଶୈଳ ରଣା ବୋଲି ଜଣାପଡିଛି । ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।