ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବଙ୍କ ମୃତ୍ୟୁ

ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି।

ମୁକୁଳା ଡ୍ରେନ୍‌ରେ ପଡ଼ି ଯୁବଙ୍କ ମୃତ୍ୟୁ

ଆନନ୍ଦପୁର ପୌରାଞ୍ଚଳରେ ତିନିଦିନ ଧରି ନିଖୋଜ ଯୁବକଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର ହୋଇଛି। ମୁକୁଳା ଡ୍ରେନରେ ପଡ଼ି ଯୁବକଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ମୃତକ ଆନନ୍ଦପୁର ପୌରାଞ୍ଚଳ ୭ନଂ ୱାର୍ଡ଼ର ମୁର୍ତ୍ତି ରାଓ ବୋଲି ଜଣାପଡ଼ିଛି।

ମୁର୍ତ୍ତି ଗତ ଶୁକ୍ରବାର ସକାଳୁ ଠାକୁର ପୂଜା ପାଇଁ ଫୁଲ ତୋଳିବାକୁ ଯାଇଥିଲେ। ଅନେକ ସମୟ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଘର ଲୋକ ବ୍ୟସ୍ତ ହୋଇ  ବହୁ ଖୋଜାଖୋଜି ମଧ୍ୟ କରିଥିଲେ ହେଲା ମୁର୍ତ୍ତିଙ୍କର କୌଣସି ପତା ମିଳିନଥିଲା। 

ଆଜି ସକାଳୁ ଖେଳୁଥିବା କିଛି ପିଲା ମାନେ ଡ୍ରେନ୍ ଭିତରେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ପୌର ପ୍ରସାସନକୁ ଖବର ଦେଇଥିଲେ। ଏହି ଗଭୀର ଡ୍ରେନ୍ ଦେଇ ସମଗ୍ର ଆନନ୍ଦପୁର ପାଣି ନିଷ୍କାସନ ହୋଇଥାଏ। ଡ୍ରେନ୍ ଉପରେ ଢାଙ୍କୁଣି ନଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ଏ ନେଇ ଆନନ୍ଦପୁର ପୌର ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିନି।