2024 Royal Enfield Classic 350 ଲଞ୍: ୭ଟି ନୂଆ ରଙ୍ଗ ସହ ସେପ୍ଟେମ୍ବର ୧ ବଜାରକୁ ଆସିବ

ନୂଆଦିଲ୍ଲୀ: ରୟାଲ ଏନ୍‌ଫିଲ୍ଡର ଆଇକନିକ ମଡେଲ୍ କ୍ଲାସିକ୍‌ର ୩୫୦ର ନୂଆ ଭର୍ସନ ସୋମବାର ଭାରତରେ ଲଞ୍ଚ ହୋଇଛି। ବିଭିନ୍ନ ନୂଆ ରଙ୍ଗ ସହିତ ଉନ୍ନତ ଫିଚର୍ସରେ ବାଇକୁ ଲଞ୍ଚ କରିଛି କମ୍ପାନୀ। ଆସନ୍ତା ମାସ ଏହି ବାଇକ୍‌ ଭାରତୀୟ ମାର୍କେଟ୍‌କୁ ଆସିବ। 2024 Royal Enfield Classic 350 ସ୍ପେଶିଫିକେସନ ନୂଆ କ୍ଲାସିକ ୩୫୦ ବାଇକ୍‌ ୭ଟି ନୂଆ କଲର ଅପସନରେ ଦେଖିବାକୁ ମିଳିବ। ନୂଆ ଭର୍ସନରେ ୟୁଏସବି ଚାର୍ଜିଂ ପୋର୍ଟ, ଏଲ୍‌ଇଡି ଲାଇଟିଂ ଅଲ ଏରାଉଣ୍ଡ ଓ ଡୁଆଲ ଚ୍ୟାନେଲ୍ ଏବିସି ଆଦି ସୁବିଧା ରହିବ।  2024 Royal Enfield Classic 350 ମୂଲ୍ୟରୟାଲ ଏନ୍‌ଫିଲ୍ଡ ନୂଆ ଭାଇକ୍‌ର ଲୁକ୍‌ ଓ ପିଚର୍ସ ଦେଖାଇ ସାରିଥିବା ବେଳେ ବାଇକ୍‌ର ମୂଲ୍ୟ କେତେ ରହିବ ସେ ବିଷୟରେ କୌଣସି ଖୁଲାସା କରି ନାହିଁ। ସେପ୍ଟେମ୍ବର ୧ ତାରିଖ ଠାରୁ ଏହି ବାଇକ ସାରା ଦେଶରେ ଉପଲବ୍ଧ ହେବ। ହୁଏତ ସେତେବେଳେ କମ୍ପାନୀ ଏହି ବାଇକ୍‌ର ମୂଲ୍ୟ ବିଷୟରେ ଘୋଷଣା କରିପାରେ। ତେବେ ଲଞ୍ଚ ଇଭେଣ୍ଟରେ କମ୍ପାନୀ କଷ୍ଟମ ପ୍ରୋଗ୍ରାମ ନେଇ ମଧ୍ୟ ଘୋଷଣା କରିଛି। ଯାହା ଗ୍ରାହକଙ୍କୁ ନିଜ ଇଚ୍ଛା ଅନୁସାରେ ବାଇକ୍‌କୁ କଷ୍ଟମାଇଜ୍ କରିପାରିବେ।  

2024 Royal Enfield Classic 350 ଲଞ୍: ୭ଟି ନୂଆ ରଙ୍ଗ ସହ ସେପ୍ଟେମ୍ବର ୧ ବଜାରକୁ ଆସିବ

ନୂଆଦିଲ୍ଲୀ: ରୟାଲ ଏନ୍‌ଫିଲ୍ଡର ଆଇକନିକ ମଡେଲ୍ କ୍ଲାସିକ୍‌ର ୩୫୦ର ନୂଆ ଭର୍ସନ ସୋମବାର ଭାରତରେ ଲଞ୍ଚ ହୋଇଛି। ବିଭିନ୍ନ ନୂଆ ରଙ୍ଗ ସହିତ ଉନ୍ନତ ଫିଚର୍ସରେ ବାଇକୁ ଲଞ୍ଚ କରିଛି କମ୍ପାନୀ। ଆସନ୍ତା ମାସ ଏହି ବାଇକ୍‌ ଭାରତୀୟ ମାର୍କେଟ୍‌କୁ ଆସିବ।


2024 Royal Enfield Classic 350 ସ୍ପେଶିଫିକେସନ 
ନୂଆ କ୍ଲାସିକ ୩୫୦ ବାଇକ୍‌ ୭ଟି ନୂଆ କଲର ଅପସନରେ ଦେଖିବାକୁ ମିଳିବ। ନୂଆ ଭର୍ସନରେ ୟୁଏସବି ଚାର୍ଜିଂ ପୋର୍ଟ, ଏଲ୍‌ଇଡି ଲାଇଟିଂ ଅଲ ଏରାଉଣ୍ଡ ଓ ଡୁଆଲ ଚ୍ୟାନେଲ୍ ଏବିସି ଆଦି ସୁବିଧା ରହିବ।  


2024 Royal Enfield Classic 350 ମୂଲ୍ୟ
ରୟାଲ ଏନ୍‌ଫିଲ୍ଡ ନୂଆ ଭାଇକ୍‌ର ଲୁକ୍‌ ଓ ପିଚର୍ସ ଦେଖାଇ ସାରିଥିବା ବେଳେ ବାଇକ୍‌ର ମୂଲ୍ୟ କେତେ ରହିବ ସେ ବିଷୟରେ କୌଣସି ଖୁଲାସା କରି ନାହିଁ। ସେପ୍ଟେମ୍ବର ୧ ତାରିଖ ଠାରୁ ଏହି ବାଇକ ସାରା ଦେଶରେ ଉପଲବ୍ଧ ହେବ। ହୁଏତ ସେତେବେଳେ କମ୍ପାନୀ ଏହି ବାଇକ୍‌ର ମୂଲ୍ୟ ବିଷୟରେ ଘୋଷଣା କରିପାରେ। ତେବେ ଲଞ୍ଚ ଇଭେଣ୍ଟରେ କମ୍ପାନୀ କଷ୍ଟମ ପ୍ରୋଗ୍ରାମ ନେଇ ମଧ୍ୟ ଘୋଷଣା କରିଛି। ଯାହା ଗ୍ରାହକଙ୍କୁ ନିଜ ଇଚ୍ଛା ଅନୁସାରେ ବାଇକ୍‌କୁ କଷ୍ଟମାଇଜ୍ କରିପାରିବେ।