ଖୁବ୍ ଉପକାରୀ ମଲ୍ଲୀ ଫୁଲ, ଜାଣନ୍ତୁ କେମିତି କରିବେ ବ୍ୟବହାର...
ନୂଆଦିଲ୍ଲୀ ୨୬।୦୫: ମଲ୍ଲୀ ଫୁଲ । ମହିଳାମାନଙ୍କର ଖୁବ୍ ପସନ୍ଦ । କିଛି ଭଲ ଦିନ ହେଉ ଅବା ପର୍ବପର୍ବାଣୀ, ମଲ୍ଲୀ ଫୁଲର ହାର ମହିଳାଙ୍କ ମୁଣ୍ଡରେ ଶୋଭା ପାଏ । କିନ୍ତୁ ଜାଣନ୍ତିକି ଏହା କେବଳ ସୁଗନ୍ଧ ପାଇଁ ନୁହେଁ ବରଂ ସ୍କିନ୍ର ସୁନ୍ଦର କରିବାରେ ହୋଇଥାଏ ସହାୟକ । ବାସ୍ତବରେ ମଲ୍ଲୀ ଫୁଲରେ ତ୍ୱଚା ଉପକାରୀ ଅନେକ ଗୁଣ ରହିଛି ।ମଲ୍ଲୀ ଫୁଲରେ ଭରପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ରହିଛି । ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟୀ । କୋମଳ ସ୍କିନ୍ ପାଇଁ ମଲ୍ଲୀ ଫୁଲର ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍କୁ ଡିପ୍ ମଶ୍ଚରାଇଜ୍ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ମଲ୍ଲୀ ଫୁଲର ବଡି ସ୍ପ୍ରେ ତିଆରି କରି ଲଗାଇପାରିବେ । ମୁହଁରେ ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ମୁହଁରେ ଲଗାନ୍ତୁ। ଏହା କରିବା ଦ୍ୱାରା ମୁହରେ ବ୍ରଣ କମିଥାଏ । ସୂର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍କୁ ରୋକିବା ଥାଏ ମଲ୍ଲୀ ଫୁଲ । ଏହାର ରସକୁ ମୁଁହରେ ଲଗାଇବା ଦ୍ବାରା ଏହା ତୁରନ୍ତ ଫ୍ରେଶ୍ ଅନୁଭବ କରାଇଥାଏ । ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହା
ନୂଆଦିଲ୍ଲୀ ୨୬।୦୫: ମଲ୍ଲୀ ଫୁଲ । ମହିଳାମାନଙ୍କର ଖୁବ୍ ପସନ୍ଦ । କିଛି ଭଲ ଦିନ ହେଉ ଅବା ପର୍ବପର୍ବାଣୀ, ମଲ୍ଲୀ ଫୁଲର ହାର ମହିଳାଙ୍କ ମୁଣ୍ଡରେ ଶୋଭା ପାଏ । କିନ୍ତୁ ଜାଣନ୍ତିକି ଏହା କେବଳ ସୁଗନ୍ଧ ପାଇଁ ନୁହେଁ ବରଂ ସ୍କିନ୍ର ସୁନ୍ଦର କରିବାରେ ହୋଇଥାଏ ସହାୟକ । ବାସ୍ତବରେ ମଲ୍ଲୀ ଫୁଲରେ ତ୍ୱଚା ଉପକାରୀ ଅନେକ ଗୁଣ ରହିଛି ।
ମଲ୍ଲୀ ଫୁଲରେ ଭରପୁର ମାତ୍ରାରେ ମଶ୍ଚରାଇଜିଙ୍ଗ୍ ଗୁଣ ରହିଛି । ଯାହା ସ୍କିନ୍ ପାଇଁ ଅତ୍ୟନ୍ତ ଲାଭଦାୟୀ ।
କୋମଳ ସ୍କିନ୍ ପାଇଁ ମଲ୍ଲୀ ଫୁଲର ମିଶ୍ରଣକୁ ମୁହଁରେ ଲଗାନ୍ତୁ । ଏହା ଆପଣଙ୍କ ସ୍କିନ୍କୁ ଡିପ୍ ମଶ୍ଚରାଇଜ୍ କରିବା ସାଙ୍ଗକୁ ସଫ୍ଟ ବନେଇଥାଏ। ଅନେକ ଲୋକଙ୍କ ଶରୀରରୁ ଦୁର୍ଗନ୍ଧ ଆସିଥାଏ। ଏହାକୁ ରୋକିବା ପାଇଁ ମଲ୍ଲୀ ଫୁଲର ବଡି ସ୍ପ୍ରେ ତିଆରି କରି ଲଗାଇପାରିବେ ।
ମୁହଁରେ ବ୍ରଣ ସମସ୍ୟାକୁ ଦୂର କରିବା ପାଇଁ ମଲ୍ଲୀ ଫୁଲର ପାଖୁଡାକୁ ପେଷ୍ଟ କରି ମୁହଁରେ ଲଗାନ୍ତୁ। ଏହା କରିବା ଦ୍ୱାରା ମୁହରେ ବ୍ରଣ କମିଥାଏ । ସୂର୍ଯ୍ୟ କିରଣ ଦ୍ବାରା ହେଉଥିବା ସ୍କିନ୍ ଡ୍ୟାମେଜ୍କୁ ରୋକିବା ଥାଏ ମଲ୍ଲୀ ଫୁଲ । ଏହାର ରସକୁ ମୁଁହରେ ଲଗାଇବା ଦ୍ବାରା ଏହା ତୁରନ୍ତ ଫ୍ରେଶ୍ ଅନୁଭବ କରାଇଥାଏ । ଗାଧୋଇବା ପାଣିରେ ବି ଏହାର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ ।
ମଲ୍ଲୀ ଫୁଲକୁ ଗରମ ପାଣିରେ ଭିଜେଇ ଥଣ୍ଡା କରନ୍ତୁ । ଥଣ୍ଡା ହେବା ପରେ ଏହାକୁ ଭଲଭାବେ କେଶ ଧୋଇବାରେ ବ୍ୟବହାର କରନ୍ତୁ । ଏହାଦ୍ୱାରା କେଶ ବହୁତ ଭଲରେ ସାଇନିଂ କରିଥାଏ ।