‘ଆମେ ହସ୍ତକ୍ଷେପ କରିପାରିବୁ ନାହିଁ’, ସିନ୍ଧୁ ଜଳ ଚୁକ୍ତି ବାତିଲ ଉପରେ ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷଙ୍କ ବୟାନ
ନୂଆଦିଲ୍ଲୀ: ପାକିସ୍ତାନକୁ ସିନ୍ଧୁ ଜଳ ଚୁକ୍ତି ମାମଲାରେ ବଡ଼ ଝଟକା ଲାଗିଛି । ୧୯୬୦ରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିରେ ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ‘ଫେସିଲିଟେଟର’ ଅର୍ଥାତ୍ ମଧ୍ୟସ୍ଥ ଥିଲା ଏବଂ ବର୍ତ୍ତମାନ ସୃଷ୍ଟି ହୋଇଥିବା ଗତିରୋଧରେ ହସ୍ତକ୍ଷେପ କରିବ ନାହିଁ ବୋଲି ଏହାର ଅଧ୍ୟକ୍ଷ ଅଜୟ ବଙ୍ଗା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ୱାର୍ଲଡ ବ୍ୟାଙ୍କ ଭାରତକୁ ରୋକିବା ପାଇଁ ହସ୍ତକ୍ଷେପ କରିବ ନାହିଁ ।ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ତତ୍କାଳ ପ୍ରଭାବରୁ ବାତିଲ କରିଥିଲା । ଏହାପରେ ଅନୁମାନ କରାଯାଉଥିଲା ଯେ ୱାଲର୍ଡ ବ୍ୟାଙ୍କ ହୁଏତ ଏଥିରେ ହସ୍ତକ୍ଷେପ କରିବ, କିନ୍ତୁ ଅଜୟ ବଙ୍ଗା ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି । ପ୍ରେସ୍ ସୂଚନା ବ୍ୟୁରୋ ଅନୁସାରେ, 'ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା କହିଛନ୍ତି, ଆମ ଭୂମିକା କେବଳ ମଧ୍ୟସ୍ଥିର ଥିଲା । ମିଡିଆରେ ଯେଉଁ ଚର୍ଚ୍ଚା କରାଯାଉଛି ଯେ ବିଶ୍ୱ ବ୍ୟାଙ୍କ ବିବାଦର ସମାଧାନ କରିବ, ତାହା ସମ୍ପୂର୍ଣ୍ଣ ଭିତ୍ତିହିନୀ । ସେମାନେ କ'ଣ କରିବେ, ତାହା ସେମାନଙ୍କ ନିଷ୍ପତ୍ତି । ଆମେ କିଛି କରିପାରିବୁ ନାହିଁ ।' ଏହି ସନ୍ଧିରେ ଏପରି କୌଣସି ପ୍ରାବଧାନ ନାହିଁ, ଯାହା କୌଣସି ଦେଶ ଦ୍ୱାରା ଚୁକ୍ତି ବାତିଲକୁ ରୋକିବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କକୁ ନୂଆ ଘଟଣାକ୍ରମ ବାବଦରେ ଦୁଇ ସରକାରଠାରୁ କୌଣସି ଔପଚାରିକ ଯୋଗାଯୋଗ କରାଯାଇ ନାହିଁ ।
ନୂଆଦିଲ୍ଲୀ: ପାକିସ୍ତାନକୁ ସିନ୍ଧୁ ଜଳ ଚୁକ୍ତି ମାମଲାରେ ବଡ଼ ଝଟକା ଲାଗିଛି । ୧୯୬୦ରେ ହୋଇଥିବା ସିନ୍ଧୁ ଜଳ ଚୁକ୍ତିରେ ବିଶ୍ୱ ବ୍ୟାଙ୍କର ଭୂମିକା କେବଳ ‘ଫେସିଲିଟେଟର’ ଅର୍ଥାତ୍ ମଧ୍ୟସ୍ଥ ଥିଲା ଏବଂ ବର୍ତ୍ତମାନ ସୃଷ୍ଟି ହୋଇଥିବା ଗତିରୋଧରେ ହସ୍ତକ୍ଷେପ କରିବ ନାହିଁ ବୋଲି ଏହାର ଅଧ୍ୟକ୍ଷ ଅଜୟ ବଙ୍ଗା ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ୱାର୍ଲଡ ବ୍ୟାଙ୍କ ଭାରତକୁ ରୋକିବା ପାଇଁ ହସ୍ତକ୍ଷେପ କରିବ ନାହିଁ ।
ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ତତ୍କାଳ ପ୍ରଭାବରୁ ବାତିଲ କରିଥିଲା । ଏହାପରେ ଅନୁମାନ କରାଯାଉଥିଲା ଯେ ୱାଲର୍ଡ ବ୍ୟାଙ୍କ ହୁଏତ ଏଥିରେ ହସ୍ତକ୍ଷେପ କରିବ, କିନ୍ତୁ ଅଜୟ ବଙ୍ଗା ସ୍ପଷ୍ଟ ରୂପେ ମନା କରିଦେଇଛନ୍ତି ।
ପ୍ରେସ୍ ସୂଚନା ବ୍ୟୁରୋ ଅନୁସାରେ, 'ଭାରତୀୟ ବଂଶୋଦ୍ଭବ ଅଜୟ ବଙ୍ଗା କହିଛନ୍ତି, ଆମ ଭୂମିକା କେବଳ ମଧ୍ୟସ୍ଥିର ଥିଲା । ମିଡିଆରେ ଯେଉଁ ଚର୍ଚ୍ଚା କରାଯାଉଛି ଯେ ବିଶ୍ୱ ବ୍ୟାଙ୍କ ବିବାଦର ସମାଧାନ କରିବ, ତାହା ସମ୍ପୂର୍ଣ୍ଣ ଭିତ୍ତିହିନୀ । ସେମାନେ କ'ଣ କରିବେ, ତାହା ସେମାନଙ୍କ ନିଷ୍ପତ୍ତି । ଆମେ କିଛି କରିପାରିବୁ ନାହିଁ ।' ଏହି ସନ୍ଧିରେ ଏପରି କୌଣସି ପ୍ରାବଧାନ ନାହିଁ, ଯାହା କୌଣସି ଦେଶ ଦ୍ୱାରା ଚୁକ୍ତି ବାତିଲକୁ ରୋକିବ । ତେବେ ସେ ଏହା ମଧ୍ୟ କହିଛନ୍ତି ଯେ, ବ୍ୟାଙ୍କକୁ ନୂଆ ଘଟଣାକ୍ରମ ବାବଦରେ ଦୁଇ ସରକାରଠାରୁ କୌଣସି ଔପଚାରିକ ଯୋଗାଯୋଗ କରାଯାଇ ନାହିଁ ।
ସିନ୍ଧୁ ଜଳ ଚୁକ୍ତି
ପଶ୍ଚିମ ନଦୀ (ସିନ୍ଧୁ, ଝେଲମ, ଚେନ୍ନାବ)-ପାକିସ୍ତାନକୁ ଆବଣ୍ଟିତ
ପୂର୍ବ ନଦୀ (ରବି, ବ୍ୟାସ, ସତଲେଜ)-ଭାରତକୁ ଆବଣ୍ଟିତ
ପଢନ୍ତୁ: ପାକିସ୍ତାନକୁ ମହଙ୍ଗା ପଡିଲା ଯୁଦ୍ଧ, IMF ବୈଠକରେ ବିଶ୍ୱ ବ୍ୟାଙ୍କ ଋଣକୁ ବିରୋଧ କରିବ ଭାରତ