କାନାଡ଼ାରେ ରହୁଛନ୍ତି ଖଲିସ୍ତାନୀ ସମର୍ଥକ; ସ୍ବୀକାର କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଡବଲ ଷ୍ଟାଣ୍ଡାର୍ଡ କଥା ସାମ୍ନାକୁ ଆସିଛି । କାନାଡା ଖଲିସ୍ତାନୀ ସମର୍ଥକ ରହୁଥିବା ପ୍ରସଂଗଙ୍କୁ ସବୁବେଳେ ଏଡ଼ାଇ ଆସୁଥିବା ଜଷ୍ଟିନ୍ ଟ୍ରୁଡୋ ଏବେ ଏହାକୁ ସ୍ବୀକାର କରିଛନ୍ତି । ହେଲେ କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଶିଖ୍ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରନ୍ତି ନାହିଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ସମର୍ଥକ ରହିଛନ୍ତି । ହେଲେ ସେମାନେ ପୂରା ହିନ୍ଦୁ ସମୁଦାୟଙ୍କ ପ୍ରତିନିଧିତ୍ବ କରୁନାହାନ୍ତି । ନଭେମ୍ବର ୩ ତାରିଖରେ କାନାଡାର ବ୍ରିମ୍ପଟନ ସ୍ଥିତ ଏକ ହିନ୍ଦୁ ମନ୍ଦିର ଉପରେ ଚରମପନ୍ଥୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ ମହିଳା ଏବଂ ଛୋଟ ପିଲାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ହମଲାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ବ୍ୟାପକ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାର ହାଉସ୍ ଅଫ୍ କମନ୍ସରେ ହିଂସାକୁ ନେଇ ନିନ୍ଦା କରିଥିଲେ । ସେ କହିଛନ୍ତି କାନାଡାରେ ଖଲିସ୍ତାନୀ ସମର୍ଥକ ରହୁଛନ୍ତି । ହେଲେ ସେମାନେ ଶିଖ୍ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରନ୍ତି ନାହିଁ ବୋଲି କହିଛନ୍ତି । ଯାହା ତାଙ୍କର ଡବଲ ଷ୍ଟାଣ୍ଡାର୍ଡ କଥା ସାମ୍ନାକୁ ଆଣିଛି ।ଖଲିସ୍ତାନୀ

କାନାଡ଼ାରେ ରହୁଛନ୍ତି ଖଲିସ୍ତାନୀ ସମର୍ଥକ; ସ୍ବୀକାର କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ

ନୂଆଦିଲ୍ଲୀ: କାନାଡ଼ା ପ୍ରଧାନମନ୍ତ୍ରୀଙ୍କ ଡବଲ ଷ୍ଟାଣ୍ଡାର୍ଡ କଥା ସାମ୍ନାକୁ ଆସିଛି । କାନାଡା ଖଲିସ୍ତାନୀ ସମର୍ଥକ ରହୁଥିବା ପ୍ରସଂଗଙ୍କୁ ସବୁବେଳେ ଏଡ଼ାଇ ଆସୁଥିବା ଜଷ୍ଟିନ୍ ଟ୍ରୁଡୋ ଏବେ ଏହାକୁ ସ୍ବୀକାର କରିଛନ୍ତି । ହେଲେ କାନାଡାରେ ରହୁଥିବା ଖଲିସ୍ତାନୀ ଆତଙ୍କୀ ଶିଖ୍ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରନ୍ତି ନାହିଁ ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କାନାଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବହୁ ସମର୍ଥକ ରହିଛନ୍ତି । ହେଲେ ସେମାନେ ପୂରା ହିନ୍ଦୁ ସମୁଦାୟଙ୍କ ପ୍ରତିନିଧିତ୍ବ କରୁନାହାନ୍ତି । 

ନଭେମ୍ବର ୩ ତାରିଖରେ କାନାଡାର ବ୍ରିମ୍ପଟନ ସ୍ଥିତ ଏକ ହିନ୍ଦୁ ମନ୍ଦିର ଉପରେ ଚରମପନ୍ଥୀମାନେ ଆକ୍ରମଣ କରିଥିଲେ । ଏହି ସମୟରେ ଖଲିସ୍ତାନୀ ସମର୍ଥକମାନେ ମହିଳା ଏବଂ ଛୋଟ ପିଲାଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ହମଲାର ଭିଡିଓ ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ବ୍ୟାପକ ଆକ୍ରୋଶ ଦେଖିବାକୁ ମିଳିଥିଲା । ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିନ୍ଦା କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ କାନାଡାର ହାଉସ୍ ଅଫ୍ କମନ୍ସରେ ହିଂସାକୁ ନେଇ ନିନ୍ଦା କରିଥିଲେ । ସେ କହିଛନ୍ତି କାନାଡାରେ ଖଲିସ୍ତାନୀ ସମର୍ଥକ ରହୁଛନ୍ତି । ହେଲେ ସେମାନେ ଶିଖ୍ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରନ୍ତି ନାହିଁ ବୋଲି କହିଛନ୍ତି । ଯାହା ତାଙ୍କର ଡବଲ ଷ୍ଟାଣ୍ଡାର୍ଡ କଥା ସାମ୍ନାକୁ ଆଣିଛି ।

ଖଲିସ୍ତାନୀ ସମର୍ଥକ ହରଦୀପ୍ ସିଂହ ନିଜ୍ଜର ହତ୍ୟାକୁ ନେଇ କାନାଡାର ଟ୍ରୁଡୋ ସରକାର ଭାରତ ଉପରେ ଅଭିଯୋଗ ଲଗାଉଥିଲେ । ନିଜ୍ଜର ହତ୍ୟାରେ ଭାରତ ସରକାରଙ୍କ କିଛି ଏଜେଣ୍ଟଙ୍କ ସାମିଲ୍ ଥିବା କହିଥିଲେ । ମାତ୍ର ସରକାର ଏହି ଅଭିଯୋଗ ଖଣ୍ଡନ କରି ଆସୁଛନ୍ତି । ଫଳରେ କିଛି ବର୍ଷ ହେଲାଣି ଭାରତ-କାନାଡା ମଧ୍ୟରେ ଉତ୍ତେଜନା ଲାଗି ରହିଛି ।...