ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କ ପରେ ପତ୍ନୀ ପବିତ୍ରାଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ୧୧।୬: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ପରେ ଏବେ ତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ଗିରଫ କରିଛି ପୋଲିସ । ତେବେ କିଛି ମିଡିଆ ରିପୋର୍ଟ ଅନୁସାରେ, ପବିତ୍ରା ଦର୍ଶନଙ୍କ ପ୍ରେମିକା । କର୍ଣ୍ଣାଟକରେ ହୋଇଥିବା ଏକ ହତ୍ୟା ମାମଲାରେ ସେଲିବ୍ରିଟି ଦମ୍ପତିଙ୍କ ହାତ ଥିବା ନେଇ ପୋଲିସ ସନ୍ଦେହରେ ସେମାନଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଦର୍ଶନ ଏବଂ ପବିତ୍ରାଙ୍କ ବ୍ୟତୀତ ୧୦ ଜଣଙ୍କୁ ଗିରଫ କରିଛି ।   ମିଳିଥିବା ସୂଚନା ଅନୁସାରେ ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପ୍ରଥମେ ଦର୍ଶନଙ୍କୁ ମୈସୁରରୁ ପୋଲିସ ଗିରଫ କରିବା ପରେ ବେଙ୍ଗାଲୁରୁ ଆଣିଥିଲା ।ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ ଗଣମାଧ୍ୟମକୁ କହିଥିଲେ, 'ଜୁନ ୯ ତାରିଖରେ ବେଙ୍ଗାଲୁରୁ ପଶ୍ଚିମ ଡିଭିଜନର କାମାକ୍ସିପାଲ୍ୟା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ହତ୍ୟା ମାମଲାରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ କଳାକାରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଚିତ୍ରାଦୁର୍ଗର ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିର ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।'ମୃତ ରେଣୁକା ସ୍ୱାମୀ ଚିତ୍ରାଦୁର୍ଗସ୍ଥିତ ଏକ ମେଡିକାଲ୍‌ ଦୋକାନରେ ସହକାରୀ ଥିଲେ ଏବଂ ନିକଟରେ ସେ ବିବାହ କରିଥିଲେ । ପୋଲିସ  ସୂଚନା ଅନୁସାରେ, ରେଣୁକାସ୍ୱାମୀଙ୍କୁ ପ୍ରଥମେ ଚିତ୍ରାଦୁର୍ଗରୁ ଅପହରଣ କରାଯାଇ ସହରର ପଶ୍ଚିମ ଭାଗର

ହତ୍ୟା ମାମଲାରେ କନ୍ନଡ ଅଭିନେତା ଦର୍ଶନଙ୍କ ପରେ ପତ୍ନୀ ପବିତ୍ରାଙ୍କୁ ଗିରଫ କଲା ପୋଲିସ

ବେଙ୍ଗାଲୁରୁ୧୧।୬: କନ୍ନଡ ଅଭିନେତା ଦର୍ଶନ ଥୁଗୁଦୀପାଙ୍କ ପରେ ଏବେ ତାଙ୍କ ପତ୍ନୀ ପବିତ୍ରା ଗୌଡାଙ୍କୁ ଗିରଫ କରିଛି ପୋଲିସ । ତେବେ କିଛି ମିଡିଆ ରିପୋର୍ଟ ଅନୁସାରେ, ପବିତ୍ରା ଦର୍ଶନଙ୍କ ପ୍ରେମିକା । କର୍ଣ୍ଣାଟକରେ ହୋଇଥିବା ଏକ ହତ୍ୟା ମାମଲାରେ ସେଲିବ୍ରିଟି ଦମ୍ପତିଙ୍କ ହାତ ଥିବା ନେଇ ପୋଲିସ ସନ୍ଦେହରେ ସେମାନଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ଦର୍ଶନ ଏବଂ ପବିତ୍ରାଙ୍କ ବ୍ୟତୀତ ୧୦ ଜଣଙ୍କୁ ଗିରଫ କରିଛି ।   ମିଳିଥିବା ସୂଚନା ଅନୁସାରେ ରେଣୁକାସ୍ୱାମୀଙ୍କ ହତ୍ୟା ମାମଲାରେ ପ୍ରଥମେ ଦର୍ଶନଙ୍କୁ ମୈସୁରରୁ ପୋଲିସ ଗିରଫ କରିବା ପରେ ବେଙ୍ଗାଲୁରୁ ଆଣିଥିଲା ।

ବେଙ୍ଗାଲୁରୁ ପୋଲିସ କମିଶନର ବି. ଦୟାନନ୍ଦ ଗଣମାଧ୍ୟମକୁ କହିଥିଲେ, 'ଜୁନ ୯ ତାରିଖରେ ବେଙ୍ଗାଲୁରୁ ପଶ୍ଚିମ ଡିଭିଜନର କାମାକ୍ସିପାଲ୍ୟା ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଏକ ହତ୍ୟା ମାମଲାରେ କନ୍ନଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ କଳାକାରଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି । ଚିତ୍ରାଦୁର୍ଗର ରେଣୁକାସ୍ୱାମୀ ନାମକ ଜଣେ ବ୍ୟକ୍ତିର ହତ୍ୟା ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।'

ମୃତ ରେଣୁକା ସ୍ୱାମୀ ଚିତ୍ରାଦୁର୍ଗସ୍ଥିତ ଏକ ମେଡିକାଲ୍‌ ଦୋକାନରେ ସହକାରୀ ଥିଲେ ଏବଂ ନିକଟରେ ସେ ବିବାହ କରିଥିଲେ । ପୋଲିସ  ସୂଚନା ଅନୁସାରେ, ରେଣୁକାସ୍ୱାମୀଙ୍କୁ ପ୍ରଥମେ ଚିତ୍ରାଦୁର୍ଗରୁ ଅପହରଣ କରାଯାଇ ସହରର ପଶ୍ଚିମ ଭାଗର କାମାକ୍ସିପାଲ୍ୟା ହତ୍ୟା କରାଯାଇଥିଲା । 

ତାଙ୍କ ମୃତଦେହ ଡ୍ରେନରୁ ଉଦ୍ଧାର କରାଯାଇଥିଲା ଏବଂ ଏଥିରେ ଶାରୀରିକ ଆଘାତ ଲାଗିଥିବାର ଚିହ୍ନ ରହିଥିଲା, ଯାହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଥିଲା । ଏହି ହତ୍ୟା ମାମଲାରେ ଜଣେ ଅଭିଯୁକ୍ତ ଦର୍ଶନଙ୍କ ନାମ ନେଇଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ପଚରା ଉଚରା କରୁଛି । ଆଉ ଏବେ ଏହି ମାମଲାରେ ଦର୍ଶନଙ୍କ ପତ୍ନୀ ତଥା ପାର୍ଟନର କୁହାଯାଉଥିବା ପବିତ୍ରା ଗୌଡାଙ୍କୁ ପୋଲିସ ଗିରଫ କରିଛି ।